Advertisment

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା: ସତ୍ୟପାଠ ମାଗିଲେ ହାଇକୋର୍ଟ

ହାଇସିକ୍ୟୁଟି ନମ୍ବର ପ୍ଲେଟ ମାମଲାରେ ଆଜି ରାଜ୍ୟ ପରିବହନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଛନ୍ତି।

HSRP

HSRP

Advertisment

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆବଶ୍ୟକ ଭିତ୍ତିଭୂମିର କଣ ବିକାଶ ହୋଇଛି, ସେନେଇ ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ ।  ଏହାଛଡା ସ୍ଲଟ୍ ବୁକିଂର ସ୍ଥିତି ପ୍ରସଙ୍ଗରେ ମଧ୍ୟ କୋର୍ଟ ଜାଣିବାକୁ ଚାହିଁଛନ୍ତି । ଉଭୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ପରିବହନ ବିଭାଗକୁ କୋର୍ଟ କହିଛନ୍ତି ।

Advertisment

କେବଳ ସେତିକି ନୁହଁ HSRP ନିୟମ ଉଲ୍ଲଂଘନ ହେଲେ କଣ ଜୋରିମାନା ବ୍ୟବସ୍ଥା ରହିଛି, ସେନେଇ ସତ୍ୟପାଠରେ ଉଲ୍ଲେଖ କରିବାକୁ କୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ବିନା ଭିତ୍ତିଭୂମିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନିୟମ ଲାଗୁ କରିବା ବିରୋଧରେ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ଏହାର ଶୁଣାଣିରେ ହାଇକୋର୍ଟ ପରିବହନ ବିଭାଗକୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ବ୍ୟବସ୍ଥା ନ ଥାଇ ପରିବହନ ବିଭାଗର ଡେଡ଼ଲାଇନକୁ ପୂର୍ବରୁ ନାପସନ୍ଦ କରିଥିଲେ ହାଇକୋର୍ଟ ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂ କରିବା ପରେ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିସେମ୍ବର ମାସ ଯାଏ ସ୍ଲଟ ନଥିବା ବେଳେ ଭିତ୍ତିଭୂମିର ମଧ୍ୟ ଅଭାବ ଦେଖାଯାଇଛି। ନମ୍ବର ଲଗାଇବାକୁ ଘଣ୍ଟା ଘଣ୍ଟା ଧରି ଲୋକମାନେ ବିଭିନ୍ନ ଶୋ’ ରୁମ ବାହାରେ ଅପେକ୍ଷା କରୁଛନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ କିଛି ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment

ପୂର୍ବ ଶୁଶାଣିରେ ହାଇକୋର୍ଟ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ଅକ୍ଟୋବର ୩୧ରୁ ପୁଣି ଚେକିଂ ଆରମ୍ଭ ହେଉଥିବାରୁ ସ୍ଥିତିବସ୍ଥା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ।

ଆଜିର ଶୁଶାଣି ସମ୍ପର୍କରେ ଆବେଦନକାରୀ ଓକିଲ କାଜଲ ସାହୁ କହିଛନ୍ତି, ଶେଷଥର ଶୁଣାଣି ବେଳେ ରାଜ୍ୟ ପରିବହନ ବିଭାଗ ୩୧ ତାରିଖ ଯାଏ ଚେକିଂ ବନ୍ଦ କରିବାକୁ କହିଥିଲେ। କୋର୍ଟ ଆଜି ଶୁଣାଣି ବେଳେ ସ୍ଥିତାବସ୍ଥା ଜାଣିବାକୁ ଚାହିଁଥିଲେ। ଆଜି କେବଳ ମୌଖିକ ଭାବେ ପରିବହନ ବିଭାଗ ବିଭିନ୍ନ ପଦକ୍ଷେପ ସମ୍ପର୍କରେ କୋର୍ଟଙ୍କୁ ଜଣାଇଥିଲେ।

Advertisment
High Court HSRP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ