Advertisment

ଖୋଲିଲା ହୀରାକୁଦ ଜଳଭଣ୍ତାରର ୫ଟି ଗେଟ୍‌

ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି।

Hirakud Gate

Hirakud Gate

Advertisment

ଖୋଲିଲା ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରୁ ୫ଟି ଗେଟ୍ ଖୋଲାଯାଇଛି । ପରେ ପୁଣି ଆଉ ୫ଟି ଗେଟ୍ ଖୋଲିବାର ମଧ୍ୟ ଯୋଜନା ରହିଛି । ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨ ଲକ୍ଷ ୯୬ ହଜାର ୭ ଶହ ୪୩ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ, ୧ ଲକ୍ଷ ୧୫ ହଜାର ୭୪୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରେ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ଜଳସ୍ତର ୬୧୨ ଦଶମିକ ୬୨ ଫୁଟ ରହିଛି । ଗେଟ୍ ଖୋଲିବା ପୂର୍ବରୁ ସକାଳ ୯ଟା ୩୦ରୁ ସାଇରନ୍ ବଜାଇ ତଳମୁଣ୍ଡ ଲୋକଙ୍କୁ ସତର୍କ କରାଯାଇଥିଲା ।

Advertisment

ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି, ମହାନଦୀ ଉପମୁଣ୍ଡରେ ବର୍ଷାର ପରିମାଣ ବଢ଼ିଥିବାରୁ ସରାଡିହରେ ସକାଳ ୬ଟା ସୁଦ୍ଧା ୪ଲକ୍ଷ କ୍ୟୁସେକ୍‌ ଜଳ ଜଳଭଣ୍ଡାର ମଧ୍ୟକୁ ଆସିଛି। ତାକୁ ଦୃଷ୍ଟିରେ ରଖି ଆଜିଠାରୁ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ଆରମ୍ଭ କରିବୁ। ଆଜି ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲିବୁ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲିବୁ। ମୋଟ ଉପରେ ୧୦ଟି ଗେଟ୍‌ ହୀରାକୁଦ ଜଳଭଣ୍ଡାରରୁ ଖୋଲାଯିବ। ପରେ ଜଳସ୍ତର ଦେଖି ହୀରାକୁଦ ଜଳଭଣ୍ଡାରରେ ଗେଟ୍‌ ଗୁଡ଼ିକ ଖୋଲାଯିବ।

Hirakud Gate Open
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ