Advertisment

ଛୁଆକୁ ଚୋଟ ମାରିଲା ସାପ, ଉଭା ହେଲେ କାଳିସୀ, ସାପ ବଞ୍ଚିଲେ ଛୁଆ ବଞ୍ଚିବ !

ତିନିବର୍ଷ ଛୁଆକୁ କାମୁଡିଦେଲା ନାଗସାପ। ଆଉ ମେଡିକାଲରୁ ଛୁଆ ନଫେରିବା ପର୍ଯ୍ୟନ୍ତ ସାପକୁ ଛଡ଼ାଯିବ ନାହିଁ ବୋଲି ଜିଦ୍ ଧରି ଏକ ବଡ଼ ଡ୍ରମ ଭିତରେ କଳା ନାଗସାପକୁ ବନ୍ଦୀକରି ରଖିଲେ ଗ୍ରାମବାସୀ। ଆଉ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାଗସାପକୁ ଉଦ୍ଧାର କରିଛନ୍ତି।

Snake Bite

Snake Bite

Advertisment

ଯାଜପୁର(ଅଭୟ ପତି): ତିନିବର୍ଷ ଛୁଆକୁ କାମୁଡିଦେଲା ନାଗସାପ। ଆଉ ମେଡିକାଲରୁ ଛୁଆ ନଫେରିବା ପର୍ଯ୍ୟନ୍ତ ସାପକୁ ଛଡ଼ାଯିବ ନାହିଁ ବୋଲି ଜିଦ୍ ଧରି ଏକ ବଡ଼ ଡ୍ରମ ଭିତରେ କଳା ନାଗସାପକୁ ବନ୍ଦୀକରି ରଖିଲେ ଗ୍ରାମବାସୀ। ଆଉ ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାଗସାପକୁ ଉଦ୍ଧାର କରିଛନ୍ତି। ଅପରପକ୍ଷରେ ସାପ କାମୁଡିଥିବା ତିନିବର୍ଷ ନାବାଳକ କଟକ ବଡ଼ମେଡ଼ିକାଲରେ ସୁସ୍ଥ ଥିବା ଜଣାପଡିଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ଘଟଣା ଯାଜପୁର ଜିଲ୍ଲାରେ ମାନଗୋବିନ୍ଦପୁର ଠାରେ ଦେଖିବାକୁ ମିଳିଛି। ସାପ କାମୁଡ଼ିଲା ବୋଲି ସାପକୁ ଏକ ବଡ଼ ଡ୍ରମ ଭିତରେ ତିନିଦିନ ଧରି ଆବଦ୍ଧ କରି ରଖିଲେ ଗ୍ରାମବାସୀ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ଘଟିଥିବା ଜଣାପଡ଼ିଥିବା ବେଳେ ଖବର ପାଇ ଯାଜପୁର ରୋଡ ବନବିଭାଗ କର୍ମଚାରୀ ଘଟଣାସ୍ଥଳରୁ ଚାରିଫୁଟ ଲମ୍ବର ଏକ କଳା ନାଗସାପକୁ ଉଦ୍ଧାର କରିଛନ୍ତି।

Advertisment

ସୂଚନା ଅନୁସାରେ, ଗତ ତିନିଦିନ ତଳେ ତିନିବର୍ଷର ଛୋଟ ଶିଶୁଟି ଖେଳୁଥିବା ବେଳେ କଳା ନାଗ ସାପଟି ତାକୁ ଚୋଟ ମାରିଥିଲା। ଫଳରେ ଗୁରୁତର ଅବସ୍ଥାରେ ପ୍ରଥମେ ଦାନଗଦି ପରେ ଯାଜପୁର ବଡ଼ ମେଡିକାଲ ନେବାପରେ ଡାକ୍ତର କଟକ ବଡ଼ମେଡ଼ିକାଲକୁ ଶିଶୁକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ପରେ କଟକ ଏସ୍‌ସିବିରେ ଶିଶୁଟି ଚିକିତ୍ସିତ ହେଉଥିବାରୁ ସାପଟିକୁ ଶିଶୁର ଦାଦା ଧରି ଏକ ଡ୍ରମ ଭିତରେ ରଖିଥିଲେ। ଶୁକ୍ରବାର ଅପରାହ୍ନରେ ବନବିଭାଗ ସାପକୁ ଆଣିବାକୁ ଯାଇଥିଲେ ମଧ୍ୟ ଶିଶୁ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଜିଦ ଧରିଥିଲେ।

Advertisment

ଆଉ ଏହାରି ମଧ୍ୟରେ ଗ୍ରାମରେ ଜଣେ ମହିଳାଙ୍କ ଦେହରେ କାଳିସି ଆସିବାରୁ ସେ ନିଜକୁ ସେହି ସାପବୋଲି କହିବାରୁ ଗ୍ରାମବାସୀ ଆହୁରି ଅଧିକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଯାଇଥିଲେ। ଏଥିସହିତ ଗ୍ରାମର ମନ୍ଦିର ପୂଜକ ମଧ୍ୟ ଏହି ନିଆଁରେ ଆହୁରି ଘିଅ ଢାଳିଥିଲେ। ଛୁଆ ମେଡ଼ିକାଲରୁ ଭଲ ହୋଇ ନଫେରିବା ପର୍ଯ୍ୟନ୍ତ ସାପକୁ ଦିଆଯିବ ନାହିଁ ବୋଲି ସେମାନେ କହିଥିଲେ। ଫଳରେ ତିନିଦିନ ଧରି ସାପଟି ଡ୍ରମ ଭିତରେ ରହିଥିଲା। ହେଲେ ଗତକାଲି ଖବର ପାଇ ଯାଜପୁର ରୋଡ ବନବିଭାଗ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଥିଲେ। ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଥିବା ଜଣାପଡିଛି। ଏକବିଂଶ ଶତାବ୍ଦୀରେ ମଣିଷ ପହଞ୍ଚିଥିଲେ ମଧ୍ୟ ଆଜି ବି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି ଭୁଲ କରିବସୁଛି। କେବେ ଏପରି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ସେ ବାହାରିବ ତାହା କେବଳ ସମୟ ହିଁ କହିପାରିବ।

High Drama In Jajpur Village Snake Bite Kid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ