Advertisment

ଭବିଷ୍ୟତ ଖଣ୍ଡିଏ କାଗଜ ଉପରେ ନିର୍ଭର କରେ ନାହିଁ...ପ୍ରମାଣିତ କଲେ ଏହି IAS

ଭବିଷ୍ୟତ କାଗଜ ଖଣ୍ଡିଏ ଉପରେ ନିର୍ଭର କରେ ନାହିଁ ବୋଲି କହି ଉଦାହରଣ ସୃଷ୍ଟି କରିଛନ୍ତି IAS...

ଅଦ୍ୟତନ ହୋଇଛି
IAS awanish sharan shared his 10th marksheet with third division

IAS awanish sharan shared his 10th marksheet with third division

Advertisment

ବୋର୍ଡ ପରୀକ୍ଷାରେ ଖରାପ୍‌ ମାର୍କ ଆସିଲେ ସାଧାରଣତଃ ଛାତ୍ରଛାତ୍ରୀ ହତାଶ ହୋଇଯାଆନ୍ତି । ସେତେବେଳେ ସେମାନେ ଭାବିଥାନ୍ତି ଯେ ଏହାପରେ ସେ ତାଙ୍କ କ୍ୟାରିଅରରେ ଆଗକୁ ବଢ଼ିପାରିବେ ନାହିଁ । ଏହି ଚିନ୍ତାରେ ସେମାନଙ୍କୁ କିଛି ବୃଦ୍ଧି ବାଟ ଦେଖାଯାଇନଥାଏ । ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପରୀକ୍ଷା ରେଜଲ୍ଟ ଭଲ ନ ଆସିବାରୁ ଭୁଲ୍ ପଦକ୍ଷେପ ଗ୍ରହଣ କରିନିଅନ୍ତି । ଏମିତିକି ନିଜ ଜୀବନ ବି ହାରିଦେଇଥାନ୍ତି । ହେଲେ ଆମ ସମାଜରେ ଏମିତି ଅନେକ ଉଦାହରଣ ରହିଛି ଯାହାକୁ ଦେଖିଲେ ଆମେ ବୁଝି ପାରିବା, ଗୋଟିଏ ଶ୍ରେଣୀ ପରୀକ୍ଷା ମାର୍କସିଟ୍ ବା ସାର୍ଟିଫିକେଟ କେବେ ବି ଜଣେ ବ୍ୟକ୍ତିର ଭବିଷ୍ୟତ ନିର୍ଦ୍ଧାରଣ କରିନଥାଏ । ମଣିଷର ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ବି ସେ ସାଧନ କରିପାରେ ।

Advertisment

ଠିକ୍‌ ଏମିତି ଏକ ଉଦାହରଣ ହେଉଛନ୍ତି IAS ଅବନିଶ ଶରନ୍ । ଯାହାଙ୍କର ପରୀକ୍ଷା ମାର୍କସିଟ୍‌ କେବେ ବି ନିଜ ଭବିଷ୍ୟତ ବା କ୍ୟାରିୟର ଉପରେ କୌଣସି କୁପ୍ରଭାବ ପକାଇ ପାରି ନାହିଁ । ସେ ଦଶମ ବୋର୍ଡ ପରୀକ୍ଷାରେ ଖୁବ୍‌ ଖରାପ ପ୍ରଦର୍ଶନ କରି ଥାର୍ଡ ଡିଭିଜନ୍ ମାର୍କ ପାଇଥିଲେ । ହେଲେ ଏହି ମାର୍କସିଟ୍ ତାଙ୍କୁ କେବେ ବି ଅଟକାଇ ରଖିବାକୁ ଚେଷ୍ଟା କରିନି । ସେ ଆଜି ଜଣେ ସଫଳ IAS ଅଫିସର । ଅବନିଶଙ୍କ କ୍ୟାରିୟର ଦେଖିଲେ ଆପଣଙ୍କର ମନୋବଳ ନିଶ୍ଚୟ ଦୃଢ଼ ହେବ । ଆଉ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ ଯେ, ସାମାନ୍ୟ କାଗଜ ଖଣ୍ଡେରେ ତିଆରି ମାର୍କସିଟ୍‌ କେବଳ ଏକ ସଂଖ୍ୟା । ମାର୍କସିଟ୍‌ ଦେଖି କେବେ କାହାର ଭବିଷ୍ୟତ ଆକଳନ ବା ଅନୁମାନ କରିହେବ ନାହିଁ ।

ଛତିଶଗଡ଼ କ୍ୟାଡରର ୨୦୧୯ ବ୍ୟାଚ୍‌ର ଆଇଏସ୍‌ ଅବନିଶ୍‌ ଶରନ୍ (IAS Awanish Sharan) ଏହାର ଜୀବନ୍ତ ଉଦାହରଣ । ବର୍ତ୍ତମାନ ଯୁଗର ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିବା ପାଇଁ ଆଇଏସ୍‌ ଅବନିଶ ଗତକାଲି ସୋସିଆଲ୍‌ ମିଡିଆରେ ନିଜ ଦଶମ ବୋର୍ଡ ପରୀକ୍ଷାର ମାର୍କସିଟ୍ ସେୟାର୍‌ କରିଛନ୍ତି । ଯାହାକୁ ଦେଖି ତାଙ୍କ ଫଲୋର୍ସମାନେ ଆଶ୍ଚର୍ଯ୍ୟ ହେବା ସହ ଛାତ୍ରଛାତ୍ରୀମାନେ ପ୍ରେରଣା ପାଇଛନ୍ତି । ସେମାନଙ୍କର ମନୋବଳ ଦୃଢ଼ ହୋଇଛି ।

Advertisment

ଆଇଏସ୍‌ ଅବନିଶ ଶରନ୍ ନିଜ ଟ୍ୱିଟର ଆକାଉଣ୍ଟରେ ଦଶମ ମାର୍କସିଟ୍ ଶେୟାର କରିଛନ୍ତି । ଶେୟାର ହୋଇଥିବା ମାର୍କସିଟ୍‌ରେ ଜଣାପଡୁଛି ଯେ, ଅବନିଶ ୧୯୯୬ ମସିହାରେ ବିହାରର ଏକ ସ୍କୁଲ୍‌ରେ ପରୀକ୍ଷା ଦେଇଥିଲେ । ସେ ମୋଟ୍‌ ୭୦୦ରୁ ୩୧୪ ମାର୍କ ରଖିଛନ୍ତି । କେବଳ ୪୪.୫ ପ୍ରତିଶତ ମାର୍କ ରଖିଥିବାବେଳେ ଗଣିତରେ ଜଷ୍ଟ୍ ପାସ୍‌ ଅର୍ଥାତ୍‌ ୩୧ ନଂ ରଖିଛନ୍ତି । ଏଭଳି କମ୍‌ ନମ୍ୱର ପାଇ ମଧ୍ୟ ସେ UPSC ପରୀକ୍ଷା ପାସ୍‌ କରି ଏକ ସଫଳ IAS ହୋଇପାରିଛନ୍ତି । ଯାହାକି ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ।

ଦେଖନ୍ତୁ IASଙ୍କ ମାର୍କସିଟ୍‌ :-

Advertisment

ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁ ଜଣାଶୁଣା ତଥା ଧନୀ ବ୍ୟକ୍ତି । ହେଲେ ସେମାନଙ୍କର ମାର୍କ ସିଟ୍‌ରେ ସବୁଠୁ ଖରାପ୍‌ ମାର୍କ ରହିଛି ।

IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ