Advertisment

ଦାୟିତ୍ୱ ନେବେ ମୁଖ୍ୟ ଶାସନ ସଚିବ: ସାମ୍ନା କରିପାରନ୍ତି ଏଇ ୭ ଚ୍ୟାଲେଞ୍ଜ

ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଚଳିତ ବର୍ଷ ସଠିକ୍ ଭାବେ ପ୍ରଣୟନ କରିବା ନୂଆ CSଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ୨୦୨୩-୨୪ ବଜେଟ୍‌ରେ ରାଜ୍ୟ ସରକାର ୨୦ ଟି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାଗୁଡିକୁ କିଭଳି ସଫଳ ଭାବେ କାର୍ଯ୍ୟକରୀ କରାଯିବ ତାର ରୋଡମ୍ୟାପ ପ୍ରସ୍ତୁତ କରିବେ ମୁଖ୍ୟ ସଚିବ।

ଅଦ୍ୟତନ ହୋଇଛି
PK JENA

PK JENA

Advertisment

କଠିନ ସମୟରେ ରାଜ୍ୟ ପ୍ରଶାସନିକ କଳର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ କୁମାର ଜେନା। ମାର୍ଚ୍ଚ ୧ ଅର୍ଥାତ୍‌ ଆଜିଠୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରଦୀପ। ଆଉ ଏହି ଗୁରୁ ଦାୟିତ୍ବ ସମ୍ଭାଳିବା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ଭିକ୍ଷା କରିଛନ୍ତି ପି.କେ.। ତେବେ ଦକ୍ଷ ପ୍ରଶାସକ ପ୍ରଦୀପଙ୍କ ପାଇଁ ନୂଆ ଦାୟିତ୍ବ ସେତେଟା ସହଜ ହେବ ନାହିଁ। ବରିଷ୍ଠ ସାମ୍ବାଦିକଙ୍କ ମତରେ.. ତାଙ୍କ ଆଗରେ ରହିଛି ଅନେକ ଚ୍ୟାଲେଂଜ୍। ଯେମିତିକି..

Advertisment

୧. ବାବୁଙ୍କ ପ୍ରତି ଜନ ସାଧାରଣରେ ବଢୁଥିବା ଅସନ୍ତୋଷକୁ ଦୂର କରିବା

୨. ଅଫିସର ଅଫିସର ମଧ୍ୟରେ କୋର୍ଡିନେସନ୍

୩. ପ୍ରଶାସକଙ୍କ ମଧ୍ୟରେ ସମନ୍ବୟ ରଖି ଗୁଡ୍ ଗଭର୍ଣ୍ଣାନ୍‌ସ ଦେବା

୪. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରି ରାଜ୍ୟର ବିଭିନ୍ନ ସ୍କିମ ଚଳାଇବା

୫. ଲୋକ ପ୍ରତିନିଧି ଓ ପ୍ରଶାସକ ମଧ୍ୟରେ ଭଲ ସଂପର୍କ ରକ୍ଷା କରିବା

୬. ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଠିକ୍ ସମୟରେ ସାରିବା

୭. ସରକାରଙ୍କ ଭାବମୂର୍ତ୍ତି ରକ୍ଷା କରିବା

ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ଚଳିତ ବର୍ଷ ସଠିକ୍ ଭାବେ ପ୍ରଣୟନ କରିବା ନୂଆ CSଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ୨୦୨୩-୨୪ ବଜେଟ୍‌ରେ ରାଜ୍ୟ ସରକାର ୨୦ ଟି ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାଗୁଡିକୁ କିଭଳି ସଫଳ ଭାବେ କାର୍ଯ୍ୟକରୀ କରାଯିବ ତାର ରୋଡମ୍ୟାପ ପ୍ରସ୍ତୁତ କରିବେ ମୁଖ୍ୟ ସଚିବ। ଅପରପକ୍ଷରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିରୋଧୀ ବାରମ୍ବାର ସରକାରଙ୍କୁ ଟାର୍ଗେଟ୍ କରୁଥିବାରୁ ଏଥିରେ ସୁଧାର ଆଣିବାକୁ ପ୍ରଦୀପ କି ପଦକ୍ଷେପ ନେବେ ତା ଉପରେ ସମସ୍ତଙ୍କ ନଜର ରହିବ।

Advertisment

ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ମୁଖ୍ୟ ଶାସନ ସଚିବ ଦାୟିତ୍ବ ସମ୍ଭାଳିବାକୁ ଯାଉଛନ୍ତି ପ୍ରଦୀପ। ଉନ୍ନୟନ କମିଶନର ଓ ଏସଆରସି ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିବା ଏହି ବରିଷ୍ଠ ବ୍ୟୁରୋକ୍ରାଟ୍ ପୂର୍ବଭଳି ନିଜର ସ୍ବତନ୍ତ୍ର ଅନ୍ଦାଜରେ କେତେଦୂର କାମ କରିପାରୁଛନ୍ତି ତା ଉପରେ ରାଜ୍ୟବାସୀଙ୍କ ନଜର ରହିବ।

(ଭୁବନେଶ୍ୱରରୁ ଚନ୍ଦନ ପାଇକରାୟଙ୍କ ରିପୋର୍ଟ)

Chief Secretary Odisha Chief Secretary Pradeep Jena
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ