Astrospeak
  • Live TV
  • Read In English

ଅସହାୟ ଶାଶୂବୋହୂ : ଘର ନାହିଁ କି ବଞ୍ଚିବାର ରାହା ନାହିଁ, ସରକାରୀ ସହାୟତା ଅପେକ୍ଷାରେ ରାଧା ଓ ଉଷାମଣି

ଏତେ ବଡ଼ ଦୁନିଆରେ ପୂରା ଏକୁଟିଆ । ଜୀବନ ଜୀଇବାକୁ ଶରୀରରେ ଆଉ ଜୁ ନାହିଁ । ଘର କରିବାକୁ ନା ସାହସ ଅଛି ନା ସାହାରା ହେବାକୁ କିଏ ଅଛି । ଦୁଇ ବୃଦ୍ଧ ବିଧବା ଶାଶୂ ବୋହୁଙ୍କ ପାଇଁ ସତେ ଯେମିତି ସରକାରୀ ଯୋଜନା ସାତ ସପନ। ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରୀ କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନି

salipur
ବୃଦ୍ଧ ବିଧବା ଶାଶୁବୋହୂଙ୍କ ପାଇଁ ସରକାରୀ ଯୋଜନା ସାତସପନ

News Summary

ଘର ଉପରେ ଛପର ଅଛି, କିନ୍ତୁ ଘରର ଚାରି କାନ୍ଥ ନାହିଁ

ଦୟନୀୟ ଅବସ୍ଥାରେ ଚଳୁଛନ୍ତି ଶାଶୁବୋହୂ

ସାହାଯ୍ୟ କରିବାକୁ ନିବେଦନ

ସାଲେପୁର(ମନୋଜ କୁମାର ଆଚାର୍ଯ୍ୟ) : ଘର କହିଲେ କେବଳ ଚାଳ ଛପର କୁଡ଼ିଆ । ଅଧା କାନ୍ଥ ବି ଉଠିନ୍ । ନା ଅଛି କବାଟ ନା ଝରକା । ବୟସରେ ଅପରାହ୍ନରେ ବିଧବା ଶାଶୂବୋହୂ । ଏତେ ବଡ଼ ଦୁନିଆରେ ପୂରା ଏକୁଟିଆ । ଜୀବନ ଜୀଇବାକୁ ଶରୀରରେ ଆଉ ଜୁ ନାହିଁ । ଘର କରିବାକୁ ନା ସାହସ ଅଛି ନା ସାହାରା ହେବାକୁ କିଏ ଅଛି । ଦୁଇ ବୃଦ୍ଧ ବିଧବା ଶାଶୂବୋହୁଙ୍କ ପାଇଁ ସତେ ଯେମିତି ସରକାରୀ ଯୋଜନା ସାତ ସପନ। ଘର ଖଣ୍ଡିଏ ପାଇଁ ଅନେକ ଥର ଗୁହାରୀ କରିଛନ୍ତି, ହେଲେ କିଛି ବି ସୁଫଳ ମିଳିନି । 

ସାଲେପୁର ସହର ଉପକଣ୍ଠ ବାହାବଳପୁର ଗାଁରେ ରୁହନ୍ତି ଶାଶୂ ରାଧା ବେହେରା ଆଉ ବୋହୂ ଉଷାମଣି ବେହେରା । ଶାଶୁଙ୍କୁ ୯୨ ବର୍ଷ ଆଉ ଉଷାମଣିଙ୍କୁ ୭୦ ବର୍ଷ ବୟସ । ଅଧା କାନ୍ଥ ଉଠିଥିବା ଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ଶାଶୁବୋହୂ । ସେଇଠି ରୋଷେଇବାସ, ସେଇଠି ଖିଆପିଆ ଆଉ ଏଇଠି ଅଖା ବିଛାଇ ରାତିରେ ଶୁଅନ୍ତି । ଏପରି ଏକ ଘରେ ରହୁଛନ୍ତି ନା ଘରର କବାଟ ଅଛି ନା ଝରକା । ଚାରିଆଡ଼ ଖୋଲାମେଳା । ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର, ତାରା ଉଙ୍କିମାରି ଦେଖନ୍ତି । ସବୁକିଛି ଚାଲେ କେବେଳ ଭଗବାନଙ୍କ ଭରଷାରେ । ୧୨ ବର୍ଷ ହେଲାଣି ଉଷାମଣିଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି । ସ୍ୱାମୀ ବଞ୍ଚିଥିବା ବେଳେ ସେ ଘର ବାବଦ ଟଙ୍କା ନେଇଥିବା କହି ସରକାରୀ ବାବୁ ବାରମ୍ବାର ମିଛ କହୁଥିବା ଅଭିଯୋଗ କରିଛନ୍ତି ଉଷାମଣି।

ଦୁଇ ବୃଦ୍ଧା ଶାଶୂ ବୋହୁଙ୍କର ସମସ୍ୟା ବିଷୟରେ ସାଲେପୁର ବିଡ଼ିଓଙ୍କୁ ନିକଟରେ ଅଭିଯୋଗ ହୋଇଛି । ସେ ଏହି ବିଷୟ ପ୍ରତି ଗୁରୁତ୍ୱ ଦେଇ ତୁରନ୍ତ ସେହି ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଧେଶ ଦେବେ । ଖୁବ ଶୀଘ୍ର ଉଭୟ ବୃଦ୍ଧାଙ୍କୁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।