Advertisment

ଘୋଡାକୁ ନେଇ ଟ୍ରେନରେ ଯାତ୍ରା କରୁଥିଲେ, ମାଲିକ ଗିରଫ

ଲୋକାଲ୍‌ ଟ୍ରେନରେ ଗୋଟିଏ ଘୋଡା ଯାତ୍ରା କରୁଥିବାର ଫଟୋ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । କେବଳ ଏତିକି ନୁହେଁ ଟ୍ରେନର ନିୟମଉଲଙ୍ଘନ କରିବା ଅଭିଯୋଗରେ ଘୋଡାଟିର ମାଲିକକୁ ଆର୍‌.ପି.ଏଫ୍‌ ପୋଲିସ ଗିରଫ କରିଛନ୍ତି ।

Horse Seen Travelling In Train In Bengal, Owner Arrested

Horse Seen Travelling In Train In Bengal, Owner Arrested

Advertisment

ଅନେକ ସମୟରେ ଆପଣମାନେ ଟ୍ରେନରେ ଯାତ୍ରା କରିଥିବେ । ସେହି ସମୟରେ କୌଣସି ଅସାଧାରଣ ଜିନିଷ ଯମେିତି କି କୌଣସି ପଶୁ, ପକ୍ଷୀକୁ ଟ୍ରେନରେ ଯାତ୍ରା କରୁଥିବାର ଦେଖିନଥିବେ । ହେଲେ ଏହିପରି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ।

Advertisment

ଏକ ଲୋକାଲ୍‌ ଟ୍ରେନରେ ଗୋଟିଏ ଘୋଡା ଯାତ୍ରା କରୁଥିବାର ଫଟୋ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । କେବଳ ଏତିକି ନୁହେଁ ଟ୍ରେନର ନିୟମଉଲଙ୍ଘନ କରିବା ଅଭିଯୋଗରେ ଘୋଡାଟିର ମାଲିକକୁ ଆର୍‌.ପି.ଏଫ୍‌ ପୋଲିସ ଗିରଫ କରିଛନ୍ତି ।

ସୂଚନା ଅନୁସାରେ, ଗାଫର ଅଲି ମୋଲ୍ଲା ନାମକ ଜଣେ ୪୪ ବର୍ଷୀୟ ବ୍ୟକ୍ତି ତାଙ୍କ ଘୋଡାକୁ ପଶ୍ଚିମବଙ୍ଗର ଡାକସିନ୍ ଦୁର୍ଗାପୁରରୁ ନେତ୍ରାକୁ ଟ୍ରେନରେ ଆଣୁଥିଲେ । ଘୋଡାଟି ଗୋଟେ ଦୌଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ହାଲିଆ ହୋଇଥିବାରୁ ତାକୁ ଏକ ଲୋକାଲ ଟ୍ରେନରେ ମାଧ୍ୟମରେ ଘରକୁ ଫେରାଇଆଣୁଥିଲେ ।

Advertisment

ତେବେ ଲୋକାଲ ଟ୍ରେନରେ ଯାତ୍ରୀଙ୍କ ଗହଳି ଭିତରେ ଠିଆ ହୋଇଥିବା ଘୋଡାର ଏହି ଫଚୋ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଲା । ଯାହା ପରେ ଆର୍‌‌.ପି.ଏଫ୍‌ କର୍ତ୍ତୁପକ୍ଷ ସ୍ଥାନୀୟ ପୋଲିସ ସହାୟତାରେ ଘୋଡାଟିର ମାଲିକକୁ ଗିରଫ କରିଛନ୍ତି ।

ଘଟଣାକୁ ନେଇ ଜଣେ ସାମ୍ବାଦିକ ନିଜ ଟ୍ୟୁଇଟ୍ ଆକାଉଣ୍ଟରେ ଯାତ୍ରାକରୁଥିବା ସମୟରେ ଘୋଡାଟିର ଫଟୋକୁ ସେୟାର କରିଛନ୍ତି ।

Advertisment

ଭାଇରାଲ୍‌ ହେଉଥିବା ଏହି ଫଟୋକୁ ନେଇ ଅନେକ ଲୋକ ଅନେକ ଅନେକ କମେଣ୍ଟ କରିଛନ୍ତି ।


— nishu72 (@nishu721) April 8, 2022


— 𝐀𝐛𝐡𝐢𝐬𝐡𝐞𝐤 𝐏𝐫𝐚𝐬𝐚𝐝 (@i_AbhishekP71) April 7, 2022


— gopal sharma (@36gopal) April 9, 2022

West Bengal Travelling In Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ