Advertisment

ଟ୍ରେନ୍‌କୁ ସୁରକ୍ଷା ଦେବ ବ୍ଲକ୍‌ ଚେନ୍ ଟେକ୍ନୋଲୋଜି, ମଙ୍ଗୁଆଳ ସାଜିଛନ୍ତି ଓଡ଼ିଆ ପୁଅ...

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍‌ ସିଗ୍ନାଲିଂ କେମିତି ତ୍ରୁଟି ଶୂନ୍ୟ ହେବ, ଏବେ ସେଇ ଚିନ୍ତା। ଆଉ ଏହାରି ଭିତରେ ଭାରତୀୟ ରେଲ୍‌ୱେ ପାଇଁ ବ୍ଲକ୍‌ ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ ବିକାଶ କରୁଛି ଆଇଆଇଟି ଖଡ଼ଗପୁର।

ଅଦ୍ୟତନ ହୋଇଛି
IIT-Kharagpur developing tamper-proof signalling system for railways

IIT-Kharagpur developing tamper-proof signalling system for railways

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍‌ ସିଗ୍ନାଲିଂ କେମିତି ତ୍ରୁଟି ଶୂନ୍ୟ ହେବ, ଏବେ ସେଇ ଚିନ୍ତା। ଆଉ ଏହାରି ଭିତରେ ଭାରତୀୟ ରେଲ୍‌ୱେ ପାଇଁ ବ୍ଲକ୍‌ ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ ବିକାଶ କରୁଛି ଆଇଆଇଟି ଖଡ଼ଗପୁର। ଖୁସିର କଥା ହେଉଛି, ଏ ପ୍ରକଳ୍ପର ମଙ୍ଗୁଆଳ ସାଜିଛନ୍ତି ଓଡ଼ିଆ ପୁଅ ପ୍ରଫେସର ଅରବିନ୍ଦ ରାଉତରାୟ। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବ୍ଲକ୍‌ ଚେନ୍ ଡାଟାବେସ୍‌ରେ ଭାରତୀୟ ରେଳ ପରିଚାଳନାର ଟିକିନିଖି ତଥ୍ୟ ପୁରା ସୁରକ୍ଷିତ ରହିବ। ନା ହେବ ହ୍ୟାକ୍ ନା କରିହେବ ଗଡ଼ବଡ଼ି। ଏପରିକି ଡାଟା ମଧ୍ୟ ଟାମ୍ପରିଂ ହୋଇପାରିବନି।

Advertisment

ବ୍ଲକ୍‌ ଚେନ୍ ଡାଟାବେସ୍‌ରେ ସୁରକ୍ଷିତ ରହିବ ଟ୍ରେନ୍ ଯୋଗାଯୋଗ ଓ ପରିଚାଳନା ଜନିତ ପ୍ରତି ମୁହୂର୍ତ୍ତର ଟିକିନିଖି ତଥ୍ୟ। ଭାରତୀୟ ରେଲ୍‌ୱେ ପାଇଁ ଏମିତି ଅତ୍ୟାଧୁନିକ ସିଗ୍ନାଲିଂ ସିଷ୍ଟମର ବିକାଶ କରୁଛନ୍ତି ଓଡ଼ିଆ ପୁଅ ତଥା ଆଇଆଇଟି ଖଡ଼ଗପୁର ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଅରବିନ୍ଦ ରାଉତରାୟ।

ତାଙ୍କ କହିବା ଅନୁସାରେ, ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବ୍ଲକ୍‌ ଚେନ୍ ଟେକ୍ନୋଲୋଜି ବ୍ୟବହାର କରି ଭାରତୀୟ ରେଲ୍‌ୱେ ଲାଗି ଏକ ସୁରକ୍ଷିତ ତଥା ଟାମ୍ପର ପ୍ରୁଫ୍ ସିଗ୍ନାଲିଂ ସିଷ୍ଟମ ବିକାଶ ପାଇଁ ସେ ଯୋଜନା କରିଥିଲେ। କିଛି ରେଳ ଅଧିକାରୀଙ୍କ ସହ ମିଶି ଏବେ ସେ ଏହି ସିଗ୍ନାଲିଂ ସିଷ୍ଟମର ଡିଜାଇନ ପ୍ରସ୍ତୁତ କରୁଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ସରିବ ଡିଜାଇନିଂ। ଏହାପରେ ରେଳ ମନ୍ତ୍ରଣାଳୟ ଅନୁମୋଦନକ୍ରମେ ଆଗକୁ ବଢ଼ିବ ବ୍ଲକ୍‌ ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ।

Advertisment

ବାହାନଗା ଟ୍ରେନ୍ ଟ୍ରାଜେଡିର ବହୁ ପୂର୍ବରୁ ଭାରତୀୟ ରେଲ୍‌ୱେ ନିମନ୍ତେ ଏକ ଆଧୁନିକ ଟ୍ରେନ୍ କମ୍ୟୁନିକେସନ, ଟ୍ରେନ୍ କଣ୍ଟ୍ରୋଲ ଓ ଟ୍ରେନ୍ ନିରାପତ୍ତା ସମନ୍ୱିତ ବ୍ୟବସ୍ଥା ବିକାଶ କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଇଆଇଟି ଭୁବନେଶ୍ୱର ଓ ଆଇଆଇଟି ଖଡ଼ଗପୁରକୁ ଦାୟିତ୍ୱ ଦେଇଥିଲେ। ବାହାନଗା ଦୁର୍ଘଟଣା ପରେ ଏବେ ବ୍ଲକ୍‌ ଚେନ୍ ଟେକ୍ନୋଲୋଜିର ବ୍ୟବହାର କରି ସିଗ୍ନାଲିଂ ସିଷ୍ଟମକୁ ବିକଶିତ କରିବାର ଗୁରୁତ୍ୱ ବଢ଼ିଛି। 

କ’ଣ ଏହି ବ୍ଲକ୍‌ ଚେନ୍ ଟେକ୍ନୋଲୋଜି ? କିଭଳି ଏହା ରେଲ୍‌ୱେ ସିଗ୍ନାଲିଂକୁ ଅଧିକ ନିରାପଦ କରାଇବ ?  ଏହା ବିକଶିତ ହେବାକୁ କେତେ ଦିନ ଲାଗିବ ? ଏନେଇ ପ୍ରଫେସର ରାଉତରାୟ କହିଛନ୍ତି, ବ୍ଲକ୍‌ ଚେନ୍ ହେଉଛି ଏକ ଟାମ୍ପର ପ୍ରୁଫ୍ ଡାଟାବେସ୍‌, ଯାହାକି ଏବେ କ୍ରିପ୍ଟୋ କରେନ୍ସି ତଥା କ୍ରେଡିଟ୍ କାର୍ଡ ଆଦି ପାଇଁ ବ୍ୟବହାର ହେଉଛି। ଏହି ଡାଟାବେସ୍‌ରେ ରେଳ ପରିଚାଳନା ନେଟ୍‌ୱର୍କରେ କାମ କରୁଥିବା ପ୍ରତିଟି କମାଣ୍ଡ, ଅର୍ଥାତ୍ ଲୋକୋ ପାଇଲଟ ହୁଅନ୍ତୁ ବା ସିଗ୍ନାଲ ମ୍ୟାନେଜର ଅଥବା ଷ୍ଟେସନ ମ୍ୟାନେଜର, ସମସ୍ତଙ୍କ ରିଅଲ ଟାଇମ୍ ତଥ୍ୟ ରହିବ।ଯାହାକି କୌଣସି ପରିସ୍ଥିତିରେ ବି ମାନିପୁଲେଟ୍ ହୋଇପାରିବନି। ଏବେ ସେ ନିଜେ ପ୍ରସ୍ତାବିତ ରେଳ ସିଗ୍ନାଲିଂ ପ୍ରକଳ୍ପ ଲାଗି ବ୍ଲକ୍‌ ଚେନ୍ ପ୍ରୋଗ୍ରାମିଂ ଆରମ୍ଭ କରିଛନ୍ତି।

Advertisment

ରେଳ ମନ୍ତ୍ରଣାଳୟ ଅନୁମୋଦନ ପରେ ଆଇଆଇଟି ଖଡ଼ଗପୁର, ଆଇଆଇଟି ଭୁବନେଶ୍ୱରର ୫୦ ଜଣିଆ ଟିମ୍ ଏହି କାର୍ଯ୍ୟରେ ନିୟୋଜିତ ହେବେ ଏବଂ ୨ ବର୍ଷ ମଧ୍ୟରେ ବ୍ଲକ୍‌ ଚେନ୍ ଆଧାରିତ ସିଗ୍ନାଲ ସିଷ୍ଟମ ପ୍ରସ୍ତୁତ ହୋଇଯିବ ବୋଲି ଅରବିନ୍ଦ କହିଛନ୍ତି। ପ୍ରଫେସର ରାଉତରାୟଙ୍କ ପ୍ରସ୍ତାବିତ ଟାମ୍ପର ପ୍ରୁଫ୍ ରେଲ୍‌ୱେ ସିଗ୍ନାଲିଂ ସିଷ୍ଟମ ସଫଳ ହେଲେ, ବ୍ଲକ୍‌ ଚେନ୍ ବ୍ୟବହାରରେ ଭାରତୀୟ ରେଲ୍‌ୱେ ନୂଆ ଇତିହାସ ରଚିବ।

Train Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ