Advertisment

ଭିନ୍ନକ୍ଷମ ହୋଇ ବି ସାଧାରଣ ପିଲାଙ୍କ ଭଳି ଦେଉଛନ୍ତି +2 ପରୀକ୍ଷା

ସାଧାରଣ ପିଲାଙ୍କ ଭଳି କିଛି କରି ଦେଖାଇ ଅନ୍ୟଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି ହାଇଦ୍ରାବାଦର ଦୁଇ ଭିନ୍ନକ୍ଷମ ଯାଆଁଳା ଭଉଣୀ । ଯାହାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଲାଗିରହିଛି ।

ଅଦ୍ୟତନ ହୋଇଛି
Hyderabad Conjoined Twins Appear for Telangana Inter Exams, Say No to Special Privileges

Hyderabad Conjoined Twins Appear for Telangana Inter Exams, Say No to Special Privileges

Advertisment

ଭିନ୍ନକ୍ଷମ ହୋଇ ବି ସକ୍ଷମ । ସାଧାରଣ ପିଲାଙ୍କ ଭଳି କିଛି କରି ଦେଖାଇ ଅନ୍ୟଙ୍କ ପ୍ରତି ଉଦାହରଣ ପାଲଟିଛନ୍ତି ହାଇଦ୍ରାବାଦର ଦୁଇ ଭିନ୍ନକ୍ଷମ ଯାଆଁଳା ଭଉଣୀ । ଯାହାଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

Advertisment

ହାଇଦ୍ରାବାଦ୍‌ ତେଲେଙ୍ଗାନାରେ ବୀଣା ଓ ବାଣି ନାମକ ଏହି ଯାଆଁଳା ଭଉଣୀ ରହିଛନ୍ତି । ଉଭୟଙ୍କ ମୁଣ୍ଡ ଯୋଜି ହୋଇ ରହିଥିଲେ ମଧ୍ୟ ସେମାନଙ୍କ ମନୋବଳ କମ୍‌ ହୋଇନାହିଁ । ଉଭୟ ଭଉଣୀ ପରୀକ୍ଷା ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଯାହା ପରେ ତେଲେଙ୍ଗାନା ଉଚ୍ଚ ମାଧ୍ୟମିକ ଶିକ୍ଷା କର୍ତ୍ତୃପକ୍ଷ ଏହି ଦୁଇ ଭଉଣୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲେ । କିନ୍ତୁ ସେମାନେ ଏହି ସ୍ୱତନ୍ତ୍ର ସୁବିଧାର ଉପଯୋଗ କରିବା ପାଇଁ ମନା କରି ସାଧାରଣ ପିଲାଙ୍କ ଭଳି ପରୀକ୍ଷା ଦେଉଛନ୍ତି ।

Hyderabad Conjoined Twins Appear for Telangana Inter Exams, Say No to Special Privileges(ଭିନ୍ନକ୍ଷମ ଭଉଣୀ)

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଯାଆଁଳା ଭଉଣୀ ପରୀକ୍ଷା ଦେଉଥିବା ସେଣ୍ଟରର ନିରୀକ୍ଷକଙ୍କ କହିଛନ୍ତି, ନିର୍ଦ୍ଧାରିତ ସମୟର ୫ ମିନିଟ ପୂର୍ବରୁ ସେମାନେ ଉତ୍ତର ଖାତା ପୂରଣ କରିଦେଇଥିଲେ । ଭବିଷ୍ୟତରେ ଚାଟାର୍ଡ ଆକାଣ୍ଟାଣ୍ଟ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୀଣା ଓ ବାଣି ପୂର୍ବରୁ ମଧ୍ୟ କନ୍ଧମାଳର ଯୋଡା ମୁଣ୍ଡ ଶିଶୁଙ୍କୁ ଦେଖିଥିଲେ ହେଲେ ଏବେ ହାଇଦ୍ରାବାଦର ଏହି ଯୋଡା ମୁଣ୍ଡ ଥିବା ଯାଆଁଳା ଭଉଣୀ ବୀଣା ଓ ବାଣି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Advertisment

ତେବେ, ଏହି ଯାଆଁଳା ଭଉଣୀ ଦୁହେଁ ସମସ୍ତ ଭିନ୍ନକ୍ଷମ ଓ ସକ୍ଷମଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛନ୍ତି ।

Physical Handicap Child Twins Sister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ