Gunfight between security forces maoists in Boudh
ମାଓବାଦୀଙ୍କ ବିରୋଧରେ ବଡ଼ ଧରଣର ଅପରେସନ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡ଼ା ଫାଣ୍ଡି ଅଞ୍ଚଳ ନଳୀକୁମ୍ପା ଜଙ୍ଗଲରେ SOG ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।
ଗତକାଲି ଠାରୁ ଚାଲିଥିବା ଅପରେସନକୁ ଆହୁରି ପ୍ରଭାବୀ କରିବାକୁ କନ୍ଧମାଳରୁ ଆଉ ୭ କମ୍ପାନୀ SOG ଯବାନ ଏହି ଅଭିଯାନରେ ସାମିଲ ହୋଇଥିବା ବେଳେ ବୌଦ୍ଧରୁ ୫ କମ୍ପାନୀ SOG ଯବାନଙ୍କୁ ନିୟୋଜିତ କରାଯାଇଛି ।
ଜଙ୍ଗଲରେ ବିସ୍ଫୋରକ ଠାବ ସହ ନିଷ୍କ୍ରିୟ କରିବା ପାଇଁ ୩ଟି ବୋମା ନିଷ୍କ୍ରିୟକାରୀ ଟିମ୍ ଏହି ଅପରେସନରେ ସାମିଲ ହୋଇଛନ୍ତି । ଏଥିପାଇଁ ବୌଦ୍ଧ, ବ୍ରହ୍ମପୁର ଓ କନ୍ଧମାଳରୁ ବମ୍ ସ୍କ୍ୱାଡ୍ଙ୍କୁ ସାମିଲ କରାଯାଇଛି । ଗତକାଲି ଠାରୁ ଏବେ ଯାଏ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/d_1702614906.jpg)