Orissa High Court
ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ବାଲି ପରିବହନ ନେଇ ଜିଲ୍ଲାପାଳଙ୍କ ସତ୍ୟପାଠ ମିଥ୍ୟା ଥିବା କୋର୍ଟ କହିଛନ୍ତି ।
ଏଥିପାଇଁ ତାଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବା ଉଚିତ୍ ବୋଲି କୋର୍ଟ କହିଛନ୍ତି । ବେଆଇନ୍ ବାଲି ଉଠାଣ ଓ ପରିବହନ ନେଇ ଏକ ପିଆଇଏଲ୍ ହୋଇଥିଲା । ଲିଜ୍ଧାରୀଙ୍କ ପାଇଁ ପ୍ରଶାସନ ଲୋକଙ୍କ ସ୍ୱାର୍ଥକୁ ଆଖି ବୁଜିଥିବା ଅଭିଯୋଗ ହୋଇଥିଲା ।
ଏନେଇ ହାଇକୋର୍ଟ ଜିଲ୍ଲା ପ୍ରଶାସନ ଠାରୁ ସତ୍ୟପାଠ ମାଗିଥିଲେ । ଏଭଳି ହେଉନଥିବା ଓ ଯାହା କିଛି ଘଟିଛି, ଫାଇନ୍ ହୋଇଥିବା ପ୍ରଶାସନ କହିଥିଲା । ପ୍ରଶାସନର ଏଭଳି ସତ୍ୟପାଠରେ ହାଇକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଥିଲେ ।
ଜିଲ୍ଲାପାଳଙ୍କ ଏତାଦୃଶ ଦାୟିତ୍ୱହୀନ ଆଚରଣ ଗ୍ରହଣୀୟ ନୁହେଁ କହିଥିଲେ । ଏଥିପାଇଁ ତାଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ କହିଥିଲେ । ଏଭଳି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟମାନେ ଚେତିବେ ବୋଲି କୋର୍ଟ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1701503245.jpg)