Advertisment

ଆଉ ମୂଲ ଲାଗିବେନି କର୍ମା: ପାଠପଢ଼ିବା ପାଇଁ ଦିନ ମଜୁରିଆ କାମ କରୁଥିଲେ ଏହି ଟପ୍ପର ଛାତ୍ରୀ...

ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ। ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ ଦିନ ମଜୁରିଆ କାମ କରୁଥିବା ଖବର ପରେ ପ୍ରଶାସନ ଚେତିଛି।

ଅଦ୍ୟତନ ହୋଇଛି
Help pours in for Bonda girl Karama Muduli who works as labourer

Help pours in for Bonda girl Karama Muduli who works as labourer

Advertisment

ଆଉ ମୂଲ ଲାଗିବେନି କର୍ମା। ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ। ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ ଦିନ ମଜୁରିଆ କାମ କରୁଥିବା ଖବର ପରେ ପ୍ରଶାସନ ଚେତିଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଏକ ଟିମ୍ କର୍ମା ମୁଦୁଲିଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ଏନେଇ  ସେ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ଦେଇଛନ୍ତି।ଏଥିରେ କର୍ମାଙ୍କ ପରିବାର ପାଇଥିବା ସରକାରୀ ସହାୟତା ଜଣାଇବା ସହ ଉଚ୍ଚ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ମିଳିଛି।

Advertisment

କର୍ମାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ଉଚ୍ଚ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମାଲକାନଗିରି ବଣ୍ଡାଘାଟିର ଝିଅ କର୍ମା ନିଜ ପରିଶ୍ରମ ବଳରେ ହୋଇ ପାରିଥିଲେ ଜିଲ୍ଲା ଟପ୍ପର। ତେବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ କର୍ମା ମୁଦୁଲି ଆର୍ଥିକ ସମସ୍ୟା ଯୋଗୁ ଦିନ ମଜୁରିଆ ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ। 

Advertisment

ସୂଚନା ଅନୁସାରେ, ଗତବର୍ଷ ମାଲକାନଗିରି ଜିଲ୍ଲାର ବାଣିଜ୍ୟ ଟପ୍ପର ଥିଲେ ବଣ୍ଡା ଛାତ୍ରୀ କର୍ମା ମୁଦୁଲି। ୮୨% ରୁ ଅଧିକ ମାର୍କ ଆଣିବା ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ସେ ଆଡମିଶନ୍ କରାଇଥିଲେ। କିନ୍ତୁ ଆନୁସଙ୍ଗିକ ସାମଗ୍ରୀ ଓ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ଟଙ୍କା ତାଙ୍କ ପାଖରେ ନାହିଁ। ତେଣୁ ପାଠପଢ଼ିବା ପାଇଁ ସେ ମୂଲ ଲାଗିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ