Advertisment

ସାଂଘାତିକ ଅଭିଯୋଗ: HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଫେରାଇ ଦେଲେ ଡାକ୍ତର

HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍‌ରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
HIV Positive Pregnant Woman 'Denied Treatment'

HIV Positive Pregnant Woman 'Denied Treatment'

Advertisment

ମାଲକାନଗିରି: HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି। କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଣେ ଏଚ୍ଆଇଭି ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରାଇ ଡାକ୍ତର ଫେରାଇ ଦେଇଥିବା ପ୍ରସୂତିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। 

Advertisment

ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ମାତ୍ର ମହିଳା ଜଣକ ଏଚ୍ଆଇଭି ପଜିଟିଭ୍ ଜାଣିବା ପରେ ଦାୟିତ୍ୱରେ ଥିବା କର୍ମଚାରୀ ତାଙ୍କର ଚିକିତ୍ସା ନ କରି ସେଠାରୁ ଫେରାଇ ଦେବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବାକୁ କହିଥିବା ଅଭିଯୋଗ ହୋଇଛି।

ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍‌ରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘରେ ପହଞ୍ଚିବା ପରେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

Advertisment

ଘଟଣାକୁ ନେଇ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ କହିଛନ୍ତି, ‘ଏଚ୍‌ଆଇଭି ପଜିଟିଭ୍‌ ଜାଣିବା ପରେ ହସ୍ପିଟାଲ୍‌ କର୍ମଚାରୀ ତାଙ୍କୁ(ପତ୍ନୀ) ଛୁଇଁବାକୁ ମନା କରିଦେଲେ। ଆମେ କିଛି କରିପାରିବୁନି, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ପାଇଁ ଆମକୁ କହିଲେ। ଆମ୍ବୁଲାନ୍ସ ଦେବା ପାଇଁ ଆମେ କହିଲୁ, ହେଲେ ଗାଡ଼ି ଦେଇ ହେବନି ବୋଲି ସଫା ସଫା ମନା କରିଦେଲେ। ଏଠି ନଆସି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ପାଇଁ ସେମାନେ କହିଥିଲେ’।

ଆଶା ଦିଦି ସୁମିତ୍ରା ମହାନ୍ତି କହିଛନ୍ତି, ‘ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସମ୍ପୃକ୍ତ ମହିଳା HIV ପଜିଟିଭ୍‌ ଜାଣିବା ପରେ ହସ୍ପିଟାଲ୍‌ କର୍ମଚାରୀ ମାଲକାନଗିରି ମେଡିକାଲ୍‌ ଯିବା କହିଥିଲେ। ଯଦି ମହିଳାଙ୍କୁ ନେଇ ଏଠୁ ନଯିବେ, ତା’ହେଲେ ମହିଳାଙ୍କର ପ୍ରସବ ହେଲେ ତାଙ୍କୁ ଛୁଇଁବୁ ନାହିଁ ବୋଲି ଦିଦି କହିଥିଲେ।’

Advertisment

ଅନ୍ୟପକ୍ଷେ, ଘଟଣାକୁ ନେଇ ମାଲକାନଗିରି ସିଡିଏମ୍‌ଓ ପ୍ରଫୁଲ୍ଲ କୁମାର ନନ୍ଦ କହିଛନ୍ତି, ‘ଏଭଳି କିଛି ରିପୋର୍ଟ ମୋ ପାଖକୁ ଆସି ନାହିଁ। ଯଦି ଏଭଳି କିଛି ହୋଇଥାଏ ତା’ହେଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

Malkangiri Negligence In Treatment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ