Advertisment

ସରକାରୀ ଯୋଜନାରୁ ବଞ୍ଚିତ ଅସହାୟ ବୃଦ୍ଧା : ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ନାହିଁ କି ନାହିଁ ରାସନ କାର୍ଡ ଖଣ୍ଡେ ନାହିଁ

ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ମାଳ ମାଳ ରହିଥିଲେ ବି ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ଉଦାସୀନତା ନୀତି ଯୋଗୁଁ ପରିଣତ ବୟସରେ ଜଣେ ୬୭ ବର୍ଷୀୟ ବୃଦ୍ଧା ଏବେ ଅସୟାହ ଅବସ୍ଥାରେ । ନିଜ ସ୍ୱାମୀ ଓ ପିଲାମାନଙ୍କୁ ହରାଇବା ପରେ ସେ ଏତେ ବଡ଼ ଦୁନିଆରେ ଏକଦମ ଏକୁଟିଆ ପଡ଼ିଯାଇଛନ୍ତି

mohana

mohana

Advertisment

ମୋହନା(ମିହିର ଜତି) : ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ମାଳ ମାଳ ରହିଥିଲେ ବି ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ଉଦାସୀନତା ନୀତି ଯୋଗୁଁ ପରିଣତ ବୟସରେ ଜଣେ ୬୭ ବର୍ଷୀୟ ବୃଦ୍ଧା ଏବେ ଅସୟାହ ଅବସ୍ଥାରେ । ନିଜ ସ୍ୱାମୀ ଓ ପିଲାମାନଙ୍କୁ ହରାଇବା ପରେ ସେ ଏତେ ବଡ଼ ଦୁନିଆରେ ଏକଦମ ଏକୁଟିଆ ପଡ଼ିଯାଇଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ ମିଳିଛି ନା ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ । ସରକାରୀ ସୁବିଧା ପାଇବା ପାଇଁ ପଞ୍ଚାୟତଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ଗୁହାରୀ କରି ଆଖିର ଲୁହ ଆଖିରେ ମରିଗଲାଣି କିନ୍ତୁ ଆଜି ଯାଏଁ ତାଙ୍କୁ ମିଳିପାରୁନି ସରକାରୀ ସୁବିଧା ।

Advertisment

ଗଜପତି ଜିଲ୍ଲା ମୋହନା ବ୍ଳକ ଅଡବା ପଂଚାୟତ ପଦାଗାଁର ଭାସି ସାହୁ । ବୟସ ୬୭ ବର୍ଷ । ନିଜ ସ୍ୱାମୀ ଓ ଦୁଇ ପୁଅଙ୍କୁ ହରାଇଛନ୍ତି । ଦୁଇ ଝିଅ ବାହା ହୋଇ ଶାଶୁ ଘରକୁ ଚାଲିଗଲେଣି । ଏବେ ତାଙ୍କ ଦୁଃଖ ବୁଝିବାକୁ ପାଖରେ କେହି ନାହାଁନ୍ତି । ସରକାରୀ ସହାୟତ କେବଳ ବିଧବା ଭତ୍ତାରେ ସୀମିତ ହୋଇରହିଛି । ମାସକୁ ବିଧବା ଭତ୍ତା ବାବଦକୁ ତାଙ୍କୁ ୫ ଶହ ଟଙ୍କା ମିଳୁଛି । ରାସନ କାର୍ଡ ନଥିବାରୁ ସରକାରୀ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ଏପଟେ ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ, ତେଣୁ ଭଙ୍ଗା ଦଦରା ଘରେ ଅତି ଦୟନୀୟ ଭାବେ ପଡିରହିଛନ୍ତି ଭାସି । ପ୍ରତ୍ୟେକ ବର୍ଷ ପଂଚାୟତ ପକ୍ଷରୁ ଘର ନାହିଁ ବୋଲି ସର୍ଭେ କରାଯାଉଛି । କିନ୍ତୁ ଘର ଆସିବା ବେଳକୁ ତାଲିକାରେ ନାମ ବଦଳି ଯାଉଛି । ବାରମ୍ବାର ଗୁହାରୀ କଲେ ବି କେହି ଗୁହାରୀ ଶୁଣୁ ନଥିବାରୁ ବାଧ୍ୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଅସହାୟ ବୃଦ୍ଧା ।

Advertisment

ସରକାରଙ୍କ ବିଜୁ ପକ୍କା ଘର ଯୋଜନା ବା ଆବାସ ଯୋଜନାରେ ଗରୀବ ହିତାଧିକାରୀଙ୍କ ନାମରେ ଆସୁଥିବା ଘର ବାଟ ମାରଣା ହୋଉଥିବା ଯୋଗୁଁ ବର୍ଷ ବର୍ଷ ଧରି ଗରୀବ ହିତଧିକାରୀଟିଏ ସରକାରୀ ସୁବିଧାରୁ ବଂଚିତ ହେଉଛି । ତେବେ ଏ ନେଇ ବିଡିଓଙ୍କୁ ଅବଗତ କରାଯିବା ଖୁବ ଶୀଘ୍ର ତଦନ୍ତ କରି ଘର ସହ ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Helpless Old Lady
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ