Advertisment

ଏଣିକି ପୁରୁଣା ଗାଡ଼ିରେ ବି ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ବା STA।

ଅଦ୍ୟତନ ହୋଇଛି
HSRP Mandatory

HSRP Mandatory

Advertisment

୨୦୨୩ ଜାନୁଆରୀ ପହିଲାରୁ ରାସ୍ତାରେ ଆଉ ଗଡ଼ିପାରିବନି ପୁରୁଣା ନମ୍ବର ପ୍ଲେଟ୍ ଲାଗିଥିବା ଯାନବାହନ। କେବଳ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ବା HSRP ଲାଗିଥିବା ଗାଡ଼ି ଚାଲିପାରିବ। ଏମିତି ନିର୍ଦ୍ଦେଶ ଜାରି କରିଛି ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି- STA। ୨୦୧୯ ଏପ୍ରିଲ ୧ ପରଠାରୁ ଯେଉଁ ସବୁ ଯାନବାହନ ବିକ୍ରି ହେଉଛି, ସେଗୁଡ଼ିକ ସୋରୁମ୍‌ରୁ ହିଁ  HSRP ନମ୍ବର ପ୍ଲେଟ୍ ଲାଗି ଆସୁଛି। କିନ୍ତୁ ତା ପୂର୍ବରୁ ଥିବା ସବୁ ଯାନବାହନ ପାଇଁ ଏବେ HSRPକୁ ବାଧ୍ୟତାମୂଳକ କରିଛି STA। ପୁରୁଣା ନମ୍ବର ପ୍ଲେଟ୍ ବଦଳାଇ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପର୍ଯ୍ୟାୟକ୍ରମେ ଡିସେମ୍ବର ୩୧ ଯାଏଁ ସମୟ ଦିଆଯାଇଛି।

Advertisment

ତେବେ ୨୦୧୯ ପୂର୍ବରୁ କିଣାଯାଇଥିବା ଯେଉଁ ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ୧, ୨ରେ ଶେଷ ହେଉଛି, ସେମାନଙ୍କୁ ଅଗଷ୍ଟ ୩୧ ସୁଦ୍ଧା HSRP ଲଗାଇବାକୁ ସମୟ ଦିଆଯାଇଥିବା ବେଳେ ୩, ୪ରେ ଶେଷ ହେଉଥିବା ନମ୍ବର ପାଇଁ ସେମ୍ବେର ୩୦ ଯାଏଁ, ୫, ୬ରେ ଶେଷ ହେଉଥିବା ନମ୍ବର ଲାଗି ଅକ୍ଟୋବର ୩୧ ଯାଏଁ, ୭, ୮ରେ ଶେଷ ହେଉଥିବା ନମ୍ବର ଲାଗି ନଭେମ୍ବର ୩୦ ଯାଏଁ ଏବଂ ୯, ୦ରେ ଶେଷ ହେଉଥିବା ନମ୍ବର ଲାଗି ଡିସେମ୍ବର ୩୧ ଯାଏଁ ସମୟ ଦିଆଯାଇଛି।

ନିର୍ଦ୍ଧାରିତ ସମୟ ବାଦ୍ ବିନା HSRPରେ ଚାଲୁଥିବା ଗାଡ଼ି ଉପରେ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଇ-ଚାଲାଣ କଟାଯିବ ବୋଲି ସ୍ପଷ୍ଟ କରିଛି STA। ତେବେ ଗାଡ଼ି ମାଲିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। 

Advertisment

ତେବେ କଣ ଏହି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ? କଣ ଏହାର ଫାଇଦା ? STAର କହିବା କଥା, ଏହି ନମ୍ବର ପ୍ଲେଟ୍ ସାଧାରଣ ନମ୍ବର ପ୍ଲେଟ ଠାରୁ ବହୁତ ଭିନ୍ନ। ଏଥିରେ ଅନେକ ନିରାପତ୍ତା ବୈଶିଷ୍ଟ୍ୟ ରହିଛି। ସ୍ନାପ୍ ଲକ୍ ବ୍ୟବସ୍ଥାରେ ନମ୍ବର ପ୍ଲେଟ୍ ଖଞ୍ଜାଯାଉଥିବାରୁ ଥରେ ଲାଗିବା ପରେ ଖୋଲାଯାଇପାରିବ ନାହିଁ। ସେହିପରି ଏ ନମ୍ବର ପ୍ଲେଟ୍‌ରେ ଏକ ୟୁନିକ୍ ଲେଜର କୋଡ୍ ରହିଛି, ଯାହାକି ବାହାନ ପୋର୍ଟାଲ ସହ ଇଣ୍ଟିଗ୍ରେଟେଡ୍ ହୋଇଛି। ତେଣୁ ଏହାକୁ ଟ୍ୟାମ୍ପରିଂ କରାଯାଇପାରିବନି। ଏଣୁ ଏଭଳି ଗାଡ଼ି ଚୋରି ହୋଇଗଲେ କିମ୍ବା ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ତତ୍କାଳ ଠାବ କରାଯାଇପାରିବ।

ଏବେ ପ୍ରଶ୍ନ ଉଠୁଛି, କେବେଠୁ, କେଉଁଠି ଓ କିଭଳି ପାଇପାରିବା ଏସବୁ ନମ୍ବର ପ୍ଲେଟ୍ ? STA ଦର୍ଶାଇଛି, ଖୁବଶୀଘ୍ର ରାଜ୍ୟରେ ୨୦୧୯ ପୂର୍ବ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ବ୍ୟବସ୍ଥା ଆରମ୍ଭ ହେବ। ଏସବୁ ନମ୍ବର ପ୍ଲେଟ୍ ପାଇବା ଲାଗି ଜଣଙ୍କୁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମାନୁଫାକ୍ଚରର୍ସ ବା ସିଆମ୍ ୱେବସାଇଟ ଯାଇ ବୁକ୍ HSRP ବଟନ୍‌ରେ କ୍ଲିକ୍ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ଆବେଦନ କରିହେବ। ଏଥିପାଇଁ ଗାଡ଼ିର ବୈଧ ପଞ୍ଜୀକରଣ ପ୍ରମାଣପତ୍ର, ଫିଟନେସ ସାର୍ଟିଫିକେଟ୍ ଥିବା ଜରୁରୀ। ଏପଟେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତ, ଏହି ପଦକ୍ଷେପ ଦ୍ୱାରା ଅନେକ ଫାଇଦା ମିଳିବ।  

Advertisment

ଏବେ ରାଜ୍ୟରେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ପ୍ରାୟ ୪୦ରୁ ୪୫ ଲକ୍ଷ ଯାନବାହନ ରହିଛି। ତେବେ ଏସବୁ ଯାନବାହନର ନମ୍ବର ପ୍ଲେଟ୍‌କୁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ରେ ବଦଳାଇବାକୁ ଗାଡ଼ି ମାଲିକଙ୍କୁ ଅରିଜିନାଲ୍ ଇକ୍ୱିପମେଣ୍ଟ ମାନୁଫାକଚରର୍ସଙ୍କ ଦ୍ୱାରା ଧାର୍ଯ୍ୟ ଦର ଦେବାକୁ ପଡ଼ିବ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଡ଼ି ମାଲିକ।  

ରିପୋର୍ଟ: ରବୀନ୍ଦ୍ର ହୋତା ଓ କପିଳେନ୍ଦ୍ର ପ୍ରଧାନ

HSRP Mandatory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ