Advertisment

ନଦୀ ଉପରେ ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି: ରାତି ହେଲେ ବିଷ ପକାଇ ମାରୁଛନ୍ତି ମାଛ, ବୁଲୁଛି ବେଆଇନ୍‌ ଟ୍ରଲର

ରାତି ପାହିଲେ ଯେଉଁ ନଦୀରୁ ମସ୍ୟଜୀବୀମାନେ ମାଛ ମାରି ପେଟ ପୋଷନ୍ତି, ଏବେ ସେହି ନଦୀ ଉପରେ ପଡିଛି ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି। କେତେବେଳେ ବିଷ ପକାଇ ଦୁର୍ବୃତ୍ତମାନେ ମାଛ ମାରୁଛନ୍ତି ତ ଆଉ କେତେବେଳେ ବୁଲୁଛି ବେଆଇନ୍‌ ଟ୍ରଲର।

ଅଦ୍ୟତନ ହୋଇଛି
Illegal fishing

Illegal fishing

Advertisment

ଆଳି(ବନମାଳୀ ସାହୁ): ବିଷ ବଳୟରେ ଖରସ୍ରୋତା, ବ୍ରାହ୍ମଣୀ ନଦୀ। ରାତି ପାହିଲେ ଯେଉଁ ନଦୀରୁ ମସ୍ୟଜୀବୀମାନେ ମାଛ ମାରି ପେଟ ପୋଷନ୍ତି, ଏବେ ସେହି ନଦୀ ଉପରେ ପଡିଛି ଦୁର୍ବୃତ୍ତଙ୍କ ଲୋଲୁପ ଦୃଷ୍ଟି। କେତେବେଳେ ବିଷ ପକାଇ ଦୁର୍ବୃତ୍ତମାନେ ମାଛ ମାରୁଛନ୍ତି ତ ଆଉ କେତେବେଳେ ବୁଲୁଛି ବେଆଇନ୍‌ ଟ୍ରଲର। ଯାହାକୁ ନେଇ ଏବେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ଶହ ଶହ ମସ୍ୟଜୀବୀଙ୍କ ଜୀବନ ଜୀବିକା ଏବେ ସଙ୍କଟରେ। ମାଛ ଧରିବାରେ ମସ୍ୟଜୀବୀମାନେ ଅସୁବିଧାର ସମ୍ମୁଖୀନ ହେଉ ଥିବାବେଳେ ଜୀବିକା ଉପରେ ଏହା ପ୍ରଭାବ ପକାଇଛି। ଏପରିକି ଅନେକ ମସ୍ୟଜୀବୀ ଜୀବିକା ହରାଇ ହାତବାନ୍ଧି ବସିଛନ୍ତି। 

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଦେଇ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀ ପ୍ରବାହିତ ହେଉଛି। ରାତି ପାହିଲେ ପ୍ରତ୍ୟେକ ଦିନ ଏହି ନଦୀ ଉପରେ ଆଳି ବ୍ଲକର ଶତାଧିକ ମସ୍ୟଜୀବୀ ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ହୁଲି ଡ଼ଙ୍ଗା ସାହାଯ୍ୟରେ ମତ୍ସଜୀବୀମାନେ ଜାଲ ପକାଇ ମାଛ ଧରିଥାନ୍ତି। ଏଥିରୁ ଯାହା କିଛି ମିଳିଥାଏ ସେଥିରେ ସେମାନଙ୍କର ସଂସାର ଚଳିଥାଏ। ହେଲେ ଏବେ ଏମାନଙ୍କର ଜୀବନ ଜୀବିକା ସଙ୍କଟୀରେ। କାରଣ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରେ ଦୁର୍ବୃତ୍ତମାନେ ବିଷ ପକାଇ ମାଛ ମାରୁଥିବା ବେଳେ ବେଆଇନ୍‌ ଟ୍ରଲରରେ ମାଛ ମାରି ନିଆଯାଉଥିବାରୁ ମସ୍ୟଜୀବୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖାଲି ମସ୍ୟଜୀବୀମାନେ ଅସୁବିଧାର ସମ୍ମୁଖୀନ ହେଉ ନାହାନ୍ତି, ବରଂ ନଦୀର ଜଳ ପ୍ରଦୂଷିତ ମଧ୍ୟ ହେଉଛି। ଏନେଇ ମସ୍ୟଜୀବୀମାନେ ବାରମ୍ବାର ପ୍ରଶାସନକୁ ଅବଗତ କରି ଆସୁଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହୋଇଛି। 

ଆଳି ବ୍ଲକର ୨୦୦୦ରୁ ଊର୍ଦ୍ଧ୍ୱ ମସ୍ୟଜୀବୀ ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରୁ ମାଛ ଧରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ନଦୀରେ ବେଆଇନ୍‌ ଟ୍ରଲର ଓ ଦୁର୍ବୃତ୍ତମାନେ ବିଷ ପକାଇ ମାଛ ମାରିବା ଫଳରେ ଅନେକ ମତ୍ସଜୀବୀ ନିଜର କୌଳିକ ବୃତ୍ତି ଛାଡି ହାତ ବାନ୍ଧି ବସିଛନ୍ତି। ମତ୍ସଜୀବୀଙ୍କ ସମସ୍ୟା ନେଇ ଆଳି ତହସିଲଦାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଦୁର୍ବୃତ୍ତମାନେ ଦିନରେ ମାଛ ମାରୁ ନାହାନ୍ତି। ରାତିରେ ଲୁଚୁକି ଆସି ମାଛ ମାରୁଛନ୍ତି। ଏନେଇ ଆଇଆଇସିଙ୍କ ସହ ଆଲୋଚନା କରାଯାଇଛି। ପୋଲିସ୍‌ ସହାୟତାରେ ଦୁର୍ବୃତ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment
Illegal Fishing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ