Advertisment

ଥମୁନି ହାଇସିକ୍ୟୁରିଟି ନମ୍ବରପ୍ଲେଟ୍ ଝମେଲା : ଭିତ୍ତିଭୂମି ନଥାଇ ଡେଡଲାଇନ୍ ଉପରେ ହାଇକୋର୍ଟଙ୍କ ଜବାବ ତଲବ

ସମୟ ବଢ଼ାଇ ହେବକି ନାହିଁ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ

ଅଦ୍ୟତନ ହୋଇଛି
HSRP deadline

Special story

Advertisment

ହାଇସିକ୍ୟୁରିଟି  ନମ୍ବର ପ୍ଳେଟ୍ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ । ଆବଶ୍ୟକ ଭିତ୍ତିଭୂମି ନଥାଇ ନିୟମ କାର୍ଯ୍ୟକାରୀ କରିବା ଲାଗି ଡେଡଲାଇନ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ସମୟସୀମା ଆଉ ବଢ଼ାଯାଇ ପାରିବ କି ନାହିଁ, ସେ ନେଇ ଜଣାଇବାକୁ କୋର୍ଟ କହିଛନ୍ତି । ଅପରପକ୍ଷରେ ବିଭିନ୍ନ ସ୍ଥାନରେ ସ୍ଳଟ୍ ବୁକିଂ କରିବାରେ ଲୋକେ ଏବେ ବି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅକ୍ଟୋବର ପହିଲାରୁ ହାଇସିକ୍ୟୁରିଟି  ନମ୍ବର ପ୍ଳେଟ୍ ଚେକିଂ କଡ଼ାକଡ଼ି କରିବାକୁ ପରିବହନ ବିଭାଗ ନିଷ୍ପତ୍ତି ନେଇଥିଲା ।

Advertisment

ଅଧିକ ପଢନ୍ତୁ: ଏଣିକି ଚଳିବନି ପୁରୁଣା ନମ୍ବର ପ୍ଲେଟ୍ ! ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବାଧ୍ୟତାମୂଳକ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମୟସୀମାକ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ଆବଶ୍ୟକ ଭିତ୍ତିଭୂମି ନଥିବା ଓ ଗାଡ଼ି ଚାଳକମାନେ ସ୍ଲଟ୍ ବୁକିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥବାରୁ ସମୟସୀମା ବୃଦ୍ଧି କରିହେବ କି ନାହିଁ ସେ ସମ୍ପର୍କରେ ଜଣାଇବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଭିତ୍ତିଭୂମି ନଥାଇ ଡେଡଲାଇନ୍ କିଭଳି ଦେଲ ବୋଲି କୋର୍ଟ ପଚାରିଛନ୍ତି । ତାଛଡ଼ା ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ୍ ବ୍ୟବସ୍ଥା ନଥିବାରୁ ନୂଆ ନମ୍ବର ପ୍ଳେଟ୍ ବୁକ୍ କରିବା ସମ୍ଭବ ହେଉନାହଁ । ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯାଇ ପାରିବ, ସେ ନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।

Advertisment

ସାଧାରଣରେ ମଧ୍ୟ ହାଇ ସିକ୍ଯୁରିଟ ନମ୍ବର ପ୍ଲେଟକୁ ନେଇ ତେଜୁଛି ଅସନ୍ତୋଷ । କେଉଁଠି ସ୍ଲଟ୍ ବୁକିଂ ହୋଇପାରୁନି ତ ଆଉ କେଉଁଠି ନେଟ୍ଓ୍ୱର୍କ ସମସ୍ୟା । ହାତରେ ଆଉ ମାତ୍ର ୨ ଦିନ । ଏଭଳି ପରିସ୍ଥିତିରେ କିଭଳି ନୂଆ ନମ୍ବର ପ୍ଲେଟ ଆବେଦନ କରିବେ ଚିନ୍ତାରେ ଗ୍ରାହକ । ୨ ଦିନ ଭିତରେ ସ୍ଲଟ୍ ବୁକିଂ ହୋଇପାରୁନି, ତା ହେଲେ ଅକ୍ଟୋବର ୧ ରୁ ଜରିମାନା ଗଣିବା ଥୟ ।

ଆସନ୍ତା ୩୦ ତାରିଖରେ ୧, ୨, ୩ ଓ ୪ ଶେଷ ନମ୍ବର ଥିବା ଗାଡ଼ି ଗୁଡ଼ିକର ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ଅବଧି ଶେଷ ହେଉଛି । ଏହାପରେ କଡ଼ାକଡ଼ି ଯାଞ୍ଚ କରାଯାଇ ଫାଇନ୍ ଆଦାୟ ହେବ ବୋଲି ପୂର୍ବରୁ ପରିବହନ ବିଭାଗ ସ୍ପଷ୍ଟ କରିସାରିଛି । ତେବେ ନୂଆ ନମ୍ବର ପ୍ଳେଟ୍ ଲଗାଇ ନଥିଲେ ମଧ୍ୟ ଏଥିପାଇଁ ସ୍ଳଟ୍ ବୁକ୍ କରିଥିଲେ ଫାଇନ୍ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

Advertisment

High Security Registration Plates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ