Advertisment

ରେକର୍ଡ କଲେ ଚାରି ଭଉଣୀ: ବୟସ ମିଶି ୩୮୯

ରେକର୍ଡ କରିବା ପାଇଁ ସାଧନା ଓ ପରିଶ୍ରମର ଆବଶ୍ୟକତା ଥିବାବେଳେ ଏମିତି ଚାରି ଭଉଣୀଙ୍କ ପାଖକୁ ସୁଯୋଗ ଆପେ ଆପେ ଆସିଯାଇଛି। ସବୁଠାରୁ ଅଧିକ ବର୍ଷ ବଞ୍ଚିବା ନେଇ ସେମାନେ ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…

ଅଦ୍ୟତନ ହୋଇଛି
Guinness world record for oldest living siblings 4 sisters

Guinness world record for oldest living siblings 4 sisters

Advertisment

ଆପଣ ନିଶ୍ଚିତ ଭାବରେ ଦୁନିଆର ବିଭିନ୍ନ ବର୍ଗରେ ବିଭିନ୍ନ ପ୍ରକାରର ରେକର୍ଡ ଦେଖିଥିବେ। ଯଦି କେହି କିଛି ନୂଆ କରି ଦେଖାନ୍ତି, ଏହା ଏକ ରେକର୍ଡ ହୋଇଯାଏ। କିଛି ଲୋକ ଏଥିପାଇଁ ବହୁତ ପରିଶ୍ରମ ମଧ୍ୟ କରନ୍ତି, ଯେତେବେଳେ କି କିଛି ଲୋକଙ୍କ ପାଇଁ ପ୍ରକୃତି ଏପରି ଏକ ନିଆରା ଜିନିଷ ଦେଇଥାଏ, ଯାହା ଏକ ରେକର୍ଡ ହୋଇଯାଏ। ପ୍ରକୃତି ଏହିପରି ଚାରିଜଣ ଭଉଣୀଙ୍କୁ ଦୀର୍ଘାୟୁ କରିବାର ଉପହାର ଦେଇଛି ଏବଂ ସେମାନେ ଦୁନିଆର ସବୁଠାରୁ ଅଧିକ ବୟସ୍କ ଭଉଣୀ ହୋଇପାରିଛନ୍ତି।

Advertisment

ଆମେରିକାର କାଲିଫର୍ନିଆରେ ରହୁଥିବା ଜନ୍‌ସନ୍‌ ସିଷ୍ଟର୍ସ ସେମାନଙ୍କର ନାମକୁ ଗିନିଜ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ କରିପାରିଛନ୍ତି। ସେମାନେ ଦୁନିଆର ସବୁଠାରୁ ବୟସ୍କ ଭଉଣୀ ହୋଇପାରିଛନ୍ତି, ଯେଉଁମାନଙ୍କର ବୟସ ମିଶିଲେ ୩୮୯ ବର୍ଷ ହୋଇଯାଏ। ଏହା ଏକ ରେକର୍ଡ ହୋଇଯାଇଛି କାରଣ ଏହା ପୂର୍ବରୁ ଗୋବେଲ ପରିବାରର ଭାଇଭଉଣୀଙ୍କ ମିଳିତ ବୟସ ରେକର୍ଡ ୩୮୩ ବର୍ଷ ଥିଲା। ଏହାକୁ ଜନ୍‌ସନ୍‌ ସିଷ୍ଟର୍ସ ଭାଙ୍ଗି ସେ ସ୍ଥାନ ନେଇଛନ୍ତି।

ଆଜିକାଲି ଦୁନିଆର ହାରାହାରି ବୟସ ୬୫-୬୮ ବର୍ଷକୁ ହ୍ରାସ ପାଉଥିବାବେଳେ ଏହି କାଲିଫର୍ନିଆ ଭଉଣୀମାନେ ଏକ ସୁସ୍ଥ ଜୀବନଯାପନ କରି ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ଚାରି ଭଉଣୀଙ୍କ ବୟସ ମିଶି ୩୮୯ ବର୍ଷ ଏବଂ ୧୯୭ ଦିନ। ଯଦି ଅଲଗା ଭାବେ ଦେଖାଯାଏ ତେବେ ବଡ ଭଉଣୀ ଆର୍ଲୋଏନ୍ ଜନ୍‌ସନ୍ ଓଭରସ୍କେଙ୍କୁ ୧୦୧ ବର୍ଷ ହୋଇଥିବା ବେଳେ, ମାରସେନ୍ ଜନ୍‌ସନ୍‌ ସ୍କୁଲିଙ୍କୁ ୯୯ ବର୍ଷ, ଡୋରିସ୍ ଜନ୍‌ସନ୍‌ ଗୌଡିନର୍‌ଙ୍କୁ ୯୬ ବର୍ଷ ଏବଂ ସାନ ଭଉଣୀ ଜୁଏଲ୍ ଜନ୍‌ସନ୍‌ ବେକଙ୍କୁ ୯୩ ବର୍ଷ ହୋଇଛି। ସେମାନେ ଆମେରିକାର ବିଭିନ୍ନ ସ୍ଥାନରେ ରୁହନ୍ତି, କିନ୍ତୁ ସେମାନେ ପ୍ରତ୍ୟେକ ଗ୍ରୀଷ୍ମ ସମୟରେ ଥରେ ଭେଟନ୍ତି।

Advertisment

ଚାରି ଭଉଣୀର ବଣ୍ଡିଂ ବହୁତ ଦୃଢ। ସେମାନେ ସବୁବେଳେ ଦେଖାସାକ୍ଷାତ ହେଉ ନଥିଲେ ବି ଫୋନରେ ପରସ୍ପରଙ୍କ ସହ କଥାବାର୍ତ୍ତା ହୁଅନ୍ତି। ଯଦିଓ ସେମାନଙ୍କର ସ୍ୱଭାବ ଭିନ୍ନ, କିନ୍ତୁ ସେମାନଙ୍କ ମଧ୍ୟରେ ବନ୍ଧନ ଖୁବ ପ୍ରେରଣାଦାୟୀ।

Weird News Ajab Gajab News Ajab Gajab Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ