Advertisment

UPSCରେ ୫ ଥର ଫେଲ୍ ହେବା ପରେ ସଫଳତା ପାଇଲେ ନମିତା

ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ନମିତା ଶର୍ମା। ୫ ଥର UPSC ପରୀକ୍ଷାରେ ଫେଲ୍ ହୋଇ ମଧ୍ୟ ଭାଙ୍ଗିଦେଇ ନଥିଲେ ନିଜର ସ୍ୱପ୍ନ। ନିଜର ଏହି ଇଛାଶକ୍ତି ତାଙ୍କୁ ଶେଷରେ ଦେଲା ସଫଳତା। ବନିଗଲେ IAS ଅଧିକାରୀ।

ଅଦ୍ୟତନ ହୋଇଛି
IAS Namita Sharma cleared UPSC at 5th attempt

IAS Namita Sharma cleared UPSC at 5th attempt

Advertisment

ଭାରତୀୟ ପ୍ରଶାସନିକ ସେବାରେ ପ୍ରବେଶ କରିବାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦିଅନ୍ତି। IAS ହେବାର ସ୍ୱପ୍ନ ଦେଖି ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ କଠିନ ପରିଶ୍ରମ କରନ୍ତି, ମାତ୍ର ଅଳ୍ପ କିଛି ସଫଳତା ପାଆନ୍ତି। ଅନେକ ଆଶାୟୀ ଅଛନ୍ତି ବିଫଳ ସତ୍ତ୍ୱେ ଚେଷ୍ଟା ଜାରି ରଖିଥାନ୍ତି। ସେମାନେ ‘ବିଫଳତା ସଫଳତାର ଚାବିକାଠି’ ଉକ୍ତିକୁ ପ୍ରମାଣ କରିବା ଲକ୍ଷରେ ଆଗକୁ ବଢିଥାନ୍ତି।

Advertisment

ସେହିଭଳି, ଜଣେ ଯୁବତୀ ମଧ୍ୟ IAS ହେବାର ସ୍ୱପ୍ନ ଦେଖିଥିଲେ।​ ନିଜର ଏହି ପ୍ରାଶାସନିକ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଚାକିରି ମଧ୍ୟ ଛାଡିଥିଲେ। UPSC ପରୀକ୍ଷା ଦେଇଥିଲେ କିନ୍ତୁ ପ୍ରାଥମିକ ପରୀକ୍ଷାଏ ପାସ୍ କରିପାରି ନଥିଲେ। ସେ ପୁନର୍ବାର ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଥିଲା। ସେ କିନ୍ତୁ ହାରି ନଥିଲେ।

ତୃତୀୟ ଥର ଆହୁରି ଅଧିକ ପରିଶ୍ରମ କରି ପରୀକ୍ଷାରେ ହାଜର ହେଲେ, କିନ୍ତୁ ପୁଣି ବିଫଳତାର ସ୍ୱାଦ ଚାଖିବାକୁ ପଡିଲା। ଏହି ଯୁବତୀ ଜଣକ ଦୁଇ କି ତିନି ଥର ନୁହେଁ ପାଞ୍ଚ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ବାରମ୍ବାର ବିଫଳତା ପରେ ଯେତେବେଳେ ଲୋକମାନେ ଆଶା ହରାନ୍ତି, ଏହି ଯୁବତୀ ଜଣଙ୍କ କିନ୍ତୁ IAS ହେବାର ସ୍ୱପ୍ନକୁ ଶେଷ ଖେବାକୁ ଦେଲେ ନାହିଁ। ଶେଷରେ ମିଳିଲା ସଫଳତା। ଦୀର୍ଘ ସଂଗ୍ରାମର ଏହି କାହାଣୀ ହେଉଛି IAS ନମିତା ଶର୍ମାଙ୍କର। ତେବେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ, ଯିଏ ପାଞ୍ଚ ଥର ବିଫଳ ହେବା ପରେ ସଫଳତାର ସିଡ଼ି ଚଢିପାରିଛନ୍ତି।

Advertisment

କିଏ ଏହି ନମିତା ଶର୍ମା:

ନମିତା ଶର୍ମା ଦିଲ୍ଲୀରେ ରହୁଥିବା ବେଳେ ତାଙ୍କ ବାପା ଦିଲ୍ଲୀ ପୋଲିସର ସହକାରୀ ସବ୍-ଇନ୍ସପେକ୍ଟର ଓ ମା’ ଜଣେ ଗୃହିଣୀ। ନମିତାଙ୍କ ପରିବାରରେ ବାପାମାଆଙ୍କ ବ୍ୟତୀତ ଜଣେ ଭାଇ ମଧ୍ୟ ଅଛନ୍ତି। ପରିବାର ଲୋକେ ସବୁବେଳେ ତାଙ୍କୁ ଉତ୍ସାହିତ କରୁଥିଲେ। ନାମିତାଙ୍କ ପ୍ରାଥମିକ ଶିକ୍ଷା ଦିଲ୍ଲୀରେ ସମାପ୍ତ ହୋଇଥିଲା, ଏହା ପରେ ସେ ଦିଲ୍ଲୀର ଆଇପି ୟୁନିଭର୍ସିଟିରୁ ବି.ଟେକ୍ ଶେଷ କରି ଇଞ୍ଜିନିୟରିଂ ଡିଗ୍ରୀ ମଧ୍ୟ ହାସଲ କରିଥିଲେ। ସେ କ୍ୟାମ୍ପସ ଚୟନରେ ଚାକିରି ମଧ୍ୟ ପାଇଥିଲେ। ଏହା ପରେ ସେ ଆଇବିଏମରେ କାମ କରିବା ଆରମ୍ଭ କରିଥିଲେ।

ଚାକିରିରେ ନଥିଲେ ସନ୍ତୁଷ୍ଟ:

ନମିତା କିନ୍ତୁ ତାଙ୍କ ଚାକିରିରେ ସନ୍ତୁଷ୍ଟ ନଥିଲେ। ସେ ପ୍ରଶାସନିକ ସେବାକୁ ଯିବାକୁ ଚାହୁଁଥିଲେ। ତେଣୁ ଦୁଇ ବର୍ଷ ମୁମ୍ବାଇରେ କାମ କରିବା ପରେ ସେ ଚାକିରି ଛାଡି UPSC ପାଇଁ ପ୍ରସ୍ତୁତ ହେବାକୁ ସ୍ଥିର କଲେ। କିନ୍ତୁ ନମିତାଙ୍କ ଲକ୍ଷସ୍ଥଳରେ ପହଞ୍ଚିବା ସେତେ ସହଜ ନଥିଲା। ନମିତା ଲଗାତାର ଚାରିଥର ପ୍ରାଥମିକ ପରୀକ୍ଷାରେ ବିଫଳ ହୋଇଥିଲେ। ଏହା ପରେ ମଧ୍ୟ ନମିତା ତାଙ୍କ ସ୍ୱପ୍ନକୁ ଜାଗ୍ରତ ରଖିଥିଲେ।

Advertisment

ଶେଷରେ ମିଳିଲା ସଫଳତା:

ପଞ୍ଚମ ଥର ପାଇଁ ନମିତା ପୁନର୍ବାର UPSC ପରୀକ୍ଷା ଦେଇଥିଲେ ଏବଂ ଏଥର ସାକ୍ଷାତକାର ରାଉଣ୍ଡରେ ପହଞ୍ଚିଥିଲେ। କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ପୁଣି ଥରେ ନିରାଶର ସ୍ୱାଦ ଚାଖିବାକୁ ପଡିଲା, ଫାଇନାଲ ତାଲିକାରେ ତାଙ୍କ ନାମ ଆସିଲା ନାହିଁ। ଏହା କେବଳ ଜଣେ ବ୍ୟକ୍ତିର ନିଷ୍ଠା ବା ଆବେଗ ହୋଇପାରେ ଯାହା ବାରମ୍ବାର ପରାଜୟ ପରେ ମଧ୍ୟ ସେ ନିଜକୁ ହାର ମାନିବାକୁ ପ୍ରସ୍ତୁତ ନଥାନ୍ତି। ସେ ପୁଣି ଥରେ ପରୀକ୍ଷା ଦେଇଥିଲେ ଏବଂ ଏଥର ନମିତା ଅଲ୍‌ ଇଣ୍ଡିଆ ରାଙ୍କ ୧୪୫କୁ ନିଜ ନାମରେ କରିଥିଲେ ଏବଂ ଶେଷରେ IAS ଅଧିକାରୀ ହେବାର ସ୍ୱପ୍ନ ପୂରଣ କରିଥିଲେ।

Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ