mohit
ଆଜିର ଦୁନିଆରେ କିଏ ବା କାହାର । ମଣିଷ ମଣିଷ ମଧ୍ୟରେ ଲଢ଼େଇ ଚାଲିଛି । ଭାଇ ଭାଇକୁ ମାନୁନି, ବାପା ପୁଅକୁ ପଚରାନି । ଏଭଳି ସମୟରେ ପଶୁ ପକ୍ଷୀଙ୍କ କଥା କିଏ ପଚାରେ । ହେଲେ ଏମିତିବି କିଛି ନିଆରା ବ୍ୟକ୍ତିତ୍ୱ ଅଛନ୍ତି, ଯେଉଁମାନେ ପଶୁ ପକ୍ଷୀଙ୍କୁ ବହୁତ ଭଲ ପଆନ୍ତି । ସେମାନଙ୍କ ସେବା କରିବା ,ଖାଇବା ପିଇବାକୁ ଦେବାରେ ଆନନ୍ଦ ପାଆନ୍ତି । ଏଭଳି ଜଣେ ବାଳକ ହେଉଛନ୍ତି ସୋନପୁର ମଝିପଡାର ମୋହିତ ଓରଫ ସ୍ୱାଗତ ।
ମୋହିତ ଏବେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି । କିନ୍ତୁ ଗୋରୁଗାଈ ଓ କୁକୁରଙ୍କୁ ବହୁତ ଭଲ ପାଆନ୍ତି ସେ । ସ୍କୁଲରୁ ଆସିଲା ପରେ ସେ ସିଧା ବୁଲା ଗୋରୁ ଗାଈ ଓ କୁକୁରଙ୍କ ପାଖକୁ ଚାଲିଯାଆନ୍ତି । ସେମାନଙ୍କୁ ଗେଲ କରନ୍ତି ଓ ଖାଇବାକୁ ଦିଅନ୍ତି । ଗୋଟିଏ କି ଦୁଇଟି ନୁହେଁ ସହରରେ ବୁଲୁଥିବା ଅନେକ ଗୋରୁ ଗାଈ ଓ ବୁଲା କୁକରଙ୍କୁ ସେ ପ୍ରତିଦିନ ଖାଇବାକୁ ଦିଅନ୍ତି । ଆଉ ସେଇ ବୁଲା ଗୋରୁ ଗାଈ ଓ କୁକୁରମାନେ ମଧ୍ୟ ମୋହିତକୁ ଦେଖିଲେ ଧାଇଁ ଆସନ୍ତି । ମୋହିତ କେତେବେଳେ ବିଦ୍ୟାଳୟରୁ ଫେରିବେ ସେଇ ବାଟକୁ ଅନାଇଥାନ୍ତି ସେମାନେ । ଆଉ କିଛି ତାଙ୍କ ଘର ସାମ୍ନାରେ ମଧ୍ୟ ଅପେକ୍ଷ କରିଥାନ୍ତି ।
ଗୋରୁ,ଗାଈ ଓ କୁକୁରଙ୍କ ପ୍ରତି ମୋହିତଙ୍କ ଏଭଳି ଭଲ ପାଇବା ଦେଖି ସମସ୍ତେ ପ୍ରଶଂସା କରୁଥିବାବେଳେ ପରିବାର ଲୋକବି ମୋହିତଙ୍କ ଏଭଳି କାମକୁ ନେଇ ବେଶ ଖୁସି ଅଛନ୍ତି ।
ରବିନ୍ଦ୍ର ହୋତା, ସୁବର୍ଣ୍ଣପୁର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mohit_1653735137.jpg)