Advertisment

ସମୁଦ୍ର କୂଳରୁ ମିଳିଲା ମଣିଷ କଙ୍କାଳ, ପାଖରେ ପଡ଼ିଛି ଏମିତି ଜିନିଷ...

ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବେଳାଭୂମିରେ ଏହି କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

Human Skeleton Remains Found At Sea Beach In Konark

Human Skeleton Remains Found At Sea Beach In Konark

Advertisment

ସମୁଦ୍ର କୂଳରୁ ମିଳିଲା ମଣିଷ କଙ୍କାଳ। ପୁରୀ ଜିଲ୍ଲା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ବାଙ୍ଗର ମୌଜା ସ୍ଥିତ ସମୁଦ୍ର କୂଳରେ ଏକ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। 

Advertisment

ସୂଚନା ଅନୁସାରେ, ଗତକାଲି ଗଡବାଙ୍ଗର ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବେଳାଭୂମିରେ ଏହି କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଉଦ୍ଧାର କରିଥିଲା। ତେବେ ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କଙ୍କାଳ ପାଖରେ ବେଲ୍ଟ, କଡ଼ା ଓ ଶାର୍ଟ ପଡ଼ିଥିବା ଦେଖିବାକୁ ମିଳିଛି। 

କଙ୍କାଳକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପୁରୀ ପଠାଯାଇଛି। ସମୁଦ୍ରରେ ବୁଡ଼ି ଏହି ମୃତ୍ୟୁ ହୋଇଥାଇପାରେ ବୋଲି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା IIC କହିଛନ୍ତି। ହେଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। କଙ୍କାଳକୁ ଚିହ୍ନଟ ପାଇଁ ୯୬ ଘଣ୍ଟା ରଖାଯିବ ବୋଲି IIC କହିଛନ୍ତି।

Advertisment

(ରିପୋର୍ଟ-ସଞ୍ଜୟ ପତି, କୋଣାର୍କ)

Human Skeleton Found Sea Beach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ