Indian woman Asha Rani pulled 12000 kg double decker bus with hair
ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କର ଚମତ୍କାର କ୍ଷମତା ଏବଂ ଦକ୍ଷତା ବଳରେ କେବଳ ଯେ ଏକ ବଡ଼ ନାମ ଅର୍ଜନ କରନ୍ତି ତାହା ନୁହେଁ ନିଜ କାରନାମାରେ ଲୋକଙ୍କୁ ଚକିତ କରିଦିଅନ୍ତି। ସେମାନଙ୍କ ଦ୍ୱାରା କରାଯାଇଥିବା କାମକୁ ଦେଖିଲେ ଲାଗେ ସତେ ଯେପରି ସେମାନେ ଏହି ଜଗତର ନୁହଁନ୍ତି। ସେମାନେ ଅନ୍ୟ କୌଣସି ଜଗତର ଜୀବ ପରି ଲାଗନ୍ତି।
ସମ୍ପ୍ରତି ଜଣେ ଭାରତୀୟ ମହିଳା ଏଭଳି କାର୍ଯ୍ୟ କରିଛନ୍ତି, ଯାହା ପରେ ତାଙ୍କ ନାମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜିକୃତ ହୋଇଛି। ମହିଳା ଜଣକ ନିଜ ଚୁଟି ଦ୍ୱାରା ୧୨ ହଜାର କିଲୋଗ୍ରାମର ଏକ ଡବଲ୍ ଡେକର୍ ବସ୍କୁ ଟାଣି ନେଇଛନ୍ତି।
ପୁରୁଷ କିମ୍ବା ମହିଳା ଉଭୟ ଚାହାଁନ୍ତି ଯେ ସେମାନଙ୍କର ଚୁଟି ଖୁବ ମଜବୁତ ହେଉ। ଏମିତି ମଜବୁତ ହେଉ ଯେ ଗୋଟେ ବି ଚୁଟି ନ ଉପୁଡୁ। ଆଜିକାଲି ଚୁଟି ଝଡିବା ଏକ ସାଧାରଣ ସମସ୍ୟା ହୋଇଯାଇଛି। ସେ ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ଏନେଇ ଚିନ୍ତିତ। କିନ୍ତୁ ଭାରତର ଆଶା ରାନୀ ନିଜ ଚୁଟି ଦ୍ୱାରା ଏମିତି କିଛି କରି ଦେଖେଇ ଦେଇଛନ୍ତି ଯେ ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହ ତାଙ୍କୁ ପ୍ରଶଂସା ନ କରି ରହି ପାରୁ ନାହାନ୍ତି। ଏନେଇ ସେମାନେ ଏହା ଜାଣିବାକୁ ମଧ୍ୟ ଚାହିଁଛନ୍ତି ଯେ, ତାଙ୍କ ଚୁଟି ଏତେ ମଜବୁତ କେମିତି ହେଲା, ସେ କେଉଁ ସାମ୍ପୁ ବ୍ୟବହାର କରୁଛନ୍ତି।
ସାଧାରଣତଃ ଆପଣ ରାସ୍ତାଘାଟରେ ଦେଖିଥିବେ ଯେ ଯଦି କୌଣସି ଗାଡି ଖରାପ ହୋଇଯାଇଛି, ଏହାକୁ ଗଡେଇବା ନେଇ ୧୦/୧୨ ଜଣ ଲାଗିଥାନ୍ତି। କିନ୍ତୁ ଆଶା କେବଳ ତାଙ୍କ ଚୁଟିରେ ୧୨ ହଜାର ୨୧୬ କିଲୋଗ୍ରାମର ଡବଲ ଡେକର ବସ୍କୁ ଟାଣି ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାମ ପଞ୍ଜିକରଣ କରିଛନ୍ତି। ଗିନିଜ୍ ୱାର୍ଲ୍ଡ ରେକର୍ଡର ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଶେୟାର ହୋଇଥିବା ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି ଯେ ଆଶାଙ୍କ ଚୁଟିକୁ ଏକ ଦଉଡି ସାହାଯ୍ୟରେ ବସ୍ରେ ବନ୍ଧା ହୋଇଛି ଏବଂ ସେ ବସ୍କୁ ପୂରା ବଳ ଲଗେଇ ଟାଣି ନେଉଛନ୍ତି। ତାଙ୍କୁ ଦେଖି ଆଦୌ ଲାଗୁନାହିଁ ଯେ ବସ୍ ଟାଣିବାରେ ସେ କୌଣସି ପ୍ରକାର ସଂଘର୍ଷ କରୁଛନ୍ତି ବୋଲି। ସେ ଅତି ସହଜରେ ଏହି ବସ୍ଟିକୁ ଟାଣି ନେଉଥିବା ଦେଖାଯାଏ।
ପ୍ରକାଶଥାଉ ଯେ ଆଶା ଇଟାଲୀର ମିଲାନରେ ‘ଲୋ ଶୋ ଡି ରେକର୍ଡ’ ନାମକ ଏକ ଶୋ’ରେ ଲଣ୍ଡନର ଡବଲ୍ ଡେକର୍ ବସ୍କୁ ନିଜ ଚୁଟି ଦ୍ୱାରା ଟାଣି ନେଇଥିଲେ। ଏହା ପରଠାରୁ ସେ ହୋଇଯାଇଛନ୍ତି ‘ଲୌହ ରାଣୀ’। ଏପର୍ଯ୍ୟନ୍ତ ଆଶା ତାଙ୍କ ନାମରେ ୭ ଟି ଗିନିଜ ୱାର୍ଲ୍ଡ ରେକର୍ଡ କରିସାରିଛନ୍ତି। ସେ ଜଣେ ଭାରୋତ୍ତୋଳନକାରୀ। ଭାରୋତ୍ତୋଳନ ସହିତ ଜଡିତ ତାଙ୍କର ବିଶେଷ କୌଶଳ ହେତୁ ସେ ଏହି କାର୍ଯ୍ୟକୁ ସହଜରେ କରିଦେଇ ପାରିଛନ୍ତି।
ଆଶାଙ୍କ ଏହି ନିଆରା କାମ ପାଇଁ ଇନ୍ଷ୍ଟାଗ୍ରାମ୍ରେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ଜଣେ କହିଛନ୍ତି ଯେ ଆଶାଙ୍କ ଚୁଟିକୁ ହିଁ କୁହାଯିବ ମଜବୁତ କେଶ। ସେହିପରି ଅନ୍ୟ ଜଣେ କହିଛନ୍ତି ଯେ ତାଙ୍କର ମଧ୍ୟ ମଜବୁତ ଚୁଟି ଅଛି, କିନ୍ତୁ ଏହି କାରନାମା କେବଳ ମଜବୁତ କେଶର ଖେଳ ନୁହେଁ। ମଣିଷର ଗୋଡ ମଧ୍ୟ ବହୁତ ଶକ୍ତିଶାଳୀ ହେବା ଦରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641300606.jpg)