Advertisment

ବାତ୍ୟାରୁ ସୁରକ୍ଷା ଦେବ ହେନ୍ତାଳବଣ, ବଜ୍ରପାତରୁ ବଞ୍ଚାଇବ ତାଳ ଗଛ...

ବାତ୍ୟାରୁ ସୁରକ୍ଷା ଦେବ ହେନ୍ତାଳବଣ ଓ ବଜ୍ରପାତରୁ ବଞ୍ଚାଇବ ତାଳ ଗଛ। ଉପକୂଳ ଅଞ୍ଚଳରେ ହେନ୍ତାଳବଣ ଘୂର୍ଣ୍ଣିବାତ୍ୟା ବିପକ୍ଷରେ ପ୍ରାକୃତିକ ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରୁଛି। ତେଣୁ ଘଞ୍ଚ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ ଜୋର୍ ଦିଆଯାଇଛି।

ଅଦ୍ୟତନ ହୋଇଛି
Hental trees, palm trees to be used for prevention of cyclones and lightning

Hental trees, palm trees to be used for prevention of cyclones and lightning

Advertisment

ବାତ୍ୟାରୁ ସୁରକ୍ଷା ଦେବ ହେନ୍ତାଳବଣ ଓ ବଜ୍ରପାତରୁ ବଞ୍ଚାଇବ ତାଳ ଗଛ। ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ଷ୍ଟେଟ୍ ଏକ୍‌ଜିକ୍ୟୁଟିଭ କମିଟିର ତୃତୀୟ ବୈଠକର ଅଧ୍ୟକ୍ଷତା କରି ଏହି ଦିଗରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଛନ୍ତି । ଉପକୂଳ ଅଞ୍ଚଳରେ ହେନ୍ତାଳବଣ ଘୂର୍ଣ୍ଣିବାତ୍ୟା ବିପକ୍ଷରେ ପ୍ରାକୃତିକ ସୁରକ୍ଷା ପ୍ରାଚୀର ଭାବେ କାର୍ଯ୍ୟ କରୁଛି। ତେଣୁ ଘଞ୍ଚ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିବାକୁ ଜୋର୍ ଦିଆଯାଇଛି।

Advertisment

ବଜ୍ରପାତରେ ହେଉଥିବା ମୃତ୍ୟୁକୁ ରୋକିବା ପାଇଁ ବ୍ୟାପକ ତାଳ ଗଛ ରୋପଣ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ବୋଲି ସୂଚନା ମିଳିଛି । ରାଜ୍ୟର ସବୁ ଅଞ୍ଚଳ, ଖାସ୍ କରି ବଜ୍ରପାତ ପ୍ରବଣ ଅଞ୍ଚଳରେ ଅଧିକରୁ ଅଧିକ ତାଳ ଗଛ ଲଗାଇବାକୁ କୃଷି ଏବଂ ଜଙ୍ଗଲ ଓ ପରିବେଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ସତର୍କ ଆପ୍ ଜରିଆରେ ବଜ୍ରପାତର ଆଗୁଆ ତଥା ସତର୍କ ସୂଚନା ଦେବାକୁ ଓସ୍‌ଡମା ପ୍ରସ୍ତାବ ଦେଇଛି। ବାର୍ଷିକ ୫୦ ଲକ୍ଷ ଟଙ୍କା ବ୍ୟୟରେ ଆର୍ଥ ନେଟ୍‌ୱର୍କ ଓ ପୁନେ ସ୍ଥିତ ଆଇଟିଏମ୍ ସହଯୋଗରେ ଏହି ଆପ୍ କାର୍ଯ୍ୟକାରୀ ହେବ ବୋଲି ପ୍ରସ୍ତାବ ଦିଆଯାଇଛି।

Advertisment

କେବଳ ଏତିକି ନୁହେଁ ୬ଟି ଉପକୂଳ ଜିଲ୍ଲାର ୨୪ଟି ଚିହ୍ନଟ ସୁନାମି ପ୍ରବଣ ଗାଁରେ ଇଣ୍ଡିଆନ୍ ଓସେନ୍ ସୁନାମୀ ରେଡି ପ୍ରୋଗ୍ରାମ୍ ବା IOTR କାର୍ଯ୍ୟକାରୀ କରିବାକୁ ପ୍ରାୟ ୧୩ ଲକ୍ଷ ୨୧ ହଜାର ଟଙ୍କାର ଏକ ପ୍ରସ୍ତାବ ଓସ୍‌ଡମା ପକ୍ଷରୁ ଦିଆଯାଇଥିବା ସୂଚନା ମିଳିଛି।

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ