Advertisment

ଏପରି କ’ଣ ହେଲା ? ଇଛାମୃତ୍ୟୁ ମାଗିଲେ ଗୃହରକ୍ଷୀ

ହୋମଗାର୍ଡ ସଂଘ ସଭାପତି ମାଗିଲେ ଇଛାମୃତ୍ୟୁ , ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନ୍ୟାୟ ମିଳିନଥିବା ଅଭିଯୋଗ

ଅଦ୍ୟତନ ହୋଇଛି
Home Guard

Home Guard

Advertisment

ରାଷ୍ଟ୍ରପତିଙ୍କ ନିକଟରେ ଇଛାମୃତ୍ୟୁ ପାଇଁ ନିବେଦନ କରିଛନ୍ତି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ରାଜ୍ୟ ସଭାପତି ରଂଜନ ମଲ୍ଲିକ । କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ମାର୍ଚ୍ଚ ମାସରେ ୯୦ ଦିନ ଭିତରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରମିକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ସମୟ ସୀମା ସରିବାକୁ ଥିବା ବେଳେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ।

Advertisment

ଫଳରେ ରାଜ୍ୟର ୧୭ ହଜାର ହୋମଗାର୍ଡ ବର୍ଦ୍ଧିତ ଦରମା ସହ ବକେୟା ରାଶି ପାଇବାକୁ ନେଇ ସଂଦେହ ଉପୁଜିଛି । ରାଜ୍ୟ ସରକାର ହୋମଗାର୍ଡଙ୍କ ପ୍ରତି ବୈମାତୃକ ମନୋଭାବ ରଖିବା ସହ ଦରମା ବଢ଼ାଇବାକୁ ଚାହୁଁ ନଥିବାରୁ ହୋମଗାର୍ଡଙ୍କ ସ୍ୱାର୍ଥ ଲାଗି ସର୍ବସାଧାରଣ ସ୍ଥାନରେ ରାଜ୍ୟ ସଭାପତି ହିସାବରେ ମୋତେ ମୃତ୍ୟୁ ଲାଗି ଅନୁମତି ଦିଆଯାଉ ବୋଲି ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ରଂଜନ ମଲ୍ଲିକ ।

ରଂଜନ ମଲ୍ଲିକ କହିଛନ୍ତି, ମୁଁ ଚୋରଙ୍କ ଭଳି ମରିବିନି । ସର୍ବସାଧାରଣ ଆଗରେ ଆତ୍ମାହୁତି ଦେବି । ଆମେ ବାରମ୍ବାର ନିର୍ଯାତିତ ହେଉଛୁ । ସରକାରଙ୍କ କ’ଣ ଏମିତି ରାଗ ଅଛି, ହୋମଗାର୍ଡଙ୍କ ପ୍ରତି .. ପୋଷ୍ଟିଂ ବନ୍ଦ କରିଦିଆଗଲା । ଭାରତ-ଚାଇନା ଯୁଦ୍ଧରେ ଲଢ଼ିଥିବା ହୋମଗାର୍ଡ ଆଜି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ସାରା ଭାରତବର୍ଷରେ ଅଲଗା ରାଜ୍ୟରେ ସମାନ କାମକୁ ଦରମା ମିଳୁଥିବା ବେଳେ ଆମ ସହ ଅନ୍ୟାୟ ହେଉଛି । ’

Advertisment

ତେବେ ରଂଜନ ମଲ୍ଲିକଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ...

Home Guards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ