Advertisment

ଏଣିକି ମୁଢ଼ି ଉପରେ ବି ଲାଗିବ GST

ମୁଢ଼ି, ଖଇ କିଣିଲେ ବି ଆପଣ ଗଣିବେ ଜିଏସ୍‌ଟି...

ଅଦ୍ୟତନ ହୋଇଛି
GST To Be Imposed On Puffed Rice

GST To Be Imposed On Puffed Rice

Advertisment

ଏଣିକି ମୁଢ଼ି, ଖଇ କିଣିଲେ ବି ଆପଣ ଗଣିବେ ଜିଏସ୍‌ଟି । ଆସନ୍ତା ୧୮ ତାରିଖ ବା ସୋମବାରଠାରୁ ପ୍ୟାକେଟ୍ ମୁଢ଼ି, ଖଇ ଆଦିରେ ଜିନିଷ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁହେବ । ଜିଏସ୍‌ଟି ପରିଷଦ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।

Advertisment

ନିଷ୍ପତ୍ତି ଅନୁସାରେ, ପୂର୍ବରୁ ପ୍ୟାକେଟ୍ ଓ ଲେବଲ ହୋଇଥିବା ନନ୍‌ ବ୍ରାଣ୍ଡ୍‌ ଉତ୍ପାଦ ଯଥା ମୁଢ଼ି, ଦହି, ଲସି, ପନିର, ଗହମ, ଚାଉଳ, ବାର୍ଲି, ଓଟ୍‌ସ, ଆଦିରେ ୫ ପ୍ରତିଶତ ଜିଏସ୍‌ଟି ଲାଗିବ । ପୂର୍ବରୁ ଏ ଗୁଡ଼ିକରେ କୌଣସି ଜିଏସ୍‌ଟି ଲାଗୁ ନ ଥିଲା ।

GST To Be Imposed On Puffed Rice

କେବଳ ଏତିକି ନୁହେଁ ଏହା ବ୍ୟତୀତ ଏଲ୍ଇଡି ଲ୍ୟାମ୍ପ, କାଳି, ସାଇକେଲ ପମ୍ପ ଆଦିରେ ୧୮ ପ୍ରତିଶତ ଜିଏସ୍‌ଟି ଦେବାକୁ ପଡ଼ିବ । ଏମିତିକି ସୋମବାରଠୁ ସୋଲାର ୱାଟର ହିଟରରେ ୧୨ ପ୍ରତିଶତ ଜିଏସ୍‌ଟି ଗଣିବାକୁ ହେବ । ସେହିପରି ୧ ହଜାର ଟଙ୍କାରୁ କମ୍ ମୂଲ୍ୟର ହୋଟେଲ ରୁମ୍‌ରେ ୧୨ ପ୍ରତିଶତ ଏବଂ ୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଅଣ-ଆଇସିୟୁ ହସ୍ପିଟାଲ ବେଡ୍ ପାଇଁ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ ।

Advertisment
GST Puffed Rice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ