Advertisment

ଜୀବନ ବଞ୍ଚାଇବା ପାଇଁ ମଝି ସମୁଦ୍ରରେ ସଂଘର୍ଷ କରୁଥିଲେ,ଦେବଦୂତ ସାଜି ପହଞ୍ଚିଲେ ଭାରତୀୟ ତଟରକ୍ଷୀ ବାହିନୀ

ମଝି ସମୁଦ୍ରରେ ଫସିଥିବା ମିଆଁମାରର ଜଣେ ନାବିକଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି।

ଅଦ୍ୟତନ ହୋଇଛି
Indian Coast Guard rescues injured Myanmar sailor

Indian Coast Guard rescues injured Myanmar sailor

Advertisment

ମଝି ସମୁଦ୍ରରେ ଭାରତୀୟ ତଟରକ୍ଷୀ ବାହିନୀ ବଡ ଧରଣର ଉଦ୍ଧାର କାର୍ଯ୍ୟ କରିଛନ୍ତି। ମିଆଁମାରର ଜଣେ ନାବିକଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ଭୁବନେଶ୍ୱର ବିମାନବନ୍ଦରରେ ମୁତୟନ କୋଷ୍ଟଗାର୍ଡର ଅତ୍ୟାଧୁନିକ ହାଲୁକା ହେଲିକପ୍ଟରରେ ଏହି ଉଦ୍ଧାର କାର୍ଯ୍ୟ ହୋଇଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟରେ ପ୍ରଥମ ଥର ଲାଗି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ହେଲିକପ୍ଟରର ବ୍ୟବହାର କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ସାଗର ଦ୍ୱୀପ ନିକଟ ମଝି ସମୁଦ୍ରରେ ଥିବା ଗୋଟିଏ ଜାହାଜରେ ଦୁର୍ଘଟଣାର ଶିକାର ଜଣେ ମିଆଁମାର ନାବିକ ଗୁରୁତର ଥିବା ସମ୍ପର୍କରେ କୋଷ୍ଟଗାର୍ଡକୁ ସୂଚନା ମିଳିଥିଲା। ଖବର ପାଇବା ପରେ ସକାଳ ୮ଟା ୫୫ରେ ଅପରେସନ୍ ଭୁବନେଶ୍ୱରରେ ଥିବା କୋଷ୍ଟ ଗାର୍ଡ ଟିମ୍ ଆରମ୍ଭ କରିଥିଲା। ହାଲୁକା ଅତ୍ୟାଧୁନିକ ହେଲିକପ୍ଟରରେ ଭୁବନେଶ୍ୱର ଠାରୁ ୩୦୦ କି.ମି. ଦୂରରେ ଥିବା ସିଙ୍ଗାପୁରର ଏହି ତୈଳବାହୀ ଜାହାଜରେ ପହଞ୍ଚିଥିଲେ ରେସ୍କ୍ୟୁ ଟିମ୍‌। 

ସେଠାରେ ନାବିକଙ୍କ ଅବସ୍ଥା ଗୁରୁତର ଥିବା ଏବଂ ତାଙ୍କୁ ମେଡିକାଲରେ ତୁରନ୍ତ ଭର୍ତ୍ତି କରାଯିବା ନେଇ ଜଣାପଡ଼ିଥିଲା। ଫଳରେ ହେଲିକପ୍ଟରରେ ମିଆଁମାରର ଏହି ନାବିକଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା। ଭୁବନେଶ୍ୱରରେ ଦିନ ୧୧ଟା ୪୫ ମିନିଟରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ନିଆଯାଇ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

Advertisment
Indian Coast Guard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ