Advertisment

IASଙ୍କ ଉପରେ କାମର ଚାପ ! ଏକାଧିକ ବିଭାଗର ଦାୟିତ୍ୱ ଯୋଗୁ ଭାରାକ୍ରାନ୍ତ !

ଏକାଧିକ ବିଭାଗର ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର।

ଅଦ୍ୟତନ ହୋଇଛି
Saswat Mishra, IAS

Saswat Mishra, IAS

Advertisment

ଭୁବନେଶ୍ୱର: ଏକାଧିକ ବିଭାଗର ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଉନ୍ନୟନ କମିଶନରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର।  

Advertisment

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଲେଖିଥିବା ଚିଠିରେ ଶାଶ୍ୱତ ମିଶ୍ର ଉଲ୍ଲେଖ କରିଛନ୍ତି, ‘ଗତ ନଭେମ୍ବରରୁ ମୁଁ ରାଜ୍ୟପାଳଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଦାୟିତ୍ୱରେ ଅଛି। ଏହାସହ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଓଏସ୍ଏସ୍‌ସିର ଅଧ୍ୟକ୍ଷ ମଧ୍ୟ ଅଛି। ରାଜ୍ୟପାଳଙ୍କ ପ୍ରିନ୍ସପାଲ ସେକ୍ରେଟାରି ଭାବେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡୁଛି, ତା ସହିତ ସାମ୍ବିଧାନିକ ଓ ବ୍ୟବସ୍ଥାପିକାର କାର୍ଯ୍ୟକ୍ରମକୁ ମଧ୍ୟ ଯିବାକୁ ପଡୁଛି।’  

ତେଣୁ ଧାନ ସଂଗ୍ରହର ତଦାରଖ ପାଇଁ ବିଭିନ୍ନ ଜିଲ୍ଲା ପରିଦର୍ଶନ ଓ ଜିଲ୍ଲା ସ୍ତରରେ କୋଭିଡ ପରିଚାଳନାର ଦାୟିତ୍ୱରୁ ଅବ୍ୟାହତି ଦେବାକୁ ଶାଶ୍ୱତ ମିଶ୍ର ଅନୁରୋଧ କରିଛନ୍ତି। 

Advertisment
IAS Saswat Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ