ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨, ଶ୍ରେଷ୍ଠ ୪୦ ଚଳଚିତ୍ରରେ ହିଞ୍ଜିଳିକାଟୁର ଫିଲ୍ମ ଅମୋଘ

୬ଟି ଭାଷାରେ ଦେଶର ୨୬୦ ଚଳଚିତ୍ର ହୋଇଥିଲା ପ୍ରଦର୍ଶିତ । ହିଞ୍ଜିଳିକାଟୁ ନୃତ୍ୟମ ଗବେଷଣା କେନ୍ଦ୍ର ନିର୍ମାଣ କରିଛି ଫିଲ୍ମ ।

Amogha

ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଜାତୀୟ ସଡ଼କ ସୁରକ୍ଷା ମହୋତ୍ସବ ୨୦୨୨ରେ ଶ୍ରେଷ୍ଠ ୪୦ଟି ଚଳଚିତ୍ର ମଧ୍ୟରେ ସ୍ଥାନ ପାଇଛି ସର୍ଟ ଫିଲ୍ମ ଅମୋଘ । ଭାରତର ୬ଟି ଭାଷାର ୨୬୦ ଚଳଚିତ୍ର ମଧ୍ୟରେ ଏହି ଫିଲ୍ମ ସ୍ଥାନ ପାଇଛି । ଫିଲ୍ମରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର କୁନି କଳାକାର ଅଭିନୟ କରିଛନ୍ତି । ଅମୋଘ ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କୁନି କଳାକାରଙ୍କୁ ଜାତୀୟ ଶିଶୁ କଳାକାର ରୂପେ ପୁରୀ ଟାଉନ୍ ହଲ୍‌ରେ ସମ୍ମାନିତ କରାଯାଇଛି । କୁନି କଳାକାର ତନିଷ୍ଟ, ରାଜୀବ, ଦୀପ୍ତି, ଶିବା, ଅମ୍ରିତା ନିଜର ଅଭିନୟ ଜଦୁରେ ବିଚାରକ ମଣ୍ଡଳୀକୁ ବାନ୍ଧି ରଖିଥିଲେ । ନୃତ୍ୟମ୍ ହିଞ୍ଜିଳିକାଟୁ ଦ୍ୱାରା ପ୍ରସ୍ତୁତ ଅମୋଘ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର କ୍ରିଷ୍ଣା ଡି.କେ ନେଇଥିବା ବେଳେ ବରିଷ୍ଠ କଳାକାର ଭାବେ ଜ୍ଞାନ ରଞ୍ଜନ ମହାପାତ୍ର ଅଭିନୟ କରିଥିଲେ । ନୃତ୍ୟମ୍ କଳା ଗବେଷଣା କେନ୍ଦ୍ରର ଏପରି ପ୍ରୟାସକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।