Advertisment

ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡିରେ ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏହି ଅଘଟଣ ଘଟିଛି। ଖୁଣ୍ଟ ପୋତିବା ବେଳେ ତାହା ଇଲେଭେନ୍ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା।

ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

man died

Advertisment

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । କରୋନା କଟକଣା ମଧ୍ୟରେ ଗାଁଠୁ ସହର ନଗରଠୁ ମହାନଗର ସବୁଠି ସ୍ୱାଧୀନତା ଦିବସ ପାଳନର ଉତ୍ସାହ ଦେଖିବାକୁ ମିଳିଛି। ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭୁଛି ଜାତୀୟ ସଙ୍ଗୀତ ଗାନ, ଫରଫର ହୋଇ ଉଡ଼ୁଛି ତ୍ରିରଙ୍ଗା। କରୋନା କହର କମିନଥିବାରୁ ସବୁଠି ନିରାଡ଼ମ୍ବର ଭାବେ ସ୍ୱାଧୀନତା ଦିବସ ପାଳନ ହେଉଛି। ଏସବୁ ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ କନଷ୍ଟେବଲ ମଧ୍ୟ ଆହତ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡିରେ ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏହି ଅଘଟଣ ଘଟିଛି। ଖୁଣ୍ଟ ପୋତିବା ବେଳେ ତାହା ଇଲେଭେନ୍ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା। ଏହାଦ୍ୱାରା ଜଣେ ହୋମଗାର୍ଡ ଓ ଜଣେ କନଷ୍ଟେବଲଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର କନଷ୍ଟେବଲଙ୍କୁ ଏମ୍ସ୍ ସ୍ଥାନାନ୍ତର କରାଯାଇଛି। 

Independence Day Electrocuted Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: