Advertisment

ସ୍କୁଲ୍‌ରେ ବିଧାୟକଙ୍କ ଜନ୍ମଦିନ ପାଳନ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ମହଙ୍ଗା ପଡ଼ିଲା ସ୍କୁଲ୍‌ରେ ବିଧାୟକଙ୍କ ଜନ୍ମଦିନ ପାଳିବା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଯାଜପୁର ଜିଲ୍ଲା ବଜ୍ରଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି।

Headmaster suspended after students teachers celebrate MLA’s birthday in school premises in Jajpur

ଧର୍ମଶାଳା ବ୍ଲକର ୧୫ ନମ୍ବର ଜୋନରେ ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ବଜ୍ରଗିରି ପ୍ରକଳ୍ପ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ରବିବାର ସ୍କୁଲ୍‌ ଛୁଟି ଥିବା ବେଳେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ୟୁନିଫର୍ମରେ ଆସି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏପରି ଏକ କାର୍ଯ୍ୟକ୍ରମ କରିବାକୁ କିପରି ଅନୁମତି ମିଳିଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସହ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସାଧନା ଭଞ୍ଜଙ୍କୁ ଧର୍ମଶାଳା ବିଇଓ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏହାପରେ ଯାଜପୁର ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ସୂଚନା ମିଳିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ