Humane Sagar’s mother denies conversion allegations by daughter-in-law
ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଓଲିଉଡ୍ ଗାୟକ ହ୍ୟୁମାନ ସାଗର ଅଡ଼ୁଆରେ ପଡ଼ି ଯାଇଛନ୍ତି। ଗତକାଲି କଟକ ମହିଳା ଥାନାରେ ହ୍ୟୁମାନ ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ହାଜର ହୋଇଥିଲେ। ଉଭୟ ପରସ୍ପର ବିରୋଧରେ ଗୋହି ଖୋଳିଥିଲେ। ଶ୍ରୀୟାଙ୍କୁ ନିର୍ଯାତନା ସହ ହ୍ୟୁମାନ ପରକୀୟା ସମ୍ପର୍କରେ ଲିପ୍ତ ରହିବା ଏବଂ ପତ୍ନୀଙ୍କୁ ଧର୍ମାନ୍ତରୀକରଣ ପାଇଁ ଚାପ ପକାଯାଇଥିବା ହ୍ୟୁମାନଙ୍କ ଶ୍ୱଶୁର ଅଭିଯୋଗ କରିଥିଲେ।
ଅନ୍ୟପକ୍ଷେ, ସବୁ ଅଭିଯୋଗକୁ ଖଣ୍ଡନ କରି ବୋହୂ ମଦ ପିଇ ବିଶୃଙ୍ଖଳା କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ଶ୍ରୀୟାଙ୍କ ଶାଶୁ। ଏସବୁ ଆକ୍ଷେପ ପ୍ରତି ଆକ୍ଷେପ ଭିତରେ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ଆଉ ୨ ଦିନ ସମୟ ମାଗିଛନ୍ତି।
ଧର୍ମାନ୍ତରୀକରଣ ଅଭିଯୋଗ ପ୍ରସଙ୍ଗକୁ ନେଇ ହ୍ୟୁମାନଙ୍କ ମା’ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ବୋହୂକୁ କେବେ ବି ଧର୍ମାନ୍ତରୀକରଣ କଥା କହିନୁ। ମୋ ଘରେ ଜଗନ୍ନାଥଙ୍କ ଫଟୋ ଅଛି, ବୋହୂ ପୂଜା କରେ। ବୋହୂର ବାପା-ମା’ ଆସିଲେ ମଧ୍ୟ ଠାକୁର ଘରେ ଠାକୁରଙ୍କ ପୂଜା କରନ୍ତି। ଆମେ କେବିବି ପୂଜା ପାଇଁ ସେମାନଙ୍କୁ ମନା କରିନୁ। ଯାହାବି ସବୁ ଅଭିଯୋଗ ଆସିଛି ସବୁ ମିଛ।ବୋହୂ, ନାତୁଣୀଙ୍କୁ ମିସ୍ କରୁଛି, ସେମାନେ ମିଶି ରହିଲେ ଖୁସି ହେବି।’
ସେପଟେ ଗଣମାଧ୍ୟମ ସାମ୍ନାରେ ହ୍ୟୁମାନ ପୁଣି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଆସିଥିବା ଅଭିଯୋଗ ଶୁଣି ମୁଁ ମାନସିକ ଧକ୍କା ପାଇଛି। ଶ୍ରୀୟା ଓ ତାଙ୍କ ପରିବାରକୁ ଆମ ପରିବାର ବହୁତ ଭଲ ପାଉ। ସବୁ ଧର୍ମକୁ ସମ୍ମାନ କରୁ, କାହାକୁ ଆମ ଧର୍ମକୁ ଆସିବାକୁ ଚାପ ଦେଇନୁ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1674200748.jpg)