High Court quashes Odisha Medical Services Association election case
ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ୍(OMSA)ନିର୍ବାଚନ ପ୍ରସଙ୍ଗକୁ ନେଇ ଦାୟର ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ପୂର୍ବରୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୨, ଜୁଲାଇ ୨୨ରେ ଏ ସମ୍ପର୍କିତ ମାମଲାକୁ ଖାରଜ କରିଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ପବିିତ୍ର ମୋହନ ମଲ୍ଲିକ ରିଟ୍ ଅପିିଲ ଦାୟର କରିଥିଲେ।
ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ, OMSAର ସେଣ୍ଟ୍ରାଲ ଓ୍ୱାର୍କିଂ କମିଟିର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ସୋମବାର ମତଦାନ ମଧ୍ୟ ଅନୁଷ୍ଠିତ ହେଉଥିବା ନେଇ ଶୁଣାଣି ସମୟରେ ଓମ୍ସା ଅବଗତ କରିଥିଲା। ସରକାରୀ ଡାକ୍ତରଙ୍କ ସଂଘ ଓମ୍ସାର କର୍ମକର୍ତ୍ତା ନିର୍ବାଚନକୁ ନେଇ ବିବାଦ ଦେଖା ଦେଇଥିଲା।
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ତଥା ଓମ୍ସା ଆପିଲେଟ ଅଥରିଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ର୍ନିବାଚନ କମିଟି ଗଠନ କରାଯାଇଥିଲା। ଏହି କମିଟି ୨୦୨୧-୨୩ ବର୍ଷ ଲାଗି ଓମ୍ସାର ର୍ନିବାଚନ କରିବ ବୋଲି ସ୍ପଷ୍ଟ କରାଯାଇଥିଲା। ନବ ଗଠିତ କମିଟି ର୍ନିବାଚନ ସମ୍ପର୍କିତ କାର୍ଯ୍ୟସୂଚୀ ଫେବୃଆରୀ ୧ରେ ପ୍ରକାଶ କରିଥିଲା।
ତେବେ କମିଟି ପକ୍ଷରୁ ନିର୍ବାଚନ ପାଇଁ ପ୍ରକାଶିତ ବିଜ୍ଞପ୍ତି ବେଆଇନ୍ ଦର୍ଶାଇ ଏକ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ଓମ୍ସା ନିର୍ବାଚନ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟ ୨୦୨୨, ମେ ୧୮ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଓମ୍ସାର ସେଣ୍ଟ୍ରାଲ ଓ୍ୱାର୍କିଂ କମିଟି କର୍ମକର୍ତ୍ତା ର୍ନିବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି ୨୦୨୨, ଜୁନ୍ ୨୮ରେ ସାନି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଡାକ୍ତର ମଲ୍ଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୨, ଜୁଲାଇ ୨୨ରେ ଏହି ମାମଲାକୁ ଖାରଜ କରିଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ୨ ଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ ଦାୟର କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661840202.jpg)