କେମିତି ହେବ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା? ବନ ବିଭାଗ ପାଖରେ ନାହିଁ ଅତ୍ୟାଧୁନିକ ବୋଟ୍

ସରିବାକୁ ବସିଛି କଇଁଛମାନଙ୍କ ଅଣ୍ଡାଦାନ ପ୍ରକିୟା । ଅଲିଭ ରିଡଲେଙ୍କ ଏନ୍ତୁଡିଶାଳ କୁହାଯାଉଥିବା ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତ ବର୍ଷ ଅଣ୍ଡାଦାନ ପ୍ରକିୟା ବିଳମ୍ବ ହୋଇଥିବା ସତ୍ତ୍ୱେ ମାର୍ଚ୍ଚ ୨୫ରୁ ଏବେ ଯାଏ  ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡା ଦେଇ ରେର୍କଡ କରିଥିବା ବନ ବିଭାଗ କହୁଛି ।ତେବେ କେମିତି ହେବ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା । ପାଟ୍ରୋଲିଂ ପାଇଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ୍ ନଥିବା ବେଳେ ବିଗତ ଦିନର ବିଫଳତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ।

Olive Ridley Turtles

News Summary

ଗହୀରମଥାରେ ପ୍ରାୟ ୫ ଲକ୍ଷ କଇଁଛଙ୍କ ଅଣ୍ଡାଦାନ

କେମିତି ହେବ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ? ପେଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ଅଚଳ ହୋଇପଡିଛି ବନବିଭାଗର ୨ଟି ହାଇସ୍ପିଡ୍ ବୋଟ୍ । ତେବେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧ ରୁ ମେ ୩୧ ଯାଏ କଟକଣା ଜାରି କରିଛି ରାଜନଗର ବନବିଭାଗ ।

ବିରଳ ଅଲିଭ ରିଡଲେ କଇଁଛ ମିଳନ ପ୍ରକ୍ରିୟାଠାରୁ ଆରମ୍ଭ କରି ଅଣ୍ଡା ଦେବା, ଛୁଆ ଫୁଟିବା ଯାଏ ୭ ମାସ ଧରି ଏହି କଟକଣା ଜାରି କରାଯାଇଥାଏ । ମାତ୍ର ସଠିକ ଭାବେ ପେଟ୍ରୋଲିଂ କରାଯାଉନଥିବାରୁ କଇଁଛ ଆଗମନ ସଂଖ୍ୟା ହ୍ରାସ ପାଇଥିବା ନେଇ ଆଶଙ୍କା କରୁଛନ୍ତି ପରିବେଶବିତ୍ । ଏହାସହ କେବଳ କାଗଜ କଲମରେ କାମ ହେଉଥିବା ଅଭିଯୋଗ ହୋଇଛି ।


ବିରଳ ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଛି । ଫିସରି ବିଭାଗ ତରଫରୁ ଅଫଲାଇନ ମୋବାଇଲ ମ୍ୟାପିଙ୍ଗ ଆପ୍ କରାଯାଇଛି । ଯାହାଦ୍ୱାରା ମତ୍ସ୍ୟଜୀବୀ ନୋ ଫିସିଂ ଜୋନ୍ ସମୁଦ୍ର ଭିତରେ ଥାଇ ମଧ୍ୟ ଜାଣିପାରିବେ ।

ପେଟ୍ରୋଲିଂ ପାଇଁ ହାଇ ସ୍ପିଡ ବୋଟ ପାରାଦୀପକୁ ମଗାଯାଇଥିବାବେଳେ ହାଇ ସ୍ପେସିଫିକ ପ୍ଳାନରେ ମଧ୍ୟ ଆଉ ଏକ ବୋଟ ମିଳିବ । ଯାହାଦ୍ୱାରା ଅଲିଭ ରିଡଲେ ସୁରକ୍ଷା କଡାକଡି ହୋଇପାରିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।