Advertisment

ପାହାଡ଼ି ଇଲାକାରେ ଫଳୁଛି ଆପେଲ ଓ ନାସପାତି

ନିଜ ବାଡ଼ିରେ ଫଳ ଚାଷ କରୁଛନ୍ତି, ଭଲ ଦୁଇ ପଇସା ରୋଜଗାର କରୁଛନ୍ତି

ଅଦ୍ୟତନ ହୋଇଛି
Apple Farming

Apple Farming

Advertisment

ପେସାରେ ସେ ଜଣେ ଗ୍ରାମରୋଜଗାର ସେବକ, ତେଲକୋଇ ବ୍ଲକରେ ଜିଆରଏସ ଭାବେ କାର୍ଯ୍ୟରତ ଅଛନ୍ତି କିନ୍ତୁ ଫଳଚାଷ କରିବା ତାଙ୍କର ନିଶା। ତେଲକୋଇ ବ୍ଲକ ପୁରୁଯୋଡ଼ା ଗ୍ରାମର ସନାତନ ମହାନ୍ତଙ୍କୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା। ନିଜର ଘର ପାଖରେ କରୁଛନ୍ତି ଫଳ ଚାଷ। ସୁନ୍ଦର ଫଳବଗିଚାରେ ସେଓ, ନାସପାତି, ମିଠା କରମଙ୍ଗା, ଡାଳିମ୍ବ, ପିଜୁଳି ପରି ଗଛରେ ଫଳୁଛି ଫଳ। କେବଳ ଏତିକି ନୁହେଁ ବରଂ ୫ ପ୍ରକାର ଆପେଲ ବେରି ଗଛ ମଧ୍ୟ ଲଗାଇଛନ୍ତି। ଆଉ ତାଙ୍କ ବଗିଚା ଏବେ ରଙ୍ଗବେରଙ୍ଗ ଫଳରେ ବେଶ୍‌ ଝଟକୁଛି। ଏହାସହ ହିମାଚଳରୁ ୨ ଶହ ସେଓ ଗଛ ଆଣି ଲଗାଇଛନ୍ତି ଯାହାକି ଅଳ୍ପ ଦିନରେ ଫଳିବ ମଧ୍ୟ।

Advertisment

ଏକରେ ନୁହେଁ କି ଦୁଇ ଏକର ନୁହେଁ ବରଂ ୫ ଶହ ଏକର ଜମିରେ ସେ ବିଭିନ୍ନ ଫଳ ଗଛ ଲଗାଇଛନ୍ତି। ସୂଚନା ଅନୁସାରେ, ପୂର୍ବରୁ ତାଙ୍କ ବାପା ମଧ୍ୟ ଫଳ ଚାଷ କରୁଥିଲେ। ହେଲେ ସମୟକ୍ରମେ ବାପା ବୃଦ୍ଧା ହେବାକୁ ଆଉ ଚାଷ କରିପାରିଲେ ନାହିଁ ଆଉ ଏବେ ବାପାଙ୍କ କାମକୁ ସନାତନ କରୁଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ଚାଷୀମାନଙ୍କ ସହ ଯୋଗାଯୋଗ କରିବା ସହ ଚାରା ଆଣି ନିଜ ବାଡ଼ିରେ ଲଗାଇଛନ୍ତି।

ଆଉ ସେହି ଗଛରେ ଏବେ ଫଳଭର୍ତ୍ତି ହୋଇ ରହିଛି। ବାଡ଼ିରେ ଫଳୁଥିବା ଫଳକୁ ସେ ବଜାରରେ ମଧ୍ୟ ବିକ୍ରି କରୁଛନ୍ତି। କେବଳ ଏତିକି ନୁହେଁ ବରଂ ଏହି ଚାଷ କାମରେ ତାଙ୍କ ଭାଇ ପଙ୍କଜ ତାଙ୍କୁ ବହୁ ସାହାଯ୍ୟ ମଧ୍ୟ କରିଛନ୍ତି। ସନାତନ କହିଛନ୍ତି ସରକାର କିମ୍ବା ପ୍ରଶାସନ ଚାଷକୁ ଯଦି ଏହି ଅଂଚଳରେ ଅଧିକ ପ୍ରାଧାନ୍ୟ ଦିଆଯାଏ ତେବେ ଚାଷୀ ଭଲ ଚାଷ କରିବା ସହ ଦୁଇ ପଇସା ରୋଜଗାର ମଧ୍ୟ କରିପାରିବ। ଆଉ ସନାତନଙ୍କ ଚାଷ ଦେଖିବା ପାଇଁ ସ୍ଥାନୀୟ ଲୋକ ମଧ୍ୟ ବେଶ୍‌ ଭିଡ଼ ଜମାଉଛନ୍ତି। କେମିତି ଓ କିପରି ଚାଷ କଲେ ଅଧିକ ଅମଳ ହେବ ପାଖଆଖ ଲୋକଙ୍କୁ ସନାତନ ବୁଝାଉଛନ୍ତି।

Advertisment
Apple Farming
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ