Advertisment

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ୱାନ, ୩ ବର୍ଷରେ କାମ ସାରିବାକୁ ଟାର୍ଗେଟ

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର ହେଲେ ବାସ୍ତବ ରୂପ ନେବ ତ ପ୍ରସ୍ତାବିତ ବିମାନ ବନ୍ଦର ?

ଅଦ୍ୟତନ ହୋଇଛି
undefined

Puri Airport

Advertisment

୩ ବର୍ଷରେ ସରିବ ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର କାମ। ନିର୍ବାଚନ ପୂର୍ବରୁ ପିପିପି ମୋଡରେ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଜି ୨ ହଜାର ୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର। ହେଲେ ପ୍ରଶ୍ନ ବାସ୍ତବ ରୂପ ନେବ ତ ଏ ପ୍ରକଳ୍ପ ? କାହିଁକି ନା ପ୍ରକଳ୍ପ ପାଇଁ ଯଦିଓ ପରିବେଶ ମଞ୍ଜୁରୀ ମିଳିଛି ହେଲେ ଏବେ ବି କୋଷ୍ଟାଲ ରେଗୁଲେସନ ଜୋନ୍ କ୍ଲିୟରାନ୍ସ ବାକି ଅଛି। ଏଥିସହ ମାତ୍ର ୬୦ କିଲୋମିଟର ଦୂରରେ ଭୁବନେଶ୍ୱରରେ ଅନ୍ତର୍ଜାତୀୟ ବିମାନବନ୍ଦର ଥିବାରୁ ଏହା କେତେ ବ୍ୟବହାର୍ଯ୍ୟ ହେବ, ତାହା ବି ପ୍ରଶ୍ନବାଚୀ ସୃଷ୍ଟି କରିଛି।

Advertisment

ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର ହେଲେ ବାସ୍ତବ ରୂପ ନେବ ତ ପ୍ରସ୍ତାବିତ ବିମାନ ବନ୍ଦର ? ନା କେବଳ ନିର୍ବାଚନୀ ପରିକଲ୍ପନା ? ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଇଡ୍‌କୋ ପକ୍ଷରୁ ଡକାଯାଇଛି ଟେଣ୍ଡର। ପିପିପି ମୋଡରେ ହେବାକୁ ଥିବା ଏଇ ବିମାନ ବନ୍ଦର ପାଇଁ ଟେଣ୍ଡର ପରିମାଣ ରହିଛି ୨ ହଜାର ୨୦୩ କୋଟି ଟଙ୍କା। ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୪୬ ଲକ୍ଷ ଯାତ୍ରୀ ଯାତାୟତ ପରିଚାଳନା କ୍ଷମତା ଥିବା ବିମାନ ବନ୍ଦରକୁ ୧ ହଜାର ୯୫ ଦିନ ଅର୍ଥାତ୍ ୩ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୨୧ରୁ ଅନଲାଇନରେ ଟେଣ୍ଡର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୦ରେ ସରିବ। ଖାଲି ବିମାନ ବନ୍ଦର ନିର୍ମାଣ ନୁହେଁ, ୭ ବର୍ଷ ପାଇଁ ପରିଚାଳନା ଦାୟିତ୍ୱ ବି ବୁଝିବାକୁ ଟେଣ୍ଡରରେ ସର୍ତ୍ତ ରହିଛି। ଟେଣ୍ଡର ଆହ୍ୱାନକୁ ନେଇ ଖୁସି ଜାହିର କରିଛନ୍ତି ପୁରୀ ବାସିନ୍ଦା ଆଉ ପର୍ଯ୍ୟଟକ ।

ଯଦିଓ ବିମାନ ବନ୍ଦର ପାଇଁ ପରିବେଶ ମଞ୍ଜୁରୀ ମିଳିଛି ତେବେ କୋଷ୍ଟାଲ ରେଗୁଲେସନ୍ ଜୋନ୍ କ୍ଲିୟରାନ୍ସ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇପାରେ। କାରଣ ସମୁଦ୍ର ଉଚ୍ଚ ଜୁଆର ଠାରୁ ମାତ୍ର ୨ଶହ ମିଟର ଭିତରେ ପ୍ରସ୍ତାବିତ ବିମାନ ବନ୍ଦରର ରନୱେ ରହୁଛି। ଯାହାଦ୍ୱାରା ସାମୁଦ୍ରିକ ଜୀବ ପ୍ରଭାବିତ ହେବା ସହ ବାଲୁକା ସ୍ତୁପ ଗୁଡିକ ବି କ୍ଷତିଗ୍ରସ୍ତ ହୋଇପାରେ। କେବଳ ସେତିକି ନୁହେଁ ଏୟାରପୋର୍ଟ ପାଇଁ ଆବଶ୍ୟକ ହେଉଥିବା ପ୍ରାୟ ୧ ହଜାର ୧୬୪ ଏକର ଜମି ଭିତରେ ରହୁଛି ପ୍ରାୟ ୭୦ ଏକର ଜଙ୍ଗଲ ଜମି। ଏଥିପାଇଁ ପାଖାପାଖି ୧୩ ହଜାର ୫୦୪ ଗଛ ବଳିପଡିବାର ଆଶଙ୍କା ଥିବାରୁ ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଆଞ୍ଚଳିକ ଏମ୍ପାୱାର୍ଡ କମିଟି ମଧ୍ୟ ଆପତ୍ତି ଉଠାଇଛି। ବଡ଼ କଥା ହେଲା ପ୍ରସ୍ତାବିତ ଜମିରେ ସାମୁକା ପ୍ରକଳ୍ପ ପାଇଁ ବି ଯୋଜନା କରିଥିଲେ ସରକାର। ହେଲେ ଅନୁମୋଦନ ପାଇଁ ବିବାଦ ଯୋଗୁଁ ଏଯାଏଁ ହୋଇପାରିଲାନି । ଅନ୍ୟପଟେ ବିମାନ ବନ୍ଦର ହେଲେ ଐତିହ୍ୟ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରିଛନ୍ତି ଐତିହ୍ୟ ବିଶାରଦ। ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୪୦ ହାତର ବାନା, ନିକଟରେ ଡିଜେ ବାଜିବା ବ୍ୟାନ ଥିବା ବେଳେ ବିମାନ ଚଳାଚଳକୁ କେମିତି ଅନୁମତି ଦିଆଯିବ ବୋଲି ପ୍ରଶ୍ନ ଉଠିଛି।

Advertisment

ସବୁଠୁ ବଡ଼ କଥା ହେଲା ଭୁବନେଶ୍ୱରରେ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରୁ ମାତ୍ର ୬୦ କିଲୋମିଟର ଦୂରରେ ହେବାକୁ ଯାଉଛି ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର। ଆଉ ବେସାମରିକ ବିମାନ ଚଳାଚଳ ନିୟମାନୁସାରେ ୧୦୦ କିଲୋମିଟର ଭିତରେ ଆଉ ଏକ ବିମାନ ବନ୍ଦର ହେଲେ ନୂଆ ବିମାନ ବନ୍ଦର ପୁରୁଣା ବିମାନ ବନ୍ଦରକୁ କ୍ଷତିପୂରଣ ଦେବ। ତେଣୁ ଏଠି କ୍ଷତି ଭରଣା କରିବେ ତ ସରକାର ? ତାକୁ ନେଇ ବି ପ୍ରଶ୍ନ ଉଠିଛି।

Puri Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ