Advertisment

ଅଦରକାରୀ କଦଳୀ ଗଛରୁ ତିଆରି ହେଉଛି ଘରକରଣା ସାମଗ୍ରୀ ଓ ବଡି ପାମ୍ପଡ

ବେକାରୀ ସମସ୍ୟା ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଳାଗିଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ଏଥିପାଇଁ ବିଭିନ୍ନ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଯୋର ଧରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ସେଥିପାଇଁ ନୂତନ ଯୋଜନା ମାନ କରାଯାଉଥିବା ଲକ୍ଷକରାଯାଉଛି । ଯାହାଦ୍ୱାରା ବେକାରୀ ସମସ୍ୟା ହଟିବ ବୋଲି ଆଶା କରାଯାଉଛି ।

ଅଦ୍ୟତନ ହୋଇଛି
Banana Tress

Banana Tress

Advertisment

ନିଆଳୀ(ବିନୟ ମିଶ୍ର): ବେକାରୀ ସମସ୍ୟା ଦିନକୁ ଦିନ ହୁ ହୁ ହୋଇ ବୃଦ୍ଧି ପାଇବାରେ ଳାଗିଛି । ଯାହା ଏବେ ଚିନ୍ତାର କାରଣ ହୋଇଛି । ଏଥିପାଇଁ ବିଭିନ୍ନ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଯୋର ଧରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ସେଥିପାଇଁ ନୂତନ ଯୋଜନା ମାନ କରାଯାଉଥିବା ଲକ୍ଷକରାଯାଉଛି । ଯାହାଦ୍ୱାରା ବେକାରୀ ସମସ୍ୟା ହଟିବ ବୋଲି ଆଶା କରାଯାଉଛି ।

Advertisment

ବେକାରୀ ସମସ୍ୟାକୁ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନେଉଛନ୍ତି ପଦକ୍ଷପ । ବେକାରୀ ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଅନେକ ଯୋଜନା ବି କରାଯାଉଛି । ଯାହାର ଏକ ନମୁନ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାକରସାହି ପଂଚାୟତରେ । ଅଦରକାରୀ କଦଳୀ ଗଛରୁ ବିଭିନ୍ନ ରକମର ଘରକରଣା ଜିନିଷ ପ୍ରସ୍ତୁତ କରାଯିବା ସହ ଆଚାର, ବଡି, ପାମ୍ପଡ ଭଳି ଖାଦ୍ୟ ଜିନିଷ ପ୍ରସ୍ତୁତ ହେଉଛି। ଯାହାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ଜୟଦେବ ବାନାନା ଫାରର୍ମରସ୍ ଆଟିସିଆନ ଆସୋସିଏସନରେ ଏପରି ସାମଗ୍ରୀ ତିଆରି ଚାଲିଛି । କେନ୍ଦ୍ରସରକାରଙ୍କ ଏମ୍ ଏସ୍ ଏମ୍ ଇ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି । ଆଉ ଅଂଚଳର କିଛି ବେକାର ଯୁବକଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ତାଲିମ୍ ଦେଇ ଏଠାରେ ନିଯୁକ୍ତ ଦିଆଯାଇଛି । ଆଗାମୀ ଦିନରେ ଏଠାରେ ଅଧିକ ନିଯୁକ୍ତି ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଉଛି । ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ଏଠାରେ ନିଯୁକ୍ତି ପାଇଛନ୍ତି ।

Advertisment

କଦଳୀ ଚାଷୀ କଦଳୀ କାନ୍ଦି କାଟିବା ପରେ ଗଛ ଅଦରକାରୀ ହେଉଥିଲା। ଏବେ ସେହି ଗଛକୁ ଚାଷୀ ବିକ୍ରିକରି ଦୁଇପଇସା ଉପାର୍ଜନ କରୁଛି । ଚାଷୀର ଆୟ ବୃଦ୍ଧି ହେବା ସହ ଅଦରକାରୀ କଦଳୀ ଗଛରୁ ମ୍ୟାଟ୍, ସପ,ବ୍ୟାଗ୍,ରେଡିମେଡ ଗିନା ଆଦି ବିଭିନ୍ନ ଘରକରଣା ସାମଗ୍ରୀ ପ୍ରସ୍ତୁତ ହେଉଛି ଯାହା ପ୍ଲାଷ୍ଟିକ ଓ ପଲିଥିନ ପ୍ରଦୂଷଣରୁ ମୁକ୍ତ କରିବ । ଯାହା ବିଦେଶକୁ ବହୁ ମୂଲ୍ୟରେ ରପ୍ତାନୀ କରାଯିବା ସହ ସ୍ଥାନୀୟ ଅଂଚଳରେ ଲୋକଙ୍କ ଚାହିଦା ବଢୁଛି । ସେହିପରି କଦଳୀ ଗଛର ମଂଜାରୁ ବଡି ପାମ୍ପଡ ଓ ଆଚାର ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଆଉ ଏଥିରୁ ନିର୍ଗତ ବର୍ଜ୍ୟବସ୍ତୁରୁ ଜିଆ ଖତ ଓ କଦଳୀ ଗଛର ରସରୁ ଅରଗାନିକ୍ ପେଷ୍ଟିସାଇଡ ପ୍ରସ୍ତୁତ ପାଇଁ ଯୋଜନା ଚାଲିଛି ।

ମାତ୍ର ଏକ ବର୍ଷରେ ଏହି ପ୍ରକଳ୍ପ ଆରମ୍ଭ ହୋଇ ଏତେ ଅଗ୍ରଗତି କରିଥିବାରୁ ତାହା ଆଗାମୀ ଦିନରେ ପରିବେଷକୁ ପ୍ରଦୂଷଣ ମୁକ୍ତ କରିବା ସହ ସ୍ଥାନୀୟ ଅଂଚଳର ବେକାର ଯୁବକ ମାନଙ୍କୁ ରୋଜଗାରକ୍ଷମ କରାଇବ ଓ ଚାଷୀମାନେ ଅଦରକାରୀ ଗଛ ବିକ୍ରି କରି ବେସ୍ ଦୁଇପଇସା ଉପାର୍ଜନ କରି ପାରିବେ ବୋଲି ଆଶା କରାଯାଉଛି ।

Advertisment
Cuttack Niali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ