Advertisment

ଯୁବତୀଙ୍କ ୨୦୨୨ ବର୍ଷ ପାଇଁ ୨୮ ଭବିଷ୍ୟବାଣୀ; ସତ ହେଲାଣି ୧୦

ସାମ୍ନାକୁ ଆସିଲେ ଆଉ ଜଣେ ଭବିଷ୍ୟଦ୍ରଷ୍ଟା। ସତ ହେଉଛି ଅନେକ କଥା। ଭବିଷ୍ୟଦ୍ରଷ୍ଟା ଭାବେ ବାବା ଭେଙ୍ଗାଙ୍କ ନାମ ଚର୍ଚ୍ଚାରେ ଥିବା ବେଳେ ଏବେ କମ ବୟସର ଏହି ଯୁବତୀ ସେ ତାଲିକାରେ ସାମିଲ ହୋଇଛନ୍ତି। ଆସନ୍ତୁ ଜାଣିବା ସେ କିଏ ଓ ୨୦୨୨ ପାଇଁ କ’ଣ ରହିଛି ତାଙ୍କ ଭବିଷ୍ୟବାଣୀ ଆସନ୍ତୁ ଜାଣିବା।

Hannah Carroll vs Baba Vanga prediction for 2022

Hannah Carroll vs Baba Vanga prediction for 2022

Advertisment

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟଦ୍ରଷ୍ଟାମାନଙ୍କ ମଧ୍ୟରେ ବୁଲଗେରିଆର ବାବା ଭେଙ୍ଗାଙ୍କୁ ସାମିଲ କରାଯାଏ। ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି। ଭବିଷ୍ୟବାଣୀକୁ ନେଇ ତାଙ୍କର ସର୍ବଦା ଚର୍ଚ୍ଚା କରାଯାଇଥାଏ। ବର୍ତ୍ତମାନ ବାବା ଭେଙ୍ଗାଙ୍କ ପରି ଜଣେ ଯୁବତୀଙ୍କ ଭବିଷ୍ୟବାଣୀ ମଧ୍ୟ ସତ ହେଉଛି।

Advertisment

ଏହି ଯୁବତୀଙ୍କ ନାମ ହାନ୍ନା କେରୋଲ, ଯାହାଙ୍କୁ ଆଧୁନିକ ଯୁଗର ବାବା ଭେଙ୍ଗା କୁହାଯାଏ। ମାତ୍ର ୧୯ ବର୍ଷ ବୟସ୍କା ହାନ୍ନା ୨୦୨୨ ବର୍ଷ ପାଇଁ ୨୮ ଟି ବଡ ଭବିଷ୍ୟବାଣୀ କରିଥିଲେ। ଏଥିରୁ ଏଯାଏ ୧୦ଟି ଭବିଷ୍ୟବାଣୀ ସତ ହୋଇସାରିଛି। ତେବେ ଆସନ୍ତୁ ଜାଣିବା ଏହି ଯୁବତୀଙ୍କ କେଉଁ ସବୁ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ହୋଇଛି।

ହାନ୍ନା କେରୋଲ ଆମେରିକାର ମାସାଚୁସେଟ୍ସରୁ ଆସିଛନ୍ତି। ସେ ମାତ୍ର ୧୯ ବର୍ଷ ବୟସରେ ଭବିଷ୍ୟବାଣୀ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ୨୦୨୨ ର ଆରମ୍ଭରେ ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁ ବିଷୟରେ କହିଥିଲେ, ଯାହା ସମ୍ପୂର୍ଣ୍ଣ ସତ୍ୟ ବୋଲି ପ୍ରମାଣିତ ହୋଇଛି। ଚଳିତ ବର୍ଷ ଜାନୁଆରୀରେ କିମ୍ କର୍ଦାଶିୟାନଙ୍କ ବ୍ରେକଅପ୍, ହ୍ୟାରି ଷ୍ଟାଇଲ୍ ଏବଂ ବିୟୋନ୍ସେଙ୍କ ନୂଆ ଆଲବମ୍ ରିହାନା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ମା’ ହେବା ନେଇ ସେ ଭବିଷ୍ୟବାଣୀ କରିଥିଲେ।

Advertisment

ରିପୋର୍ଟ ଅନୁଯାୟୀ, ୧୯ ବର୍ଷିୟ ହାନ୍ନା କେରୋଲ ପପ୍ ସଂସ୍କୃତି କିମ୍ବା ସିନେମା ଶିଳ୍ପ ସହ ଜଡିତ ଅଧିକାଂଶ ଭବିଷ୍ୟବାଣୀ କରିଛନ୍ତି। ୨୦୨୨ରେ କେଣ୍ଡାଲ୍ ଜେନରଙ୍କ ବିବାହ, ହେଲି ବିବର ଗର୍ଭବତୀ ହେବା, ଟାଏଲର ସ୍ୱିଫ୍ଟଙ୍କ ବିବାହ, ୱାନ ଡାଇରେକଶନ୍ ବ୍ୟାଣ୍ଡର ପୁନଃମିଳନ ବିଷୟରେ ହାନ୍ନା ଭବିଷ୍ୟବାଣୀ କରିଛନ୍ତି।

ବୁଲଗେରିଆର ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ସତ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ଏ ସୃଷ୍ଟି ବିନାଶକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ୫୦୭୯ରେ ଏ ସୃଷ୍ଟି ବିନାଶ ହେବ। ୨୦୨୨ ପାଇଁ କରିଥିବା ବାବା ଭେଙ୍ଗାଙ୍କର ଦୁଇଟି ଭବିଷ୍ୟବାଣୀ ମଧ୍ୟ ସତ ହୋଇଛି।

Advertisment
Astrological Prediction Ajab Gajab Baba Vanga Predictions Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ