Advertisment

ପାଖରେ ଫଟା ପାହୁଲା ନାହିଁ, ସମସ୍ତେ କହୁଛନ୍ତି ଦୁନିଆର ସବୁଠୁ ଧନୀ ମଣିଷ...ଦେଖନ୍ତୁ ଭିଡିଓ...

ଗରିବ ପାଖରେ ଦେଖାଯାଇଛି ମାନବିକତା। କିଏ କହୁଛି ଇଏ ହେଉଛି ପ୍ରକୃତ ଧନୀ ତ କିଏ କହୁଛି କେବଳ ଗରିବମାନେ ହିଁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି। ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Homeless Man Feed A Thirsty Dog

Homeless Man Feed A Thirsty Dog

Advertisment

ଆଜିକାଲି ଚାରିଆଡେ ମାନବିକତା ଓ ଧୈର୍ଯ୍ୟର ଅଭାବ ରହିଛି, ଯାହା ଏ ଦୁନିଆ ଆବଶ୍ୟକ କରେ। ଯଦି କାଁ ଭାଁ ଏହା କେଉଁଠି ଦେଖାଯାଉଛି ତେବେ ଲୋକେ ଏହାକୁ ପ୍ରଶଂସା କରିବାକୁ ଲାଗିଯାଆନ୍ତି। ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଏ ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରୁଛି। ଏହି ଭାଇରାଲ ଭିଡିଓରେ ଜଣେ ବାସହୀନ ବ୍ୟକ୍ତି ଏକ ‍ ଭୋକିଲା କୁକୁରକୁ କ୍ଷୀର ଦେଉଥିବାର ଦେଖାଯାଇଛି।

Advertisment

ଏହି ଶୋଷିଲା କୁକୁରଟି ମଧ୍ୟ ଚୁପ୍‌ଚାପ କ୍ଷୀର ପିଉଥିବା ଦେଖାଯାଏ। ଏହି ବ୍ୟକ୍ତିଙ୍କ ଏଭଳି ମହାନ କାମ ଯୋଗୁଁ ସେ କେବଳ ନେଟିଜେନ୍‌ଙ୍କ ପ୍ରଶଂସାର ପାତ୍ର ହୋଇ ନାହାନ୍ତି, ତାଙ୍କର ଏହି କାମ ତାଙ୍କୁ ବାସ୍ତବ ଦୁନିଆର 'ହିରୋ' କରିଦେଇଛି। ଦେଖନ୍ତୁ ଏହି ଭିଡିଓ।

ଏହି ଭିଡିଓଟି ହୃଦୟସ୍ପର୍ଶୀ, ନୁହେଁ କି? ଏହା ନିଶ୍ଚିତ ଯେ ଏହି ମନଲୋଭା କ୍ଲିପ୍ ମାନବିକତା ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ। ଏହି ଛୋଟ ଭିଡିଓଟି ବର୍ତ୍ତମାନ ଲୋକଙ୍କ ହୃଦୟ ଜିତିବାରେ ଲାଗିଛି। ଏହି ଭିଡିଓ ଆପଣଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ ଏବଂ ଆମେ ନିଶ୍ଚିତ ଯେ ଆପଣ ପୂରା କ୍ଲିପ୍‌କୁ ଏକ ଲୁପ୍‌ରେ ଦେଖିନେବେ।

Advertisment

ଏହି ଭିଡିଓଟି ଅକ୍ଟୋବର ୧୩ ରେ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି ଏବଂ ସେହି ଦିନଠାରୁ, ଅନେକ ଲୋକଙ୍କ ମନ୍ତବ୍ୟ ପାଇଛି। ଏହି ଗରିବ ବ୍ୟକ୍ତିଙ୍କ ଏଭଳି ମାନବିକତାକୁ ଦେଖି ସମସ୍ତେ ପ୍ରଶଂସା କରିବାକୁ ବାଧ୍ୟ ହେଉଛନ୍ତି। ଏହାରି ଭିତରେ କିଛି ଲୋକ ମଧ୍ୟ କୁକୁରଟି ପ୍ରତି ଭଲ ପାଇବା ଦେଖାଇଛନ୍ତି। ଖବର ଲେଖା ହେବା ବେଳକୁ ଏହି ଭିଡିଓଟି ୨ ମିଲିୟନରୁ ଅଧିକ ଭ୍ୟୁ ପାଇସାରିଥିଲା।

ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଲେଖିଛନ୍ତି, “ଏ ହେଉଛନ୍ତି ଦୁନିଆର ସବୁଠାରୁ ଧନୀ ମଣିଷ”। ସେହିପରି ଆଉ ଜଣେ ଲେଖିଛନ୍ତି “କି ବନ୍ଧୁତା, ମଜା ଆସିଗଲା, ଆଜି ଏହା ମତେ ଭାବୁକ କରିଦେଲା।” ଆଉ ଏକ କମେଣ୍ଟରେ ଲେଖାଅଛି, “ବୋଧହୁଏ ଗରିବ ହେବା ଏକ ବାହାନା, ବାସ୍ତବତା ହେଉଛି କେବଳ ଗରିବମାନେ ହିଁ ଅନ୍ୟମାନଙ୍କୁ ଖାଇବାକୁ ଦିଅନ୍ତି।”

Advertisment
Viral Video Viral Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ