Advertisment

ଧାନ ଫସଲକୁ ଅଜଣା ରୋଗ ଭାଙ୍ଗିଦେଲା ଚାଷୀର ଅଣ୍ଟା

ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ

ଅଦ୍ୟତନ ହୋଇଛି
undefined

Insects destroy

Advertisment

କେତେବେଳେ ପ୍ରାକୃତିକ ଦୁର୍ବିପାକ ତ କେବେ ରୋଗ ପୋକ ଦାଉ ସହୁଛି ଚାଷୀ । ବରଗଡ଼ ଜିଲ୍ଲାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ରୋଗ ପୋକ । ଗତ କିଛି ଦିନ ପୂର୍ବରୁ ବରଗଡ଼ ଜିଲ୍ଲାରେ କାଳବୈଶାଖୀ ଜନିତ ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇପଡିଥିବା ବେଳେ ଏବେ ଏକ ଅଜଣା ରୋଗରେ ଗଛରୁ ଧାନ କେଣ୍ଡା ଶୁଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏପରି ସ୍ଥିତିରେ ଋଣ ପରିଶୋଧ ଓ ପରିବାର ପୋଷଣ ନେଇ ଚିନ୍ତା ରେ ଅଛନ୍ତି ଭାତହାଣ୍ଡି ବୋଲାଉଥିବା ବରଗଡର ଚାଷୀ ।

Advertisment

ଅଧିକ ପଢ଼ନ୍ତୁ: ସ୍ୱାମୀକୁ କ୍ୟାନସର, ସ୍ତ୍ରୀ ଡାଇବେଟିସ୍‌ ରୋଗୀ, ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ଦମ୍ପତି

ଜିଲ୍ଲାର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରୁଛନ୍ତି । ହେଲେ ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ଏମାନଙ୍କୁ ଏବେ ଚିନ୍ତାରେ ପକାଇଛି । ଯାହାକୁ ନେଇ ନାନା ସମସ୍ୟାର ସାମ୍ନା କରୁଛନ୍ତି ବରଗଡ଼ ବରାହଗୁଡା ଗାଁର ଚାଷୀ । ଚାଷୀ ସୁଭାର୍ଚ୍ଚନ ସାହୁ, ସେ ସମୁଦାୟ ସାତ ଏକର ଜମିରେ ବ୍ୟାଙ୍କରୁ ଋଣ ଆଣି ଭାଗରେ ଧାନ ଚାଷ କରିଥିଲେ । ଫସଲ ମଧ୍ୟ ଭଲ ହୋଇଥିଲା । ମାତ୍ର ଅମଳ ବେଳକୁ ଅଜଣା ରୋଗ ସମ୍ପୂର୍ଣ୍ଣ ଉଜାଡ଼ି ଦେଲା ଚାଷ । ବିଲରେ ଧାନ ଗଛ ଗୁଡିକ ଛିଡା ହୋଇଛି ସତ ମାତ୍ର ଧାନ କେଣ୍ଡା ଗୁଡିକ ସମ୍ପୂର୍ଣ୍ଣ ଶୁଖି ପୋଲା ହୋଇଯାଇଛି । ଏଥିପାଇଁ ଯେତେ ପ୍ରକାର ଔଷଧ ବିଲରେ ସିଞ୍ଚନ କଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳୁନାହିଁ । ଖାଲି ସୁଭାର୍ଚ୍ଚନ କାହିଁକି ବହୁ ଚାଷୀଙ୍କ ହେକ୍ଟର ହେକ୍ଟର ଧାନ ଫସଲ ଏବେ ରୋଗ ଲାଗି ନଷ୍ଟ ହୋଇଯାଇଛି ।

Advertisment

ଅଜଣା ରୋଗ ପୋକ ଯୋଗୁଁ ବ୍ୟାପକ କ୍ଷତି ସହିଥିବା ଚାଷୀ ଏନେଇ ବାରମ୍ବାର କୃଷି ବିଭାଗ ଓ ସରକାରଙ୍କୁ ଜଣାଇଥିଲେ ମଧ୍ୟ ଚାଷୀଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ଚାଷୀମାନେ ଯାହା ଅଭିଯୋଗ କରିଛନ୍ତି ଏହା କୌଣସି ଅଜଣା ରୋଗ ନୁହେଁ ବରଂ ପାଣିପାଗର ହଠାତ୍‌ ପରିବର୍ତ୍ତନ ପାଇଁ ଧାନର ନେକ ବ୍ଲାଷ୍ଟ ବା ତଣ୍ଟି କଟା ରୋଗ ପାଇଁ ଏପରି ପରିସ୍ଥିତି ଦେଖାଦେଇଥିବା ଏବଂ ଫସଲ ନଷ୍ଟ ହୋଇଥିବା କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ।

ଏନେଇ ଜିଲ୍ଲା କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରି ରିଲିଫ କମିଶନରଙ୍କ ପାଖକୁ ରିପୋର୍ଟ ପଠାଇ ଦିଆଯାଇଥିବା କହିଛନ୍ତି କୃଷି ଅଧିକାରୀ । ତେବେ ସରକାର ତଥା କୃଷି ବିଭାଗ କେବେ ଏନେଇ କି ପଦକ୍ଷେପ ନେଉଛନ୍ତି ଆଉ ଚାଷୀ କେବେ କ୍ଷତିପୂରଣ ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Advertisment
Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ