Hyva driver burnt alive in Sundargarh
ହାଇୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର। ସୁନ୍ଦରଗଡ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଟେନସା ଫାଣ୍ଡି ଅଧୀନସ୍ଥ ଗୀତାରାଣୀ ମାଇନ୍ସ ନିକଟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ହାଇୱା ଗାଡ଼ି ଜଳି ଯାଇଛି।
ଦୁର୍ଭାଗ୍ୟବଶତଃ, ଗାଡ଼ି ଭିତରେ ଥିବା ଚାଳକ ଗାଡ଼ି ବାହାରକୁ ଆସି ନପାରିବାରୁ ବିଦ୍ୟୁତ୍ ତାର ଲାଗି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଡ୍ରାଇଭର ଜଣକ ହାଇଓ୍ୱାରୁ ଖଣିଜ ପଥର ଅନ୍ଲୋଡ୍ କରୁଥିବା ବେଳେ ଗାଡ଼ିଟି ବିଦ୍ୟୁତ୍ ତାର ସହିତ ଲାଗି ଯାଇଥିଲା। ଏହାପରେ ଗାଡ଼ିରେ ନିଆଁ ଲାଗି ହାଇୱା ସହ ଡ୍ରାଇଭର ଜୀଅନ୍ତା ଜଳି ଯାଇଥିଲେ।
ଖବରପାଇ ଟେନସା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ଏହାସହ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660965777.jpg)