Advertisment

ଚମତ୍କାର…ଜନ୍ମରୁ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା ଶ୍ୱାସକ୍ରିୟା; ୩ ମାସ ପରେ ଘରକୁ ଫେରିଲା

ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ ଅପରିପକ୍ୱ ଶିଶୁର ହୃଦୟର ସ୍ପନ୍ଦନ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା। ଡାକ୍ତରମାନେ ଆଶା ଛାଡିଦେଇଥିଲେ। କିନ୍ତୁ ଏମିତି ଚମତ୍କାର ହେଲା ଯେ ୩ ମାସ ପରେ ଶିଶୁଟି ଘରକୁ ଫେରିଲା।

ଅଦ୍ୟତନ ହୋଇଛି
Heart stopped for 17 minutes after three months back home

Heart stopped for 17 minutes after three months back home

Advertisment

ଏହାକୁ ହିଁ କୁହାଯାଏ ପ୍ରକୃତ ଚମତ୍କାର! ଏମିତି ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏକ ଅପରିପକ୍ୱ ଶିଶୁର ହୃଦୟର ସ୍ପନ୍ଦନ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା। ଡାକ୍ତରମାନେ ଆଶା ଛାଡିଦେଇଥିଲେ। ପରିବାର ସଦସ୍ୟଙ୍କ ଅବସ୍ଥା ବି ଭଲ ନଥିଲା। କିନ୍ତୁ ବର୍ତ୍ତମାନ ସେହି ପିଲା ତିନି ମାସ ପରେ ସୁସ୍ଥ ହୋଇ ଘରକୁ ଫେରିଛି। ଏହାକୁ ‌ଈଶ୍ୱରଙ୍କ ଚମତ୍କାର କୁହାଯିବନି ତ ଆଉ କ’ଣ!

Advertisment

ବ୍ରିଟିଶ ଖବରକାଗଜ ‘ଦି ମିରର୍’କୁ ପିଲାର ମା’ ବେଥାନି ହୋମର କହିଛନ୍ତି ଯେ ଯେତେବେଳେ ସେ ୨୬ ସପ୍ତାହ ଏବଂ ୩ ଦିନ ଗର୍ଭବତୀ ଥିଲେ ତାଙ୍କୁ ଜରୁରୀକାଳୀନ ସିଜରିଆୟାନ ପାଇଁ ନିଆଯାଇଥିଲା। ସେତେବେଳେ ପିଲା ବଞ୍ଚିବାର ସମ୍ଭାବନା ଖୁବ କମ ଥିଲା। ତାଙ୍କୁ ପ୍ଲେସେଣ୍ଟାଲ ଆଭରସନ୍‌ର ସାମ୍ନା କରିବାକୁ ପଡିଲା। ଏପରି ପରିସ୍ଥିତିରେ ଜନ୍ମ ପୂର୍ବରୁ ପ୍ଲେସେଣ୍ଟା ଗର୍ଭାଶୟରରୁ ଅଲଗା କରାଯାଇଯାଏ। ଏହା ପିଲାଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ କରେ।

ଜନ୍ମ ସମୟରେ ତାଙ୍କ ପୁଅର ଓଜନ ମାତ୍ର ୭୫୦ ଗ୍ରାମ ଥିଲା। ତା’ର ୧୭ ମିନିଟ୍ ପର୍ଯ୍ୟନ୍ତ ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା। ଏହା ପରେ ତା’ର ଶ୍ୱାସକ୍ରିୟା ଆରମ୍ଭ ହୋଇଥିଲା। ଜୀବିତ ରଖିବା ପାଇଁ ତାଙ୍କୁ ରକ୍ତଦାନ କରାଯାଇଥିଲା। କିନ୍ତୁ ସ୍କାନ୍‌ରୁ ଜଣାପଡିଲା ଯେ ତା’ ମସ୍ତିଷ୍କରେ କୌଣସି କ୍ଷତି ହୋଇ ନାହିଁ। ଏହା ପରେ ୧୧୨ ଦିନ ହସ୍ପିଟାଲରେ ରହିବା ପରେ ସେ ଘରକୁ ଆସିଥିଲା।

Advertisment

ବେଥାନି କହିଛନ୍ତି କହିଛନ୍ତି ଯେ “ମୋତେ ଦୁଇଟି ବିକଳ୍ପ ଦିଆଯାଇଥିଲା। ସେ ମୋ ପେଟରେ ମରିବ ନଚେତ ଜନ୍ମ ପରେ। ଯେତେବେଳେ ଡାକ୍ତରମାନେ ମୋତେ କହିଲେ ଯେ ସେ ୧୭ ମିନିଟ୍ ପାଇଁ ଶ୍ୱାସକ୍ରିୟା କରି ପାରିଲା ନାହିଁ। ଏହାକୁ ମୁଁ ବିଶ୍ୱାସ କରିପାରିଲି ନାହିଁ।” ବେଥାନିଙ୍କର ଗର୍ଭାବସ୍ଥା ୨୬ ସପ୍ତାହ ପର୍ଯ୍ୟନ୍ତ ଠିକ୍‌ ଠାକ୍ ଥିଲା। କିନ୍ତୁ ପରେ ତାଙ୍କର କ୍ରମ୍ପ୍ ହେବା ଆରମ୍ଭ ହେଲା ଏହା ସହିତ ରକ୍ତ ମଧ୍ୟ ବାହାରିଲା।

ହୃଦୟରେ ଏକ ଛିଦ୍ର ଏବଂ ଏକ ଖୋଲା ଭାଲଭ୍ ସହିତ ଶିଶୁଟି ଜନ୍ମ ହୋଇଥଛି। ଏନେଇ ଡାକ୍ତର ବଡ ହେବା ପର୍ଯ୍ୟନ୍ତ ତା’ର ଯତ୍ନ ନେବେ। ବେଥାନି କହିଛନ୍ତି ଯେ 'ତା’ର ଫୁସ୍‌ଫୁସ୍‌ ସମସ୍ୟା ଥିବାରୁ ସେ ଘରେ ଅମ୍ଳଜାନରେ ଅଛି।

Advertisment
Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ