Advertisment

କାନ୍ଦି କାନ୍ଦି ଭୂମିରେ ଲୋଟି ପଡ଼ୁଛନ୍ତି ସହିଦ ଯବାନଙ୍କ ବାପା, ମା’ଙ୍କ ପାଟିରୁ ବାହାରୁନି କଥା...

ପୁଅକୁ ସବୁଦିନ ପାଇଁ ହରାଇ କାନ୍ଦି କାନ୍ଦି ଭୂମିରେ ବାପା ଲୋଟି ପଡ଼ୁଥିବା ବେଳେ ମା’ ପୁରାପୂରି ସ୍ତବ୍ଧ ହୋଇଯାଇଛନ୍ତି। ମା’ର ପାଟିରୁ କଥା ବାହାରୁ ନାହିଁ। ଏଭଳି କିଛି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି ସହିଦ ହୋଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘରେ।

Jawan Rana Pratap Das' Family Saddened By His Demise

Jawan Rana Pratap Das' Family Saddened By His Demise

Advertisment

ଅନୁଗୁଳ: ପୁଅର ସହିଦ ହେବା ଖବର ପରିବାରର ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା, ହେଲେ ବାପାମା’ଙ୍କୁ ଦିଆଯାଇନଥିଲା। ପରେ ପୁଅର ସହିଦ ଖବର ଜାଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଯବାନଙ୍କ ବାପାମା’। ପୁଅକୁ ସବୁଦିନ ପାଇଁ ହରାଇ କାନ୍ଦି କାନ୍ଦି ଭୂମିରେ ବାପା ଲୋଟି ପଡ଼ୁଥିବା ବେଳେ ମା’ ପୁରାପୂରି ସ୍ତବ୍ଧ ହୋଇଯାଇଛନ୍ତି। ମା’ର ପାଟିରୁ କଥା ବାହାରୁ ନାହିଁ। ଯବାନଙ୍କ ବାପାମା’ଙ୍କ ହାର୍ଟ ସମସ୍ୟା ଥିବା ଯୋଗୁ ପରିବାର ଲୋକ କି ଗାଁ ଲୋକେ ହଠାତ୍‌ ସେମାନଙ୍କୁ ପୁଅର ସହିଦ ଖବର ଜଣାଇନଥିଲେ। ଏଭଳି କିଛି ଶୋକାକୁଳ ଦୃଶ୍ୟ ଦେଖିବାକୁ ମିଳିଛି ବାୟୁସେନା ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣା ପ୍ରତାପ ଦାସଙ୍କ ଘର ତାଳଚେରରେ।

Advertisment

ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସାରା ଦେଶକୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟରରେ ସିଡିଏସ୍‌ ବିପିନ ରାୱତ, ତାଙ୍କ ପତ୍ନୀ ଓ ସେନାର ବରିଷ୍ଠ ଅଧିକାରୀଙ୍କୁ ମିଶାଇ ୧୪ ଜଣ ଥିଲେ। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଓଡ଼ିଆ ଯବାନ ରାଣା ପ୍ରତାପ ଦାସ ସହିଦ ହୋଇଛନ୍ତି। 

ରାଣା ପ୍ରତାପ ଜୁନିଅର ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ରାଣା ପ୍ରତାପଙ୍କ ମୃତ୍ୟୁ ଖବର ଶୁଣି ପରିବାର ଲୋକ ପୁରାପୂରି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ରାଣାଙ୍କ ମୃତ୍ୟୁ ଖବର ପରିବାରର ସମସ୍ତଙ୍କୁ ଦିଆଯାଇ ଥିବାବେଳେ ରାଣାଙ୍କ ବାପାମା’ଙ୍କୁ ଦିଆଯାଇନଥିଲା। ପରେ ତାଙ୍କ ବାପାମା’ଙ୍କୁ ଏସମ୍ପର୍କରେ କୁହାଯାଇଥିଲା। ରାଣାଙ୍କ ବାପାମା’ଙ୍କ ହାର୍ଟ ସମସ୍ୟା ରହିଛି। ନିକଟରେ ଅପରେସନ୍‌ ହୋଇଥିଲା। ତେଣୁ ରାଣାଙ୍କ ସହିଦ ହେବା ଖବର ହଠାତ୍‌ ସେମାନଙ୍କୁ କିଛି କୁହାଯାଇନଥିଲା। 

Advertisment

ରାଣା ପ୍ରତାପଙ୍କ ମୃତ୍ୟୁକୁ ନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘ରାଣା ପ୍ରତାପ ଏହି ଅଞ୍ଚଳର ଓ ସାରା ଭାରତ ବର୍ଷ ପାଇଁ ଗର୍ବ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗୁଛି।’ ଦୁଃଖରେ ଭାଙ୍ଗି ପଡ଼ିଥିବା ରାଣା ପ୍ରତାପଙ୍କ ବଡ଼ମା’ ହୀରଲାଲ୍‌ ଦାସ କହିଛନ୍ତି, ‘ମୋ ପୁତୁରା ରାଣା ବହୁତ ଭଲ ଥିଲା। ତାର ଗୋଟିଏ ଛୋଟିଏ ପୁଅଟି ଅଛି। ତାକୁ ୨ ବର୍ଷ ମଧ୍ୟ ହୋଇ ନାହିଁ। ଗତକାଲି ସନ୍ଧ୍ୟାରେ ରାଣାଙ୍କ ମୃତ୍ୟୁ ଖବର ଆମେ ଜାଣିଲୁ। ପୂଜା ଛୁଟିରେ ଘରକୁ ଆସିଥିବା ବେଳେ ସେ ମୋ ସହ କଥାବାର୍ତ୍ତା ହୋଇଥିଲା। ସେ ସବୁବେଳେ କୁହେ, ମାମା, ତୁମ ଘରକୁ ଆସିଲେ ମୁଁ ଦେଶୀ ଖାଦ୍ୟ ଖାଉଛି। ’

Army Helicopter Crash CDS Chopper Crash Odia Jawan Rana Pratap Das IAF Chopper Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ