Advertisment

ପାହାଡ଼ରେ ଚାଲିଛି ବ୍ଲାଷ୍ଟିଂ: ଫାଟୁଛି ଘର, ଭୟଭୀତ ଲୋକେ

ଦିନେ ସବୁଜ ବନାନୀରେ ଭରପୁର ଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବାଘୁଆପଲ୍ଲୀ ନିକଟ କାଶିଆ ପାହାଡ଼ ଏବେ ଲଣ୍ଡା ପାହାଡ଼ରେ ପରିଣତ ହେଲାଣି। ଦିନ ରାତି ଏଠାରେ ହେଉଛି ବ୍ଲାଷ୍ଟିଂ। ଆଉ ଫାଇଦା ଉଠାଉଛନ୍ତି ଏଠାରେ ଥିବା କ୍ରସର।

Blasting In Stone Quarry

Blasting In Stone Quarry

Advertisment

ନୟାଗଡ଼: ଦିନେ ସବୁଜ ବନାନୀରେ ଭରପୁର ଥିବା ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ବାଘୁଆପଲ୍ଲୀ ନିକଟ କାଶିଆ ପାହାଡ଼ ଏବେ ଲଣ୍ଡା ପାହାଡ଼ରେ ପରିଣତ ହେଲାଣି। ଦିନ ରାତି ଏଠାରେ ହେଉଛି ବ୍ଲାଷ୍ଟିଂ। ଆଉ ଫାଇଦା ଉଠାଉଛନ୍ତି ଏଠାରେ ଥିବା କ୍ରସର। ୪ଟି ପଞ୍ଚାୟତର କେନ୍ଦ୍ରସ୍ଥଳରେ ଥିବା ଏହି ପାହାଡ଼ ପଥର ମାଫିଆଙ୍କ କବ୍‌ଜାରେ। ଏଥିପାଇଁ ୪ଟି ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଥର ବ୍ଲାଷ୍ଟିଂ ଯୋଗୁ ଘର ସବୁ ଫାଟୁଥିବା ଅଭିଯୋଗ ହୋଇଛି। ସେପଟେ କ୍ରସର ମାଲିକଙ୍କ ଦାଦାଗିରି ଏବେ ସୀମା ପାର୍‌ କଲାଣି।

Advertisment

ପ୍ରତିଦିନ ଶହଶହ ଟ୍ରିପ ପଥର ଉଠାଯାଇ ଏହାର ସବୁଜିମାକୁ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି। ଏମିତିକ ବ୍ଲାଷ୍ଟିଂ ଯୋଗୁ ଆଖପାଖ ଅଞ୍ଚଳର ଘର ଗୁଡ଼ିକ ଫାଟି ଯାଇଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଏହି ପଥର ଖଣି ରୁ ୫ବର୍ଷରେ ୫ହଜାର ସିଏମ ପଥର ଖନନ ପାଇଁ ଅନୁମତି ମିଳିଛି। ହେଲେ ତାହା ପରେ ଏବେ ୫୦୦ ମିଟର ଜଙ୍ଗଲ ଜମିକୁ ପଦା କରାଯାଇଥିବା ଅଭିଯୋଗ ହୋଇଛି।  

Advertisment

ଅତ୍ୟଧିକ ପଥର ବ୍ଲାଷ୍ଟିଂ ସହ  କ୍ରସର ୟୁନିଟ କାରଣରୁ ଚାଷ କାମରେ ବି ବାଧା ଉପୁଜିଛି। ପଥର ଗୁଣ୍ଡ ଉଡ଼ି ଜମିର ଉର୍ବରତା ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ସ୍ଥାନୀୟ ସରପଞ୍ଚ। ଜଙ୍ଗଲ ଜମି ପଦା ନେଇ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ତଦନ୍ତ କରିବେ। ଯଦି ଏଥିରେ ଖିଲାଫ ହୋଇଥାଏ ତେବେ ମାଫିଆ ଓ କ୍ରସର ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍ଓ କହିଛନ୍ତି।

ଅନ୍ୟପକ୍ଷେ, ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏହି ପଥର ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି। ଏବେ ତଦନ୍ତ ପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତା’ଉପରେ ଏବେ ସମସ୍ତଙ୍କ ନଜର ରହିଛି। 

Advertisment
Illegal Blasting Stone Blasting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ