ନିର୍ମାଣ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ୬ ଲେନ୍ ବିଶିଷ୍ଟ ଟନେଲ

ବଦଳିବ ଜୟପୁର-କୋରାପୁଟ ଘାଟିର ରୁପ ରେଖ । ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ଟନେଲ । ଏହାର ସଫଳ ରୂପାୟନ ହେଲେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାରେ ସମୟ ବଞ୍ଚିବା ସହ ବାରମ୍ବାର ଘାଟିରେ ଘଟୁଥିବା ଦୁର୍ଘଟଣାକୁ ରୋକାଯାଇପାରିବ। ଏନେଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ୬ଲେନ୍ ବିଶିଷ୍ଟ ଅତ୍ୟାଧୁନିକ ଜ୍ଞାନକୌଶଳ ଟନେଲ ନିର୍ମାଣ ପାଇଁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ପ୍ରସ୍ତାବ ଦେଇଛନ୍ତି ପରିବହନ ମନ୍ତ୍ରଣାଳୟକୁ। ଯଦି ଘାଟିରେ ଟନେଲ ନିର୍ମାଣ ହୁଏ ତେବେ ଓଡ଼ିଶା ସଡକ ନିର୍ମାଣ କ୍ଷେତ୍ରରେ ଏହା ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ।

Hill Tunnel Link Planned For Jeypore-Koraput Stretch In Odisha

News Summary

ନିର୍ମାଣ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ଟନେଲ

ନିର୍ମାଣ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ଟନେଲ । ଅନାୟଶରେ ଘାଟିରେ ଯାତାୟତ କରିପାରିବେ ଗାଡି ଚାଳକ, ରହିବନି ଦୁର୍ଘଟଣାର ଭୟ । ସେପଟେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ମଧ୍ୟ ସମୟ ବଞ୍ଚିବ। ଏସମସ୍ତ ଦିଗକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ।

ଜୟପୁର-କୋରାପୁଟ ଜାତୀୟ ରାଜପଥ ୨୬ ଅନ୍ତର୍ଗତ ଘାଟିରେ ନିର୍ମାଣ ହେବ ୬ ଲେନ ବିଶିଷ୍ଟ ଟନେଲ । ଏନଏଚ କତ୍ତୃପକ୍ଷଙ୍କ ଏହି ଆକଳନ ଯୋଗୁଁ ସାଧାରଣ ଲୋକ ସୁବିଧା ସୁଯୋଗ ପାଇବା ସହ ପର୍ଯ୍ୟଟନର ବିକାଶ ହୋଇପାରିବ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଏପରି ପ୍ରସ୍ତାବକୁ ସାଧାରଣ ଲୋକେ ସ୍ୱାଗତ କରିବା ସହ ତୁରନ୍ତ ନିର୍ମାଣ ପାଇଁ ମତ ପ୍ରକାଶ କରିଛନ୍ତି ।

ଜୟପୁର-କୋରାପୁଟ ଜାତୀୟ ରାଜପଥ ୨୬ଅନ୍ତର୍ଗତ ଘାଟିରେ ଯାତାୟତରେ ଭିଡ ରହୁଥିବାବେଳେ ଦୁର୍ଘଟଣା ଘଟୁଛି । କେତେବେଳେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହେଉଛି ତ ପୁଣି କେତେବେଳେ ମାଲବାହୀ ଟ୍ରକ, ଟେଙ୍କର ‌ଆଦି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାଦ୍ୱାରା ଦୀର୍ଘ ସମୟ ଧରି ରାସ୍ତା ଜାମ ରହିବା ଯୋଗୁଁ ଯାତାୟତରେ ପ୍ରଭାବ ପଡୁଛି।

ବିଶେଷ କରି ୬କିମି ଘାଟି ରାସ୍ତାରେ ଟିକିଏ ଅସାବଧାନତା ହେଲେ ଦୁର୍ଘଟଣା ନିଶ୍ଚିତ । ଏସବୁକୁ ଦୂର କରିବା ପାଇଁ ୬ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ସାଢେ ୨ କିମି ଲମ୍ବରେ ୧୫୦ଫୁଟ ଚଉଡାରେ ଟନେଲ ନିର୍ମାଣ ପାଇଁ କେନ୍ଦ୍ର ପରିବହନ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ଟନେଲ ମଧ୍ୟରେ ବାୟୁ ଚଳାଚଳ ବ୍ୟବସ୍ଥା, ଫ୍ୟାନ, ଉଜ୍ଜଳ ଆଲୋକ, ସିସିଟିଭି କ୍ୟାମେରା, ସାଉଣ୍ଡ ସିଷ୍ଟମ ଆଦି ବ୍ୟବସ୍ଥା ରହିବ ବୋଲି ନିର୍ବାହୀ ଯନ୍ତ୍ରୀ କହିଛନ୍ତି ।