Hike In Anganwadi Workers Salary
ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି କଲେ ରାଜ୍ୟ ସରକାର । ଅଙ୍ଗନବାଡ଼ି କର୍ମୀଙ୍କ ସହ ମିନି ଅଙ୍ଗନବାଡ଼ି ଓ ସହାୟିକାଙ୍କ ପାରିଶ୍ରମିକ ବି ବୃଦ୍ଧି କରାଯାଇଛି । ଅଙ୍ଗନବାଡ଼ି କର୍ମୀଙ୍କ ମାସିକ ପାରିଶ୍ରମିକ ୭ ହଜାର ୫୦୦ଟଙ୍କାରୁ ୧୦ ହଜାରକୁ ବୃଦ୍ଧି ପାଇଛି ।
ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ଟଙ୍କାରୁ ୭ ହଜାର ୨୫୦କୁ ବୃଦ୍ଧି ପାଇଛି । ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ୩ ହଜାର ୭୫୦ଟଙ୍କାରୁ ୫ ହଜାରକୁ ବୃଦ୍ଧି ପାଇଛି । ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ମସିହା ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ।
କିଛିଦିନି ତଳେ ରାଜ୍ୟରେ ବିଭିନ୍ନ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦରମା ବୃଦ୍ଧି କରିଥିଲେ ରାଜ୍ୟ ସରକାର । ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସେମାନେ ଏଣିକି ଦରମା ଓ ଆନୁଷଙ୍ଗିକ ଭତ୍ତା ପାଇବେ ।
ଏହା ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଥିଲେ । ଏହାସହ ଘରୋଇ ହାଇସ୍କୁଲ୍, ସଂସ୍କୃତ ଟୋଲ୍ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଓ ଭତ୍ତାକୁ ବୃଦ୍ଧି କରି ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ପ୍ରଦାନ ଲାଗି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709210120.jpg)