Advertisment

ଶୋଇବା ଅବସ୍ଥାରେ ଭାଙ୍ଗିଲା ଘର: ଅସହାୟ ଅବସ୍ଥାରେ ସ୍ୱାମୀ ପରିତ୍ୟକ୍ତ ମହିଳା

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଭୋଳନୂଆଗାଁ ଗାଁ। ଗାଁ ର ପୁଷ୍ପଲତା ନାୟକ ବିବାହର କିଛି ଦିନ ପରେ ସ୍ୱାମୀ ପରିତ୍ୟକ୍ତ ହେବାପରେ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ ବାପ ଘର ନିକଟରେ ଏକ ଘର ନିର୍ମାଣ କରି ରହି ଆସୁଥିଲେ

Anandapur

Anandapur

Advertisment

ଆନନ୍ଦପୁର(ମୁନା ସିଂହ): ବୋଝ ଉପରେ ନଳିତା ବିଡା ପରି ଗରିବ ଅସହାୟ ମହିଳା ଶୋଇଥିବା ଅବସ୍ଥାରେ ଭାଙ୍ଗିଗଲା ଘର। ଜୀବନ ବଞ୍ଚାଇ ମା ଓ ପୁଅ ବାହାରକୁ ଦୌଡ଼ି ପଳାଇବାରୁ ଅଳ୍ପକେ ବଞ୍ଚିଗଲା ଜୀବନ। ହେଲେ ଭଙ୍ଗା ଘର ଓ ଭବିଷ୍ୟତର ଚିନ୍ତାକୁ ନେଇ ଏବେ ଆଖି ଲୁହ ଆଖିରେ ଶୁଖୁଛି। ପ୍ରଶାସନିକ ଅଧିକାରୀ ମାନେ ଜରି ଟିଏ ଦେଇ ନିଜ କର୍ତ୍ତବ୍ୟ ସାରି ଦେଇଥିବା ବେଳେ ଜୀବନ ଜିଇଁବାର ରାହା ଖୋଜୁଛନ୍ତି ସ୍ୱାମୀ ପରିତ୍ୟକ୍ତା ମହିଳା।

Advertisment

ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଭୋଳନୂଆଗାଁ ଗାଁ। ଗାଁ ର ପୁଷ୍ପଲତା ନାୟକ ବିବାହର କିଛି ଦିନ ପରେ ସ୍ୱାମୀ ପରିତ୍ୟକ୍ତ ହେବାପରେ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ ବାପ ଘର ନିକଟରେ ଏକ ଘର ନିର୍ମାଣ କରି ରହି ଆସୁଥିଲେ। ଅନ୍ୟର ମୂଲ ମଜୁରୀ କରି ଜୀବନ ଅତିବାହିତ କରୁଥିବା ପୁଷ୍ପଲତା ନିଜର ଦୁଇ ଛୁଆଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ବେଳେ ତାଙ୍କ ଚିନ୍ତାର ପାହାଡ଼ ଉପରେ ଅଚାନକ ଖସିପଡ଼ିଲା ଆକାଶ। ରାତି ଶୋଇଥିବା ଅବସ୍ଥାରେ ସମ୍ପୂର୍ଣ୍ଣ ଘରଟି ଭାଙ୍ଗିରୁଜି ଖିନଭିନ ହୋଇଗଲା। ଜୀବନ ବଞ୍ଚାଇ ପୁଷ୍ପଲତା ଘରୁ ବାହାରି ଆସିଥିଲେ ମଧ୍ୟ ବର୍ତ୍ତମାନ ତାଙ୍କ ଜୀବନ ଜିଇଁବା ଦୁଃଖ ତାଙ୍କୁ ହତାଶ କରିଦେଇଛି।

Advertisment

ଘର ଭାଙ୍ଗିବା ପରଠାରୁ ଅସହାୟ ପୁଷ୍ପଲତା ଦି ଓଳି ଦି ମୁଠା ଖାଇବାକୁ ମଧ୍ୟ ପାଉ ନାହାଁନ୍ତି। ଖୋଲା ଆକାଶ ତଳେ କିଛି ରୋଷେଇ କରୁଥିଲେ ମଧ୍ୟ ବର୍ଷା ଦାଉ ସାଧୁଛି। ଖବର ପାଇ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳକୁ ଯାଇ ପଲିଥିନ ଟିଏ ଦେଇଛନ୍ତି। ଅସହାୟ ପୁଷ୍ପଲତା କିଛି ସାହାଯ୍ୟ ପାଇଁ ନିବେଦନ କରିଥିବା ବେଳେ ସରକାର ଓ ପ୍ରଶାସନ ଏଥି ପ୍ରତି ଦ୍ରୁଷ୍ଟି ଦେବାକୁ ଦାବି ହୋଇଛି। ଆନନ୍ଦପୁର ଉପଜିଲ୍ଲାପାଳ ଘଟଣାର ତଦନ୍ତ କରିବା ସହିତ ତାଙ୍କୁ ଉପଯୁକ୍ତ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅସହାୟ ପୁଷ୍ପଲତାଙ୍କର ସରକାରୀ ସାହାଯ୍ୟର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ ଥିବା ବେଳେ ଉପଜିଲ୍ଲାପାଙ୍କ ପ୍ରତିଶ୍ରୁତି ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିଲେ ସମ୍ପୃକ୍ତ ମହିଳାଙ୍କ ଦୁଃଖ ଦୂର ହୋଇପାରନ୍ତା।

Advertisment
Odisha Keonjhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ