ବାହାଘର ବର୍ଷେ ହେଇନି, ହାତ ଛାଡି ଚାଲିଗଲା ସ୍ତ୍ରୀ

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । କିଛି ଦିନ ତଳେ ଅଗ୍ନିକୁ ସାଖି ରଖି ଏକାଠି ବଞ୍ଚିବାର ଶପଥ ନେଇଥିଲେ. ଏବେ କିନ୍ତୁ ଅଧା ବାଟରେ ହାତ ଛାଡି ଚାଲିଗଲେ ସ୍ତ୍ରୀ ।

Accident

ଜାଗର ଯାତ୍ରା ହେଲା ଶେଷ ଯାତ୍ରା । ଟ୍ରକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳା ଜଣକ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ସରଡା ଅଞ୍ଚଳର ନିରୋଦ ପଣ୍ଡାଙ୍କ ପତ୍ନୀ ଯାଜ୍ଞଶ୍ୱନୀ ପଣ୍ଡା ବୋଲି ଜଣାପଡିଛି ।

ସୂଚନା ମୁତାବକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରଡା ଅଞ୍ଚଳର ନିରୋଦ ପଣ୍ଡା ଓ ତାଙ୍କ ପତ୍ନୀ ଯାଜ୍ଞଶ୍ୱନୀଙ୍କ ପଣ୍ଡା ବାଇକ ଯୋଗେ ଚଣ୍ଡିଖୋଲ ମହାବିନାୟକ ଦର୍ଶନ ପାଇଁ ଆସିଥିଲେ । ଆସୁଥିବା ବେଳେ ୧୬ନଂ ଜାତୀୟ ରାଜପଥର ଜାରକା ନିକଟସ୍ଥ ଭାଲୁଖାଇ ଛକରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଯାଜ୍ଞଶ୍ୱନୀଙ୍କ ମୃତ୍ୟୁ ଘଟିଛି ।

ସ୍ଥାନୀୟ ଲୋକେ ତାଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ପ୍ରାୟ ଏକ ମାସ ତଳେ ନିରୋଦ ଯାଜ୍ଞଶ୍ୱନୀଙ୍କୁ ବିବାହ କରିଥିବା ସୂଚନା ମିଳିଛି ।