Advertisment

'କେ-ପପ୍‌ ଷ୍ଟାର ହେବି ବୋଲି ଛୋଟ ବେଳୁ ସ୍ଥିର କରିଥିଲି'

ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ଶ୍ରେୟାଙ୍କୁ ଏବେ ଚାରିଆଡୁ ମିଳୁଛି ଶୁଭେଚ୍ଛାର ବାର୍ତ୍ତା ।

ଅଦ୍ୟତନ ହୋଇଛି
Shreya Lenka

Shreya Lenka

Advertisment

ଜନ୍ମମାଟିରେ ପହଞ୍ଚିଛନ୍ତି କେ-ପପ ଷ୍ଟାର ଶ୍ରେୟା ଲେଙ୍କା । ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ଶ୍ରେୟାଙ୍କୁ ଏବେ ଚାରିଆଡୁ ମିଳୁଛି ଶୁଭେଚ୍ଛାର ବାର୍ତ୍ତା । ଏହି ସୁଯୋଗ ପାଇବାରେ ଓଡ଼ିଆ ଝିଅ ଶ୍ରେୟା ହେଉଛନ୍ତି ଦେଶର ପ୍ରଥମ । ଝାରସୁଗୁଡ଼ାର ୧୮ ବର୍ଷୀୟ ଝିଅ ଶ୍ରେୟା ଲେଙ୍କା କୋରିଆର ପପ ବ୍ୟାଣ୍ଡ ସଦସ୍ୟ ହେବା ପାଇଁ ସିଓଲରେ ଟ୍ରେନିଂ ପାଇଁ ମନୋନିତ ହୋଇଛନ୍ତି ।

Advertisment

ବିଶ୍ୱ ପ୍ରସିଦ୍ଧ ବ୍ଲାକ ସ୍ୱାନ ବ୍ୟାଣ୍ଡରେ ୬ ଜଣ ସଦସ୍ୟ ଥିବା ବେଳେ ଶ୍ରେୟା ଓ ବ୍ରାଜିଲର ଗାବ୍ରିଏଲ ଡାଲସିନ ନୂଆକରି ଏହି ବ୍ୟାଣ୍ଡରେ ସାମିଲ ହୋଇଛନ୍ତି । ଝିଅକୁ ପାଖରେ ପାଇ ପରିବାର ଲୋକଙ୍କ ଖୁସି କହିଲେ ନ ସରେ । ଦୀର୍ଘ ଦିନ ପରେ ଆପଣାର ଲୋକଙ୍କ ଗହଣକୁ ଫେରିଥିବା ଶ୍ରୀୟାଙ୍କ ମୁହଁରେ ଖୁସିର ଚମକ ବାରି ହୋଇ ପଡ଼ୁଥିବା ବେଳେ ସୁନେଲି ଭବିଷ୍ୟତ ପାଇଁ ଦେଖି ଚାଲିଛନ୍ତି ପୁଳା ପୁଳା ସ୍ୱପ୍ନ ।

ଏନେଇ ଶ୍ରୀୟା କହିଛନ୍ତି, ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ହେବାର ସୁଯୋଗ ପାଇଥିବାରୁ ମୁଁ ଖୁବ୍‌ ଖୁସି।  ନିଜ ଦେଶକୁ ଏପରି ଏକ ବଡ଼ ପ୍ଲାଟଫର୍ମରେ ପ୍ରତିନିଧିତ୍ୱ କରି ବେଶ୍‌ ଖୁସି ଅଛି। ଏହି ପ୍ରତିଯୋଗିତାରେ ସାମିଲ ହୋଇ ଏକ ରାଙ୍କ ହାସଲ କରିବା ବହୁତ କଷ୍ଟ ଥିଲା। ମାତ୍ର ଏଥିନିମନ୍ତେ ପରିବାରର ଖୁବ୍‌ ସପୋର୍ଟ ପାଇଛି। ଛୋଟ ବେଳୁ କଳାକାର ହେବାକୁ ସ୍ୱପ୍ନ ଦେଖିଲି। ଡ୍ୟାନ୍ସ କ୍ଲାସରେ ଜଏନ କଲି।  ମୋ ସାଙ୍ଗମାନେ ମୋତେ ଥରେ କେ-ପପ ଗ୍ରୁପ୍‌ର ଡ୍ୟାନ୍ସ ଦେଖାଇବା ପରେ ମୋର ସେଥିପ୍ରତି ଆଗ୍ରହ ବଢ଼ି ବଢ଼ି ଚାଲିଲା। ଏହା କ’ଣ ଜାଣିବାକୁ ଗୁଗୁଲରେ ସର୍ଚ୍ଚ କଲି। ଏହାପରେ ଏଥିରେ ସାମିଲ ହେବାକୁ ମନେ ମନେ ସ୍ଥିର କଲି।

Advertisment
K Pop Star Shreya Lenka
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ