Advertisment

ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ବୁଲିଲା ବୁଲଡୋଜର : ମାଟିରେ ମିଶିଲା ବେଆଇନ୍‌ କୋଠା

ଭୁବନେଶ୍ୱର ଉପକଣ୍ଠ ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ଉପରେ ଚଢିଲା ବୁଲ୍ ଡୋଜର

ଅଦ୍ୟତନ ହୋଇଛି
Tharhi Achutya Ashram

Tharhi Achutya Ashram Demolition

Advertisment

ମାଟିରେ ମିଶିଲା ବହୁଚର୍ଚ୍ଚିତ ତ୍ରାହି ଅଚ୍ୟୁତ ଆଶ୍ରମ ଅଞ୍ଚଳ । ବେଆଇନ କୋଠା ଗୁଡିକୁ ଆଜି ମାଟିରେ ମିଶାଇଛି ବିଡିଏ । ଝିଣ୍ଟି ଶାସନ ତ୍ରାହି ଅଚ୍ୟୁତ ନଗର ମୌଜାରେ ପ୍ରାୟ ୨୧ଟି ପ୍ଲଟ ରହିଛି । ଯେଉଁଠି ବେଆଇନ ଭାବରେ ର୍ନିମାଣ ହୋଇଛି କୋଠା । ଆଜି ପୋଲିସ, ବିଡିଏର ମିଳିତ ଟିମ୍ ପକ୍ଷରୁ ଉଚ୍ଛେଦ କରାଯାଇଛି । ସେପଟେ ଉଚ୍ଛେଦକୁ ବିରୋଧ କରି ଉତ୍ତେଜନା ଦେଖା ଦେଇଥିଲା ।

Advertisment

ଉକ୍ତ ପ୍ଲଟ ମାନଙ୍କରେ ରହୁଥିବା ମହିଳା ମାନେ ବିରୋଧ କରିଛନ୍ତି । ବିଡିଏ ଅଧିନକୁ ଆସିବା ପୂର୍ବରୁ ଗୃହ ନିର୍ମାଣ ହୋଇଥିଲା, ମାତ୍ର ଯେତେବେଳେ ବିଡିଏ ଅଧିନକୁ ଆସିଲା ସେତେବେଳେ ନୋଟିସ ବି କରାଯାଇନଥିଲା ବୋଲି ସେମାନେ କହିଛନ୍ତି । ଏଣୁ ଘର ଉଚ୍ଛେଦ ନକରି ଆବଶ୍ୟକ ଜୋରିମାନା କରିବାକୁ ଦାବି ହୋଇଛି ।

ସୂଚନାଯୋଗ୍ୟ ଆଜିକୁ ଦୁଇ ବର୍ଷ ପୂର୍ବରୁ ତଥା ୨୦୨୦ ଡିସେମ୍ବର ମାସରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କ ଦେହାନ୍ତ ହୋଇଥିଲା । ରବିବାର ରାତି ପ୍ରାୟ ୧୧ଟା ୧୫ରେ ଭୁବନେଶ୍ଵର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।  

Advertisment

ସୁର ବାବା ୧୯୮୨ ମସିହାରେ ତ୍ରାହି ଅଚ୍ୟୁତ ଆଶ୍ରମ ପ୍ରତିଷ୍ଠା କରିଥିଲେ। ପୋଥିରେ ଲୋକଙ୍କ ଅତୀତ, ଭବିଷ୍ୟତ ବିଷୟରେ ଅବଗତ କରାଇ ଅମାପ ସମ୍ପତ୍ତି ଅର୍ଜନ କରିଥିଲେ । ଆଶ୍ରମକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲୋକମାନେ ଆସୁଥିଲେ। ମାତ୍ର ୨୦୧୫ ଅଗଷ୍ଟ ୩୦ରେ ସବୁକିଛି ଓଲଟି ଯାଇଥିଲା । ଆଶ୍ରମରେ ବହୁ କେଳେଙ୍କରୀ ହେଉଥିବା ଅଭିଯୋଗରେ ଏହାର ପ୍ରତିଷ୍ଠାତା ସୁର ବାବାଙ୍କୁ ଗିରଫ କରାଯାଇଥିଲା ।  

Tharhi Achutya Ashram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ