Advertisment

ଭାଏଗ୍ରା ବଞ୍ଚେଇଦେଲା ଗୁରୁତର କରୋନା ଆକ୍ରାନ୍ତ ମହିଳାଙ୍କୁ

କରୋନା ଭାଇରସ୍‌କୁ ଦମନ କରିବା ନେଇ ଏଯାଏ କୌଣସି ଔଷଧ ବାହାରି ନାହିଁ। ଡାକ୍ତରମାନେ ଅନ୍ୟାନ୍ୟ ରୋଗର ଔଷଧ ବ୍ୟବହାର କରି ଏହାର ଚିକିତ୍ସା କରୁଛନ୍ତି। ଏବେ ଭାଏଗ୍ରା ଜଣେ ଗୁରୁତର କରୋନା ରୋଗୀଙ୍କୁ ବଞ୍ଚେଇ ଦେଇଛି।

ଅଦ୍ୟତନ ହୋଇଛି
Heavy dose of viagra save the corona patient

Heavy dose of viagra save the corona patient

Advertisment

କରୋନାର ବିଭିନ୍ନ ପ୍ରକାର ଭ୍ୟାରିଆଣ୍ଟ  ଅନେକ ସମୟରେ ହଇଚଇ ସୃଷ୍ଟି କରିଛି, ଯାହା ଏବେବି ଜାରି ରହିଛି। ଏହା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ତିଆରି କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଡାକ୍ତରମାନେ ଅନ୍ୟାନ୍ୟ ରୋଗର ଔଷଧ ବ୍ୟବହାର କରି ରୋଗୀଙ୍କ ଜୀବନ ରକ୍ଷା କରୁଛନ୍ତି। ଏହି ଦୌଡରେ ବର୍ତ୍ତମାନ ଆଉ ଏକ ନୂଆ ପରୀକ୍ଷଣ ସଫଳ ହୋଇଥିବା ଦେଖାଦେଇଛି, ତାହା ହେଉଛି ଭାଏଗ୍ରା। ଏହି ଔଷଧ ୪୫ ଦିନ କୋମାରେ ଥିବା ଜଣେ ନର୍ସଙ୍କ ଜୀବନ ଫେରାଇ ଆଣିବାରେ ସଫଳ ହୋଇଛି।

Advertisment

ଇଂଲଣ୍ଡର ଗେନ୍ସବୋରୋ ଲିଙ୍କନସାୟରରେ ଜଣେ ନର୍ସ କରୋନାରେ ପୀଡିତ ହୋଇ ୪୫ ଦିନ କୋମାରେ ଥିଲେ। ତାଙ୍କୁ ଭାଏଗ୍ରାର ଏକ ଭାରୀ ଡୋଜ୍‌ ଦିଆଯାଇଥିଲା। ଏହାପରେ ତାଙ୍କର ଚେତା ଫେରିଛି। ବର୍ତ୍ତମାନ ସେ ଖୁବ୍ ଭଲ ଅଛନ୍ତି। ସୂଚନା ମୁତାବକ ମୋନିକା ଆଲ୍‌ମିଡା ନର୍ସ ଭାବେ କରୋନା ରୋଗୀଙ୍କ ଚିକିତ୍ସା କରୁଥିଲେ। ଏହି ସମୟରେ ସେ ନିଜେ କରୋନାରେ ସଂକ୍ରମିତ ହୋଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଏତେ ଖରାପ ହୋଇଗଲା ଯେ ତାଙ୍କୁ କୋମାରେ ରହିବାକୁ ପଡିଲା। ଏହି ସମୟରେ ତାଙ୍କ ସହକର୍ମୀମାନେ ଭାଏଗ୍ରା ଦ୍ୱାରା ଚିକିତ୍ସା କରିବାକୁ ଠିକ କଲେ। ଏହାର ପ୍ରୟୋଗ କରିବା ପରେ ସଫଳତା ମଧ୍ୟ ମିଳିଲା। ପ୍ରକାଶଥାଉ ଯେ, ନଭେମ୍ବର ୧୬ରୁ ମୋନିକା କୋମାରେ ଥିଲେ।

ଏହାପୂର୍ବରୁ ଅକ୍ଟୋବରରେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଚିକିତ୍ସା ପରେ ଘରକୁ ଆସିଥିଲେ। କିନ୍ତୁ ତାଙ୍କୁ ପୁନର୍ବାର ଶ୍ୱାସ ନେବାରେ ଅସୁବିଧା ହେଲା। ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ଯିବାକୁ ପଡିଲା। ଅବସ୍ଥାରେ କୌଣସି ଉନ୍ନତି ଆସି ନଥିଲା। ଫଳରେ ତାଙ୍କୁ କୋମାରେ ରହିବାକୁ ହେଲା।

Advertisment

୩୭ ବର୍ଷୀୟ ନର୍ସ ମୋନିକା ଆଲମିଡା କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ଅକ୍ଟୋବରରେ କରୋନା ପଜିଟିଭ୍ ହୋଇଥିଲେ। ଧୀରେ ଧୀରେ ତାଙ୍କ ଅବସ୍ଥା ବିଗିଡିବାରେ ଲାଗିଲା। ସେ ୪୫ ଦିନ କୋମାରେ ରହିବା ପରେ, ତାଙ୍କ ସହକର୍ମୀମାନେ ପରୀକ୍ଷଣ ଭାବରେ ଭାଏଗ୍ରାର ଏକ ଡୋଜ୍‌ ଦେଇଥିଲେ। ଏହା ଆଶ୍ଚର୍ଯ୍ୟଜନକ ସଫଳତା ଦେଇଥିଲା। ଏହା ପରେ ମୋନିକା ଚେତା ଫେରି ପାଇଥିଲେ। ତାଙ୍କୁ ଭାଏଗ୍ରାର ଏକ ଭାରି ଡୋଜ୍‌ ଦେବାପରେ ତାଙ୍କର ଅମ୍ଳଜାନ ସ୍ତରକୁ ବଜାୟ ରଖିବାରେ ସାହାଯ୍ୟ କଲା।

ଅନେକ ଔଷଧ ବ୍ୟବହାର କରିବା ପରେ ମୋନିକାଙ୍କ ଅବସ୍ଥାରେ ସୁଧାର ଆସି ନ ଥିଲା। ତାଙ୍କର ପୂର୍ବରୁ ଆଜ୍‌ମା ରହିଥିଲା, ଯେଉଁ କାରଣରୁ ତାଙ୍କର ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ହେଉଥିଲା, ତାଙ୍କ ରକ୍ତଚାପର ଉନ୍ନତି ନେଇ ଭାଏଗ୍ରା ବ୍ୟବହାର ଉପଯୋଗୀ ହେଲ। ଭାଏଗ୍ରା ଫୁସ୍‌ଫୁସ୍‌ରେ ଫସ୍‌ଫୋଡାଏଷ୍ଟେରିଏସ୍‌ ଏନ୍‌ଜାଇମ୍ ଉତ୍ପାଦନ କରି ଫୁସ୍‌ଫୁସ୍‌କୁ ଆରାମ ଦେଇଥାଏ। ଯେଉଁଥିପାଇଁ ଅମ୍ଳଜାନ ସ୍ତରରେ ଉନ୍ନତି ଆସିଲା ମୋନିକାଙ୍କ ଜୀବନ ବଞ୍ଚିଗଲା। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ